Home ଜିଲ୍ଲା ପରିକ୍ରମା ଭଦ୍ରକ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସର୍ବଧର୍ମ ସମ୍ମିଳନୀ

ଭଦ୍ରକ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସର୍ବଧର୍ମ ସମ୍ମିଳନୀ

25

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୮୬ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ଅବସରରେ ଏକ ସର୍ବ ଧର୍ମ ସମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମାକୁମାରୀ ସେବାକେନ୍ଦ୍ର ଭଦ୍ରକର ମୁଖ୍ୟ ସଂଚାଳିକା ମଞ୍ଜୁ ଭଉଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାମକୃଷ୍ଣ ମିଶନର ଆଶ୍ରୟା ନନ୍ଦ ମହାରାଜ, ଶ୍ରୀ ଚୈତନ୍ୟ ଆଶ୍ରମ ର ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ରାଷ୍ଟ୍ରପତି ପୁରସ୍କୃତ ପଣ୍ଡିତ ଦୟାନିଧି ଦାଶ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଲକ୍ଷ୍ମୀଧର ରାଉତ, ବାରିପଦା ରୁ ବ୍ରହ୍ମାକୁମାର ଅନନ୍ତ, ବାଲିଆ ପାଳ ରୁ ଅଧ୍ୟାପିକା ବ୍ରହ୍ମା କୁମାରୀ ପ୍ରତିଭା ବିଶିଷ୍ଟ ଶିକ୍ଷାବିତ୍ ବ୍ରହ୍ମା କୁମାର ଶାନ୍ତନୁ ରାଉତ ପ୍ରମୁଖ ଉକ୍ତ ସଭାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ସମସ୍ତ ଭାଇ ଭଉଣୀ ମାନଙ୍କ ଉପସ୍ଥିତ ରେ ପରମ ପିତା ଶିବ ପରମାତ୍ମା ଙ୍କର ଧ୍ୱଜ ଉତ୍ତୋଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ବକ୍ତା ମାନେ ସହମତି ପ୍ରକାଶ କରିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ପରମାତ୍ମା ଙ୍କର ଜ୍ଞାନାଲୋକ ରେ ନିଜର ଆତ୍ମା ର ଶକ୍ତି କୁ ଜାଗ୍ରତ କଲେ। ସମସ୍ତ ଙ୍କ ମଧ୍ୟରେ ଏକତା ଓ ସଦ୍‌ଭାବନା ସ୍ଥାପନ ହୋଇପାରିବ। ସମସ୍ତ ଙ୍କ ର ପିତା ନିରାକାର ଶିବ ପରମାତ୍ମା ପତିବ୍ରତା ଓ ସତ୍ୟତା ଆଜି ଦିବ୍ୟ ଗୁଣ ର ଆଧାରରେ ସଂସାର ପରିବର୍ତ୍ତନ କରୁଛନ୍ତି। ଶିବ ଜୟନ୍ତୀ ଅବସରରେ ଦ୍ୱୀପ ପ୍ରଜ୍ଜ୍ୱଳନ ଓ କେକ କଟା ଯାଇ ଥିଲା। ସମସ୍ତେ ପ୍ରସାଦ ସେବନ କରିଥିଲେ। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ବ୍ରହ୍ମ କୁମାର ସୌଭାଗ୍ୟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.