Home Top News ଭଦ୍ରକ ପୌର ନିର୍ବାଚନ ଫଳାଫଳ ଘୋଷଣା, ବିଜେଡି, ବିଜେପି ଓ କଂଗ୍ରେସକୁ ମାତ୍ ଦେଇ ପୌରାଧ୍ୟକ୍ଷ...

ଭଦ୍ରକ ପୌର ନିର୍ବାଚନ ଫଳାଫଳ ଘୋଷଣା, ବିଜେଡି, ବିଜେପି ଓ କଂଗ୍ରେସକୁ ମାତ୍ ଦେଇ ପୌରାଧ୍ୟକ୍ଷ ପଦ ହାତେଇଲା ସ୍ୱାଧୀନ ପ୍ରାର୍ଥିନୀ ଗୁଲମକ୍କୀ

47

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲାରେ ଥିବା ଦୁଇ ପୌରାଞ୍ଚଳ ଭଦ୍ରକ ଓ ବାସୁଦେବପୁର ଏବଂ ଦୁଇ ବିଜ୍ଞାପିତ ପରିଷଦ ଅଂଚଳ ମଧ୍ୟରୁ ଧାମନଗରରେ ନିର୍ବାଚନୀ ହିଂସା ଯୋଗୁଁ ଫଳାଫଳ ସ୍ଥଗିତ ରହିଥିବାବେଳେ ଚାନ୍ଦବାଲିରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି। ତେବେ ଭଦ୍ରକରେ ଲାଗିରହିଥିବା ସବୁ କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଛି। ଭଦ୍ରକ ଜିଲ୍ଲାସ୍କୁଲ ଠାରେ ଏହି ପୌର ନିର୍ବାଚନର ଗଣତି ପ୍ରକ୍ରିୟା ବ୍ୟାପକ ପୁଲିସ୍ ସୁରକ୍ଷା ମଧ୍ୟରେ ଶେଷ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଗତକାଲି ରାତିରୁ ଆସନ୍ତା ୨୭ ସକାଳ ୬ ଘଟିକା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଯାହାଫଳରେ ସହରର ବିଭିନ୍ନ ସ୍ଥାନରେ ପୁଲିସ୍‌ର କଡା ପ୍ରହରା ଓ ପାଟ୍ରୋଲିଂ ଦେଖିବାକୁ ମିଳିଛି। ତେବେ ଭଦ୍ରକର ଚତୁର୍ମୁଖୀ ଲଢେଇରେ ବିଜେଡି, ବିଜେପି ଓ କଂଗ୍ରେସ କୁ ମାତ୍ ଦେଇ ପୌର ଅଧ୍ୟକ୍ଷ ଭାବେ ବିଜେଡିର ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥିନୀ ଗୁଲମକ୍କୀ ଦଲୱାଜି ୩୨୫୬ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟିନୀ ହୋଇଛନ୍ତି। ଯାହା ଓଡ଼ିଶା ରାଜନୈତିକ ଇତିହାସରେ ଭଦ୍ରକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଏହି ଫଳାଫଳରେ ବିଜେଡିର ୧୭, କଂଗ୍ରେସର ୬, ସ୍ୱାଧୀନରୁ ୫ ଓ ବିଜେପିରୁ ଜଣେ କାଉନ୍‌ସିଲର ବିଜୟୀ ହୋଇଛନ୍ତି। ବିଜୟୀ ହୋଇଥିବା ଅଧ୍ୟକ୍ଷା ପ୍ରାର୍ଥିନୀ ଗୁଲମକ୍କୀ ହବିବି ଏହି ବିଜୟ କେବଳ ଆମର ନୁହେଁ, ଏହା ସଂପୂର୍ଣ୍ଣ ଭଦ୍ରକ ପୌରବାସୀଙ୍କର। ତାଙ୍କ ଆଶୀର୍ବାଦ ଯୋଗୁଁ ସେ ଏହି ସୌଭାଗ୍ୟର ଅଧିକାରିଣୀ ହୋଇଥିବାରୁ ସମସ୍ତ ୩୦ ଗୋଟି ୱାର୍ଡର ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଭଦ୍ରକବାସୀ ଏଠି ଭାଇଚାରାକୁ ବଂଚାଇ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଏବଂ ପ୍ରଥମେ ୩୦ ଗୋଟି ୱାର୍ଡର ଜନସାଧାରଣଙ୍କ ମୌଳିକ ସୁବିଧା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପ୍ରତି ଅଧିକ ଗୁରୁତ୍ୱ ଦେବା ସହ ଭଦ୍ରକ ସହରର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ଡ୍ରେନେଜ୍ ଓ ଜିଲାବାସୀଙ୍କର ମୁଖ୍ୟ ଦାବି ଭଦ୍ରକ ମେଡିକାଲ କଜେଲ ପ୍ରତିଷ୍ଠାକୁ ଅଗ୍ରାଧିକାର ଦେଇ ଏ ଦିଗରେ ଶେଷ ରକ୍ତବିନ୍ଦୁ ଥିଲା ପର୍ଯ୍ୟନ୍ତ ଲଢେଇ କରିବେ ବୋଲି କହିଛନ୍ତି।

