Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେଡିର ମିଶ୍ରଣ ପର୍ବ

ଭଦ୍ରକ ବିଜେଡିର ମିଶ୍ରଣ ପର୍ବ

22

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ଦଳର କର୍ମୀ ଓ ତୃଣମୂଳସ୍ତରୀୟ ନେତାମାନେ ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହେଉଥିବାର ଦେଖାଯାଉଛି । ଆଜି ସେହିଭଳି ଭଦ୍ରକ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ବାସଭବନରେ ବିଜେଡି ଜିଲା ସାଧାରଣ ସଂପାଦକ ପ୍ରଭାତ ଜେନାଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ସଂପନ୍ନ ହୋଇଛି । ଏଥିରେ ବିଜେପିର ୨୮ନଂ ଜୋନ୍ ତଥା ମା’ ଭଦ୍ରକାଳୀ ମଣ୍ଡଳ ସଭାପତି ନାରାୟଣ ଚନ୍ଦ୍ର ସେନାପତି ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀ ସେନାପତି ବିଜେଡିରେ ମିଶିଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.