Home ଜିଲ୍ଲା ପରିକ୍ରମା ଗାଜାଷ୍ଟ୍ରିପ୍ ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଏସ୍‌ଏଫ୍‌ଆଇ ଓ ଡିୱାଇଏଫ୍‌ଆଇର ପ୍ରତିବାଦ

ଗାଜାଷ୍ଟ୍ରିପ୍ ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଏସ୍‌ଏଫ୍‌ଆଇ ଓ ଡିୱାଇଏଫ୍‌ଆଇର ପ୍ରତିବାଦ

27

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାକ୍ରିନ ସାମ୍ରାଜ୍ୟବାଦର ନେତୃତ୍ୱ ନେଉଥିବା ଯୁକ୍ତରାଷ୍ଟ୍ର ଆମେରିକା ନିର୍ଦ୍ଦେଶରେ ଇସ୍ରାଏଲ ସେନା ଗାଜାଷ୍ଟ୍ରିପ୍ ଉପରେ ଗତ ୬ ଦିନ ଧରି ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପାଲେଷ୍ଟାଇନ, ଗାଜାର ସେନା ଇସ୍ରାଏଲ ଉପରେ ପ୍ରତି ଆକ୍ରମଣ ଜାରି ରଖିଛନ୍ତି । ଏହି ଉଭୟ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଅକ୍ଟୋବର ୧୨ ତାରିଖ ସକାଳ ସୁଦ୍ଧା ୩୬୦୦ ସାଧାରଣ ଜନତା ମୃତ୍ୟୁବରଣ କରିଛନ୍ତି । ପାଲେଷ୍ଟାଇନ୍ ସରକାରଙ୍କ ତଥ୍ୟରୁ ଜଣାଯାଇଛି ଯେ ଗାଜା ଷ୍ଟ୍ରିପ୍‌ରେ ୨୬୦ ଶିଶୁ ଓ ୨୩୦ ମହିଳାଙ୍କ ମୃତ୍ୟୁ ଘଟିଛି । ଯୁଦ୍ଧ ତୀବ୍ର ହେଉଥିବାରୁ ଗାଜା ଷ୍ଟ୍ରିପ୍‌ର ୨ ଲକ୍ଷ ୬୦ ହଜାର ଲୋକ ସେମାନଙ୍କ ଘର ଛାଡିଦେଇଛନ୍ତି । ଇସ୍ରାଏଲ ଯୁଦ୍ଧ ଜାହାଜ ଗୁଡିକ ଲଗାତର ଗାଜାଷ୍ଟ୍ରିପ୍ ଉପରେ ଆକ୍ରମଣ ଜାରି ରଖିଥିବାରୁ ସେଠାରେ ବିଦ୍ୟୁତ୍ ଯୋଗାଣ ପାଇଁ ଥିବା ଏକମାତ୍ର ପାୱାର ପ୍ଲାଣ୍ଟ ଏହି ଆକ୍ରମଣରେ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଫଳରେ ଗତ ବୁଧବାର ଠାରୁ ଏଠାରେ ସଂପୂର୍ଣ୍ଣ ଅନ୍ଧାର ବିରାଜମାନ କରିଛି । ଏପରିକି ଗାଜାଷ୍ଟ୍ରିପ୍‌ର ହସ୍‌ପିଟାଲ ଗୁଡିକର ବିଦ୍ୟୁତ୍ ରିଜର୍ଭ ଭେୟାର ରେ ଆଉ ୨ ଦିନ ପରେ ସଂପୂର୍ଣ୍ଣ ବିଦ୍ୟୁତ୍ ଓ ଇନ୍ଧନ ସରିଯିବ ବୋଲି ଜଣାପଡିଛି । ବିଶାଳ ବିଶାଳ ଅଟ୍ଟାଳିକା ମାନ ଇସ୍ରାଏଲର ବୋମାମାଡ ଯୋଗୁଁ ଗାଜାଷ୍ଟ୍ରିପ୍ ମାଟିରେ ମିଶିଯାଉଛି ।