ଏଥିସହ ସମଗ୍ର ରାଜ୍ୟରେ ଭଦ୍ରକକୁ ଏକ ସୁନ୍ଦର ଓ ଉନ୍ନତ ସହର ଭାବେ ଗଢିତୋଳିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଜିଲାର ଅନ୍ୟତମ ପୌରପାଳିକା ବାସୁଦେବପୁରରେ ବିଜେଡି ପ୍ରାର୍ଥିନୀ ନିବେଦିତା ବେହେରା ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଏଠାରେ ୨୩ ଟି ୱାର୍ଡ ମଧ୍ୟରୁ ବିଜେଡି ୧୦, ବିଜେପି ୪ ଓ କଂଗ୍ରେସ ୯ଟି କାଉନ୍‌ସିଲର ପଦ ହାତେଇଛନ୍ତି। ଚାନ୍ଦାବଲି ବିଜ୍ଞାପିତ ପରିଷଦରେ ବିଜେଡିର ଶାନ୍ତିଲତା ସେଠୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ ୧୫ ଗୋଟି ୱାର୍ଡ ମଧ୍ୟରୁ ବିଜେଡି ୧୧, ବିଜେପି ୩ ଓ କଂଗ୍ରେସ ୧ କାଉନ୍‌ସିଲର ଦଖଲ କରିଛି। ବିଶେଷକରି ଭଦ୍ରକ ପୌରପାଳିକାର ୩୦ଟି ୱାର୍ଡ ମଧ୍ୟରୁ ୪ ନଂ କେବଳ ଅଧ୍ୟକ୍ଷା ପଦ ପାଇଁ ନିର୍ବାଚନ ହୋଇଥିବାବେଳେ ୨୯ ଗୋଟି ୱାର୍ଡରେ ମଧ୍ୟରୁ ୧ ନଂ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତୀ ପୃଷ୍ଟି ବିଜୟୀ ହୋଇଛନ୍ତି। ୨ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ରଂଜନ ଯେନା ୩୫୪, ୩ ନଂ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଖଗେଶ୍ୱର ବାରିକ, ୫ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ, ୬ନଂ ୱାର୍ଡରେ ବିଜେଡିର ଅଂଜୁବାଳା ନାୟକ, ୭ ରେ ବିଜେଡିର ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ୮ ନଂ ରେ ବିଜେଡିର ସ୍ୱାଗତିକା ନାୟକ, ୯ନଂ ରେ ବିଜେଡିର ସୁନିତା ଯେନା, ୧୦ନଂ ରେ ବିଜେଡିର ସୌଭାଗ୍ୟଲକ୍ଷ୍ମୀ ସ୍ୱାଇଁ, ୧୧ନଂ ରେ ବିଜେଡିର ଗୀତାଞ୍ଜଳି ଦାସ, ୧୨ ନଂରେ କଂଗ୍ରେସର ହେମନ୍ତ ସାହୁ, ୧୩ ରେ ବିଜେଡିର ଅଂଜନ କୁମାର ଜେନା, ୧୪ନଂ ରେ ସ୍ୱାଧୀନ ପ୍ରାର୍ଥୀ ସେକ୍ ଜାହିରୁଦ୍ଦିନ୍‌, ୧୫ନଂ ରେ ବିଜେପିର ଜ୍ୟୋତିର୍ମୟ ପଟ୍ଟନାୟକ, ୧୬ନଂ ରେ ବିଜେଡିର ଆଶିଷ ଅମିତାଭ ମହାପାତ୍ର, ୧୭ନଂ ରେ ସ୍ୱାଧୀନ ପ୍ରାର୍ଥୀ ସେକ୍ ଫରିୟାଜ ଖାନ, ୧୮ନଂ ରେ ବିଜେଡିର ସୟଦ ନାସର ଅଲ୍ଲୀ, ୧୯ନଂ ରେ କଂଗ୍ରେସର ରୁକସାନା ଖାତୁନ, ୨୦ ରେ ବିଜେଡିର ମହମ୍ମଦ ଜକ୍କାଉଲ୍ଲା, ୨୧ ରେ ବିଜେଡିର ସନୱାରା ବିବି, ୨୨ ରେ କଂଗ୍ରେସର ଯମୁନା ସୋରେନ୍‌, ୨୩ ରେ ସ୍ୱାଧୀନ ପ୍ରାର୍ଥିନୀ ରେସମା ପରୱିନ୍‌, ୨୪ନଂ ରେ କଂଗ୍ରେସର ଜାହିଦ ସାହା, ୨୫ନଂ ରେ କଂଗ୍ରେସର ସେକ୍ ସାହିଲ କାଦ୍ରୀ, ୨୬ନଂ ରେ ବିଜେଡିର ସେକ୍ ଜୁଲଫୁକର ଅଲ୍ଲୀ, ୨୭ନଂ ରେ କଂଗ୍ରେସର ସହେଜାଦି ଦୁରିଜିନା, ୨୮ନଂ ରେ ବିଜେଡିର ସହିଦ ଖାଁ, ୨୯ ନଂ ରେ ବିଜେଡିର ସେକ୍ ଗରିବୁଲ୍ଲା ଓ ୩୦ ନଂ ରେ ବିଜେଡିର ଉର୍ମିଳା ମାଝୀ ବିଜୟୀ ହୋଇଛନ୍ତି। ଭଦ୍ରକ ପୌରାଧ୍ୟକ୍ଷ ପଦ ନିର୍ବାଚନରେ ସ୍ୱାଧୀନ ପ୍ରାର୍ôଥନୀ ଗୁଲମକ୍କୀ ଦଲୱାଜି ୨୮୧୧୫ ଭୋଟ୍ ପାଇ ବିଜୟୀ ହୋଇଥିବାବେଳେ ବିଜେଡି ପ୍ରାର୍ଥିନୀ ସମିତା ମିଶ୍ର ୨୪୮୫୯, ବିଜେପି ପ୍ରାର୍ଥିନୀ ଗୀତାଞ୍ଜଳି ପଢିଆରୀ ୬୭୮୭ ଓ କଂଗ୍ରେସ ପ୍ରାର୍ଥିନୀ ଅମିତାବାଳା ଆଚାର୍ଯ୍ୟ ୧୯୭୭ ଖଣ୍ଡ ଭୋଟ୍ ପାଇ ପରାଜିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.