Home ଅନୁଗୁଳ କୋଲିୟରୀ ପୋଲିସ ଦ୍ୱାରା ବିପୁଳ ଚୋରା ଡିଜେଲ ଏବଂ କୋଇଲା ଜବତ

କୋଲିୟରୀ ପୋଲିସ ଦ୍ୱାରା ବିପୁଳ ଚୋରା ଡିଜେଲ ଏବଂ କୋଇଲା ଜବତ

34

ତାଳଚେର,୧୯/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଡିଜେଲ ଏବଂ କୋଇଲା ଚୋରା କାରବାରରେ ଲିପ୍ତ ଥିବା ମାଫିଆମାନଙ୍କ ବିରୁଦ୍ଧରେ କୋଲିୟରୀ ପୋଲିସକୁ ମିଳିଛି ବିପୁଳ ସଫଳତା । ଗତ ରାତିରେ ସେଣ୍ଟ୍ରାଲ କଲୋନୀ ପଛ ପାଶ୍ୱର୍ରେ ଥିବା ଲାଲ ହଟିଂ ନିକଟରୁ କୋଲିୟରୀ ପୋଲିସ ୨୦ଟନ୍ ଚୋରା କୋଇଲା ଭର୍ତି ଏକ ଟ୍ରକ(ଓଡି-୧୯ କେ ୧୫୫୫) କୁ ଜବତ କରିବା ସହ ଏ ସଂକ୍ରାନ୍ତରେ ୪ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାଘୁଆବୋଲ ଅଂଚଳର ଅକ୍ଷୟ ବିଶ୍ୱାଳ,ପରଜଙ୍ଗ ବାରିହାପୁରର ସୁମନ୍ତ ସାହୁ ଓ ଜଗବନ୍ଧୁ ସାମଲ, ଏବଂ ବନ୍ତଳା ଅଂଚଳର ଅଶ୍ୱିନୀ କୁମାର ଦାସ । ଏନେଇ କୋଲିୟରୀ ଥାନାରେ କେସ୍ ନଂ ୪୦୭/୨୦ରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟ ଏକ ମାମଲାରେ ଜଗନ୍ନାଥ ଖଣି ଇଲାକାରୁ ଏକ ମହିନ୍ଦ୍ରା ପିକ୍ ଅପ୍ ରୁ ଗତ ରାତିରେ ୩୦ ଟି ଜାରକିନ୍ ରୁ ୧୨ଶହ ଲିଟର ଚୋରା ଡିଜେଲ ଜବତ କରାଯାଇଛି । ଏହି ଘଟଣାରେ ୨ ଅଭିଯୁକ୍ତ ଜୋରାଗାଡ଼ିଆର ବିଲଙ୍କା ପ୍ରଧାନ ଏବଂ ବଡ଼ିତ୍ରିବିଡ଼ାର ବିଭୁତି ସାହୁଙ୍କୁ ଗିରଫ କରାଯାଇଛି । ଏ ସଂକ୍ରାନ୍ତରେ କେସ୍ ନଂ ୪୦୬/୨୦ରେ ଏକ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.