Home ଜିଲ୍ଲା ପରିକ୍ରମା ଭଦ୍ରକ ବିଧାୟକଙ୍କ ବଦାନ୍ୟତା, ରେଳ ଷ୍ଟେସନରେ ଅଟକି ଥିବା ୩୦ ତୀର୍ଥଯାତ୍ରୀ ବସ୍ ଯୋଗେ ଭଦ୍ରକ...

ଭଦ୍ରକ ବିଧାୟକଙ୍କ ବଦାନ୍ୟତା, ରେଳ ଷ୍ଟେସନରେ ଅଟକି ଥିବା ୩୦ ତୀର୍ଥଯାତ୍ରୀ ବସ୍ ଯୋଗେ ଭଦ୍ରକ ଫେରିଲେ

24

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୁ ୩୦ରୁ ଅଧିକ ତୀର୍ଥଯାତ୍ରୀ ମକ୍କା ମଦିନା ରୁ ଉମ୍ରା ତୀର୍ଥ ସାରି ମୁମ୍ବାଇ ରୁ କୋଣାର୍କ ଏକ୍ସପ୍ରେସ ଟ୍ରେନ ରେ ଫେରୁଥିବା ବେଳେ ବିଶାଖାପାଟନମ ଷ୍ଟେସନ ର ପରବର୍ତ୍ତୀ ଷ୍ଟେସନ ରେ ଅନ୍ୟ ଏକ ଟ୍ରେନ ର ଭୟଙ୍କର ଦୂର୍ଘଟଣା ଘଟିଥିଲା । ଫଳରେ ଟ୍ରେନ ଟି ବାତିଲ ହୋଇଯାଇଥିଲା । ଏହାଯୋଗୁଁ ହଜାର ହଜାର ରେଳ ଯାତ୍ରୀ କଣ୍ଟିକପାଳୀ ଷ୍ଟେସନ ରେ ରାତି ସାରା ଫସି ରହିଥିଲେ । ଯେଉଁଥିରେ ଭଦ୍ରକ ର ମଧ୍ୟ ୩୦ ଜଣ ଯାତ୍ରୀ ଥିଲେ । ଅଟକି ଥିବା ତୀର୍ଥଯାତ୍ରୀମାନେ ଅନ୍ୟ ଉପାୟ ନ ପାଇ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିଥିଲେ । ବିଧାୟକ ଶ୍ରୀ ମଲ୍ଲିକ ମାତ୍ର ଓଡିଶା ମୋ ପରିବାର ପରିବାର ସହାୟତାରେ ମାତ୍ର ଦୁଇ ଘଣ୍ଟା ଭିତରେ ବିଶାଖାପାଟନମ ଷ୍ଟେସନ ରୁ ଭଦ୍ରକ ଆସିବାକୁ ଗୋଟିଏ ଏସ୍‌ସି ବସ୍ ର ବ୍ୟବସ୍ଥା କରିଥିଲେ । ଫଳ ରେ ଦୁର୍ଦ୍ଦଶା ଭୋଗୁଥିବା ଭଦ୍ରକ ର ୩୦ରୁ ଅଧିକ ହଜ୍‌ଯାତ୍ରୀମାନେ ଭଦ୍ରକ ପହଂଚିବା ସମ୍ଭବ ହୋଇ ପାରିଥିଲା । ବିଧାୟକ ଶ୍ରୀ ମଲ୍ଳିକଙ୍କ ଏଭଳି ବଦାନ୍ୟତା ଯୋଗୁଁ ହଜଯାତ୍ରୀମାନେ ତଥା ଟାଉନ ବିଜେଡି ସଭାପତି ତାହେର ମହମ୍ମଦ, ଶିକ୍ଷକ ନେତା ତବରେଜ ଖାଁ ପ୍ରମୁଖ ବିଧାୟକଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.