Home Top News ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସଂପର୍କ କାଟ ଅଭିଯାନ!

ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସଂପର୍କ କାଟ ଅଭିଯାନ!

63

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ସଂପର୍କ କାଟ ଅଭିଯାନ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଛକ ନିକଟରୁ ଏକ ବାଇକ୍ ରାଲି ଆରମ୍ଭ ହୋଇ ନିରାକାରପୁର, ନୂଆଗଡ଼, ରାଉତପଡ଼ା ଆଦି ପଞ୍ଚାୟତ ବୁଲି ମା’ ଉଗ୍ରତାରାଙ୍କ ପୀଠରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ୨୦୧୯ ନିର୍ବାଚନ ଖୋର୍ଦ୍ଧା ବିଧାୟକ ପାର୍ଥି କାଳୁଚରଣ ଖଣ୍ଡାୟତରାୟ ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ ଏବଂ ଏବିଭିପିରୁ ଆସି ବିଜେପିରେ ଯୋଗଦେଇଥିବା କିଛି କାର୍ଯ୍ୟକର୍ତ୍ତା ଏବଂ କିଛି ବୟସ୍କ ମହିଳା ସାମିଲ ଥିଲେ। ତେବେ ସଂପୃକ୍ତ ଅଞ୍ଚଳରେ ବିଜେପି ଯୁବ ମୋର୍ଚ୍ଚା ସଙ୍ଗଠନକୁ ଠିଆ କରିଥିବା ପୂରୁଖା ତଥା ବିଜେପିର ସକ୍ରିୟ ଯୁବା ନେତୃତ୍ୱ ବା କାର୍ଯ୍ୟକର୍ତ୍ତାଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା। ସୂଚନା ମୁତାବକ ସେମାନଙ୍କୁ ଏ’ କାର୍ଯ୍ୟକ୍ରମ ନେଇ ସେପରି କୌଣସି ସୂଚନା ଦିଆଯାଇ ନଥିଲା। ଏଥିନେଇ ସ୍ଥାନୀୟ ଅଞ୍ଚଳରେ ତୃଣମୂଳ ସ୍ତରର ସଙ୍ଗଠକ ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଥିବା ସୂଚନା ମିଳିଛି। ବିଜେପି ଜନ ସଂପର୍କ ଅଭିଯାନ କରିବ କ’ଣ, ଖୋର୍ଦ୍ଧା ଆସି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ସଂପର୍କ କାଟ ଅଭିଯାନ କରିଦେଇ ଯାଇଛନ୍ତି ବୋଲି ଆଲୋଚନା ହେଉଛି!
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.