Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକାରେ କଂଗ୍ରେସର ମିଶ୍ରଣପର୍ବ, ୨୭ ନମ୍ବର ୱାର୍ଡ଼ରେ ଦଳ ଛାଡ଼ି ଯୋଗଦେଲେ ଶତାଧିକ ବିଜେପି...

ଭଦ୍ରକ ପୌରପାଳିକାରେ କଂଗ୍ରେସର ମିଶ୍ରଣପର୍ବ, ୨୭ ନମ୍ବର ୱାର୍ଡ଼ରେ ଦଳ ଛାଡ଼ି ଯୋଗଦେଲେ ଶତାଧିକ ବିଜେପି ଓ ବିଜେଡି କର୍ମୀ

24

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭଦ୍ରକ ରାଜନିତୀ ଉଷ୍ମ ହେବାରେ ଲାଗିଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ମିଶ୍ରଣପର୍ବ ଅନୁଷ୍ଠିତ ହେଉଛି । ପୂର୍ବରୁ ଉଭୟ ଶାସକ ବିଜେଡି ଓ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଆସୁଥିବାବେଳେ, ଭଦ୍ରକ ପୌରାଞ୍ଚଳରେ ଦେଖିବାକୁ ମିଳିଛି ସର୍ବ ପୁରାତନ କଂଗ୍ରେସ ଦଳର ମିଶ୍ର୍ରଣ ପର୍ବ । ଯାହାକି କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିଛି । ତେବେ ଆଜି ଗୁରୁବାର ସଂଧ୍ୟାରେ ଭଦ୍ରକ ପୌରାଞ୍ଚଳର ୨୭ ନମ୍ବର ୱାର୍ଡ଼ ଚଉଖଣ୍ଡି ଠାରେ ଭାରତୀୟ ଜାତୀୟ କଂଗ୍ରେସ ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକ ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ୍ ଖାନ୍ ସଭାପତିତ୍ୱ କରିଥିବାବେଳେ, ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି ଏଥିରେ ଯୋଗଦେଇଥିଲେ । ଏହି ମିଶ୍ରଣପର୍ବରେ ