Home ଜିଲ୍ଲା ପରିକ୍ରମା ମହିଳା ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା

ମହିଳା ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା

60

ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଅଧ୍ୟକ୍ଷ ହେଉ ବା ଅଧ୍ୟାପିକା କି ସାମାନ୍ୟ କର୍ମଚାରୀ, ସମସ୍ତେ ନିଜର କର୍ତ୍ତବ୍‌ଯ ନିଷ୍ଠା ଓ ଉତ୍ସର୍ଗୀକୃତ କର୍ମ ପାଇଁ ଅବସର ଗ୍ରହଣ ପରେ ମଧ୍ୟ ଛାତ୍ରଛାତ୍ରୀ ଓ ସହକର୍ମୀ ଙ୍କ ମାନସପଟ ରେ ଚିରକାଳ ସ୍ମରଣୀୟ ହୋଇ ରହନ୍ତି। ପ୍ରାଧ୍ୟାପିକା ସୁଚିତ୍ରା ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ଭଦ୍ରକ ମହିଳା ମହାବିଦ୍ୟାଳୟ ସଭାଗୃହରେ ପାଞ୍ଚଜଣ ସହକର୍ମୀ ଙ୍କ ଅବସର ଉପଲକ୍ଷେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ମତପ୍ରକାଶ ପାଇଛି। ଅଧ୍ୟକ୍ଷ ତୀର୍ଥ ବାସୀ ଦାସ, ପ୍ରାଧ୍ୟାପିକା ସରିତା ଦାସ, ମୋନଷ୍ଟର ସୁମତି ଦାସ, ପରିଚାଳିକା ପାର୍ବତୀ ମୁଖୀ ଓ ପ୍ରଶିକ୍ଷିକା ଅନ୍ନପୂର୍ଣା ସେନା ଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଭବ୍‌ଯ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପ୍ରାକ୍ତନ ଅଧ୍ୟକ୍ଷ ନଗେନ୍ ଚନ୍ଦ୍ର ମଲ୍ଲିକ, ପ୍ରାଧ୍ୟାପିକା ସୁପ୍ରତୀ କର, ଅନିତା ଦଳେଇ, ଅଧ୍ୟାପକ ଅଭୟ କୁମାର ଦାସ, ସୌଦାମିନୀ ରାଉତ, ଶୁଭଶ୍ରୀ ବେହେରା, ତଥା ରାଜଲକ୍ଷ୍ମୀ ବାରିକ, ସବିତା ନାୟକ, ସଂଘମିତ୍ରା ଦାସ ପ୍ରମୁଖ ଙ୍କ ବକ୍ତବ୍ୟ ପରେ ବିଦାୟୀ ସହକର୍ମୀ ମାନେ ସମ୍ବର୍ଦ୍ଧନା ରେ ଆବେଗପୂର୍ଣ୍ଣ ପ୍ରତ୍ୟୁତ୍ତର ଦେଇଥିଲେ। ଭାଗ୍ୟଲକ୍ଷ୍ମୀ ବାରିକ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ମହା ବିଦ୍ୟାଳୟ ର ଅନ୍ୟ ସମସ୍ତ କର୍ମଚାରୀ ସଭା ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.