Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେଡିର ମିଶ୍ରଣ ପର୍ବ, କେଦାରପୁର ପଂଚାୟତ ବିରୋଧୀ ଶୂନ୍ୟ ହେଲା

ଭଦ୍ରକ ବିଜେଡିର ମିଶ୍ରଣ ପର୍ବ, କେଦାରପୁର ପଂଚାୟତ ବିରୋଧୀ ଶୂନ୍ୟ ହେଲା

169

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଏବେ ଅଧିକରୁ ଅଧିକ ସଶକ୍ତ ହେଉଛି । ଜିଲା କଂଗ୍ରେସର ବହୁ ପୁରୁଖା କଂଗ୍ରେସ ନେତା ଓ ୧୦ ଜଣ ପ୍ରାକ୍ତନ କାଉନ୍‌ସିଲର ଦଳ ଛାଡି ବିଜେଡିରେ ଯୋଗ ଦେଇଥିବାବେଳେ ଏବେ ଭଦ୍ରକ ବ୍ଲକ୍ କେଦାରପୁର ପଂଚାୟତର ଲଢୁଆ ବିଜେପି ନେତା ତଥା ସଂଗଠକ ଲକ୍ଷ୍ମୀଧର ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଆଜି ପୂର୍ବାହ୍ନରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ବିଜେଡିର ମିଶ୍ରର ପର୍ବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଜେଡି ଉତ୍ତରୀୟ ଓ ଫୁଲତୋଡା ଦେଇ ସେମାନଙ୍କୁ ଦଳରେ ଗ୍ରହଣ କରିଥିଲେ । ଭଦ୍ରକ ବ୍ଲକ୍ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ଏକ ଶୃଙ୍ଖଳିତ ଦଳ ଓ ଏଠି ଆମେ ସମସ୍ତେ ଜଣେ ଜଣେ କର୍ମୀ, ଆମ ନେତା ନବୀନ ପଟ୍ଟନାୟକ ବୋଲି କହିବା ସହ ଯୋଗ ଦେଇଥିବା ନୂତନ ସଦସ୍ୟଙ୍କୁ ଉଚିତ୍ ସମ୍ମାନ ମିଳିବ ବୋଲି କହିଥିଲେ । ସେହିପରି କେଦାରପୁର ପଂଚାୟତ ବିରୋଧୀ ଶୂନ୍ୟ ହେଲା ବୋଲି ଉପସ୍ଥିତ ନେତୃମଣ୍ଡଳୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ରଘୁନାଥ ଧଳ, ଜିଲା ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, କେଦାରପୁର ସରପଞ୍ଚ ଭରତ ତ୍ରିପାଠୀ, ସମିତି ସଭ୍ୟ ଯୋଗେନ୍ଦ୍ର ଘଡାଇ, ଯୁବନେତା ପ୍ରିୟବ୍ରତ ନାୟକ ଓ ପଂଚାୟତ ବିଜେଡି ସଭାପତି ରଘୁନାଥ ସେନାପତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.