Home ଜିଲ୍ଲା ପରିକ୍ରମା ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ ପାଳିତ

ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ ପାଳିତ

12

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାହ ଉପଲକ୍ଷେ ଜିଲ୍ଲାସ୍ତରୀୟ ପୋଷଣ ମାହ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏ ପୋଷଣ ମାହ-୨୦୨୩ ର ମୁଖ୍ୟ ଲକ୍ଷ୍ୟଥିଲା ରାଷ୍ଟ୍ରକୁ ସୁପୋଷିତ ଭାରତ, ସାକ୍ଷର ଭାରତ ଏବଂ ସଶକ୍ତ ଭାରତ ରୂପେ ଗଢ଼ି ତୋଳିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ବୃହ ହାରରେ କମ୍ୟୁନିଟିକୁ ସାମିଲ୍ କରାଇ ତାଙ୍କର ଶକ୍ତି ବୃଦ୍ଧି କରିବା ସଂଗେ ସଂଗେ ଜନ ଆନ୍ଦୋଳନ ସୃଷ୍ଟି କରିବା । ସୁପୋଷିତ ଭାରତ ଭାବେ କୁ ପୋଷଣ ଏବଂ ରକ୍ତହୀନତାର ମୂଳ ଉତ୍ପାଟନ କରିବା । ସାକ୍ଷର ଭାରତ ଭାବେ ସମସ୍ତଙ୍କୁ ପାଠ୍ୟ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରିବା ଏବଂ ସଶକ୍ତ ଭାରତ ଭାବେ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିବା ଏହାର ଉଦ୍ଦେଶ୍ୟ । ଅତିରିକ୍ତ ଜିଲ୍ଲାପାଳ ଭଦ୍ରକ ରାମଦାସ ଟୁଡ଼ୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସଂଗେ ବିଭିନ୍ନ ପୋଷଣ କାର୍ଯ୍ୟକ୍ରମ ମାଧ୍ୟମରେ କୁପୋଷଣ ଓ ରକ୍ତହୀନତା ଦୁର କରିବା ଉପରେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରିଣୀ ପୁଷ୍ପଲତା ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରୋଗ୍ରାମ ଅଫିସର ଚନ୍ଦ୍ରା ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ଜିଲ୍ଲା ସଂଯୋଜକ ପୋଷଣ ଏସ୍‌.କେ. ସିରାଜ ଅକ୍ତର ପୋଷଣ ମାହର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଏତତ୍ ବ୍ୟତୀତ୍ ସଭାର ସି.ଡ଼ି.ଭି.ଓ., ଭଦ୍ରକ, ଡ଼ି.ସି.ପି.ଓ., ଭଦ୍ରକର ସମସ୍ତ ସି.ଡ଼ି.ପି.ଓ, ସୁପରଭାଇଜର ଓ କର୍ମୀମାନେ ଯୋଇଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.