Home ଜିଲ୍ଲା ପରିକ୍ରମା ଐଶନ୍ୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୧ ଲକ୍ଷର ଚେକ୍ ପ୍ରଦାନ

ଐଶନ୍ୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୧ ଲକ୍ଷର ଚେକ୍ ପ୍ରଦାନ

42

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଐଶନ୍ୟଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ ଓ କର୍ମଚାରୀମାନେ ବିଦ୍ୟାଳୟର ଉନ୍ନତି କଳ୍ପେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହି ଚେକ୍ ପ୍ରଦାନ ସମୟରେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସେନାପତି, ବର୍ତ୍ତମାନର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ନାୟକ, ଖେଳ ଶିକ୍ଷକ ପ୍ରଦୀପ କୁମାର ଖଟୁଆ ଓ ଜିଲା ସାଇନସ୍ ସୁପରଭାଇଜର ସରୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.