ନ୍ୟୁକ୍ଲୟର ବୋମା ଓ ଫସଫରସ ବୋମାମାଡରେ ଗାଜାଷ୍ଟ୍ରିପ୍‌ରେ ସାଧାରଣ ଲୋକଙ୍କ ମୃତ୍ୟୁ ଭୟାନକ ଭାବେ ବୃଦ୍ଧି ପାଇଚାଲିଛି । ବିଶ୍ୱରେ ଅଳ୍ପ କିଛି ରାଷ୍ଟ୍ର ଚୀନ, ଉତ୍ତର କୋରିଆ, ଭିଏତନାମ, ଭେନି ଜୁଏଲା, ପାକିସ୍ତାନ, ବାଲାଂଦେଶ ପ୍ରମୁଖ ନିଜ ନିଜର ନିରପେକ୍ଷତା ଅବଲମ୍ବନ କରି ଯୁଦ୍ଧ ବନ୍ଦ ପୂର୍ବକ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜାତିସଂଘର ହସ୍ତକ୍ଷେପ ଚାହିଁଥିବାବେଳେ ମାକ୍ରିନ ସାମ୍ରାଜ୍ୟବାଦର ନେତୃତ୍ୱ ନେଉଥିବା ଯୁକ୍ତରାଷ୍ଟ୍ର ଆମେରିକା ତାର ସାମରିକ ମେଣ୍ଟ ନାଟୋ ମାଧ୍ୟମରେ ଇସ୍ରାଏଲକୁ ସମର୍ଥନ କରି ପାଲେଷ୍ଟାଇନ୍ ଓ ଗାଜା ବିରୁଦ୍ଧରେ ଯୁଦ୍ଧ କରିବାକୁ ୧ ଲକ୍ଷ ସୈନ୍ୟ ପଠାଇବା ବିଶ୍ୱ ପାଇଁ ଉଦବେଗ ଜନକ ପରିସ୍ଥିତି ସୃଷ୍ଟି କରିଛି । ଯାହା ବିଶ୍ୱ ସୁରକ୍ଷା ଦିଗରେ ଭୟଙ୍କର ସଂକଟ ସୃଷ୍ଟି କରିଛି । ଯୁକ୍ତରାଷ୍ଟ୍ର ଆମେରିକା ସହଯୋଗରେ ପାଲେଷ୍ଟାଇନର ଗାଜାଷ୍ଟ୍ରିପ୍ ଉପରେ ଏହି ଆକ୍ରମଣକୁ ବିରୋଧ କରି ଆଜି ଭଦ୍ରକ ବନ୍ତଛକ ଠାରେ ଏସଏଫ୍‌ଆଇ ଓ ଡିୱାଇଏଫ୍‌ଆଇ ପକ୍ଷରୁ ମିଳିତ ଭାବେ ପ୍ରତିବାଦ ଓ ଆନ୍ଦୋଳନ ଅନୁଷ୍ଠିତ ହୋଇଛି । ଏଥିରେ ଏସଏଫଆଇ ରାଜ୍ୟ ସଂପାଦକ ଷ୍ଟାଲିନ ଟିଟନ ଲେଙ୍କା, ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ବିକାଶ ନାଥ, ଜିଲା ଆବାହକ ଦାସୀନାଥ ଭୋଇ, ଛାତ୍ର ନେତା ଦେବାଶିଷ ବେହେରା, ଡିୱାଇଏଫ୍‌ୱାଇର ଜିଲା ସଭାପତି ବିନୋଦ ସାହୁ, ପୂର୍ବତନ ଜିଲା ସଂପାଦକ ଆଇନ୍‌ଜୀବୀ ଗିରିଧାରୀ ନାଥ, ଭଦ୍ରକ କଲେଜର ଛାତ୍ରନେତା ରାମହରି ପଣ୍ଡା, ସାଗର ମିଶ୍ର, ମାନସ ପଲାଇ ଆଶିଷ ପଣ୍ଡା, ପଙ୍କଜ ମାଝୀ ଓ ସରୋଜ ବେହେରା ପ୍ରମୁଖ ଏହି ପ୍ରତିବାଦ ଆନ୍ଦୋଳନରେ ବକ୍ତବ୍ୟ ରଖି ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ । ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନକୁ ପ୍ରତିବାଦ ସଭା ମାଧ୍ୟମରେ ନିବେଦନ କରିଥିଲେ । ଏବଂ ଏହି ଯୁଦ୍ଧରେ ଭାରତ ସରକାର କୌଣସି ଦେଶର ପକ୍ଷ ନନେଇ ଯୁଦ୍ଧ ବନ୍ଦ କରିବା ପାଇଁ ସରକାରୀ ଭାବେ ଲିଖିତ ନିବେଦନ କରିବାକୁ ଉଭୟ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରତିବାଦ ସଭା ମାଧ୍ୟମରେ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.