Home ଜିଲ୍ଲା ପରିକ୍ରମା ଚାଷୀଙ୍କ କାମରେ ଆସୁନି ମନ୍ଦାକିନୀ ନଦୀ ଲତାର ଉଠା ଜଳସେଚନ ପ୍ରକଳ୍ପ

ଚାଷୀଙ୍କ କାମରେ ଆସୁନି ମନ୍ଦାକିନୀ ନଦୀ ଲତାର ଉଠା ଜଳସେଚନ ପ୍ରକଳ୍ପ

92

ନୟାଗଡ ୦୨/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେମଧ୍ୟରେ ରହିଛି ପାହାଡିଆ ନଦୀ ମାନଙ୍କରେ ଉଠା ଜଳସେଚନ ପ୍ରକଳ୍ପ। ପ୍ରକଳ୍ପ ଗୁଡିଏ କାର୍ଯ୍ୟସାରି ଠିକାଦାର ତାର ପ୍ରାପ୍ୟନେଇ ଛୁ ମାରିଲା ପରେ ବିଭାଗୀୟ ଅଧିକାରୀ ମାନେ ପରିଚାଳନା ଗତ ପଦକ୍ଷେପ ନନେବାରୁ ପ୍ରକଳ୍ପ ନିର୍ମାଣ ସରିଥିଲେ ମଧ୍ୟ ଚାଷୀଙ୍କ କାମରେ ଆସୁନି। ସେଭଳି ୪ ଗୋଟି ପ୍ରକଳ୍ପ ଦେଖିବାକୁ ମିଳୁଛି ରଣପୁର ବ୍ଲକ ମନ୍ଦାକିନୀ ନଦୀ କୂଳରେ ଥିବା ବଳରାମପୁର ମୈାଜା ଓ ଲତାର ମୈାଜାରେ। ଉଠା ଜଳସେଚନ ନିଗମ ଭୁବନେଶ୍ୱର ତରଫରୁ ନାବାର୍ଡ ସହାୟତାରେ ଗ୍ରାମୀଣ ଭିତ୍ତି ଭୂମି ବିକାଶ ଅର୍ଥ ବିନିଯୋଗରେ ନିର୍ମାଣ ହୋଇଥିଲା ଉଠା ଜଳସେଚନ ପ୍ରକଳ୍ପ। ପ୍ରକଳ୍ପ ପିଛା ୭୪ଜଣ କୃଷକଙ୍କୁ ନେଇ ୨୦ ହେକ୍ଟର ଲେଖାଏଁ ଜମି ଜଳସେଚିତ ହେବା ପାଇଁ ୨୭.୭୨ଲକ୍ଷ ଅଟକଳ ମୂଲ୍ୟରେ ୨୨.୧୮ ଲକ୍ଷ ନାବାର୍ଡ ସହାୟତାରେ ତା୨୮/୦୧/୨୦୨୧ ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତା ୨୬/୦୭/୨୦୨୧ ମସିହାରେ ଠିକାଦାର ତାର ପ୍ରାପ୍ୟ ନେଇ ଘରକୁ ପଳାଇ ଯାଇଥିବା ଜଣାପଡିଛି। କିନ୍ତୁ ସେହିଦୀନ ଠାରୁ ପ୍ରକଳ୍ପ କାର୍ଯ୍ୟ କରୁନାହିଁ। ଯାହାଫଳରେ କୃଷକ ମାନେ ରବି ଫସଲ କରିବାରୁ ବଂଚିତ ହୋଇଛନ୍ତି।

୪ ଗୋଟି ପ୍ରକଳ୍ପର ଏକା ଅବସ୍ଥା। କୃଷକ ମାନଙ୍କର ଅଭିଯୋଗ ଅନୁଯାଇ ପ୍ରକଳ୍ପ ସୁଇଚ୍ ମାରିଲେ ପାଇପି ବିଛାଇଥିବା ସବୁ ଆଡେ ଏକ କାଳିନ ପାଣି ବାହାରୁଛି। ଯାହାଫଳରେ ରବିଫସଲ କରିବା ସମ୍ଭବ ହେଉନାହିଁ। ଉଠା ଜଳସେଚନ ନୟାଗଡ ଜିଲ୍ଲା ଅତିରିକ୍ତ ଯନ୍ତ୍ରୀ କହିଥିଲେ ଯେ ପାଣି ପଞ୍ଚାୟତ ଗଠନ କରି ତୁମେ ନାଁ ଦିଅ ପଞ୍ଜୀକରଣ ହୋଇସାରିବା ପରେ ତୁମକୁ ତାହାର କପି ପ୍ରଦାନ ସହ ସମସ୍ତ ଖାତାପତ୍ର, ବ୍ୟାଙ୍କଖାତା ଖୋଲିବା ସହ ପ୍ରକଳ୍ପ ପରିଚାଳନା ତାଲିମ୍ ଓ ଗାୟିତ୍ୱ ଦିଆଯିବ। କିନ୍ତୁ ବିଭାଗୀୟ ଅଧିକାରୀ ଏଯାଏଁ କୈାଣସି କାର୍ଯ୍ୟ କରିନାହାଁନ୍ତି। ପ୍ରକଳ୍ପରେ ଥିବା ଚେକ୍‌ପୋଷ୍ଟ କାର୍ଯ୍ୟ କରୁନାହିଁ। ଏ ସମ୍ପକରେ ନୟାଗଡ ଉଠା ଜଳସେଚନ ବିଭାଗର ଅତିରିକ୍ତ ଯନ୍ତ୍ରୀ ନିରଞ୍ଜନ ଦାସ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତନ୍ତେଯ ପ୍ରକଳ୍ପ ନିର୍ମାଣ ପରେ ଠିକାଦାର ପରିଚାଳନା ପାଇ ସମସ୍ତ କାର୍ଯ୍ୟ କରିବା କଥା। ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ ବୋଲି ଆମ୍ଭ ପାଖରେ କୈାଣସି କୃଷକ ଅଭିଯୋଗ କରିନାହିଁ। ଆପଣ ପଚାରିବା ପରେ ଅବଗତ ହେଲି। ଆସନ୍ତା ୫ ତାରିଖ ସୁଦ୍ଧା ପ୍ରକଳ୍ପ ଗୁଡିକୁ ଯାଇ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବି। ଅପରପକ୍ଷେ ନଦୀ କୂଳରେ ବସିଥିବା ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ କାହା ଦାୟିତ୍ୱରେ ରହିନଥିବା ଜଣାପଡିଛି। ଯାହାଫଳରେ ଚୋରୀ ହୋଇଯିବା ଆଶଙ୍କା ପ୍ରକଟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.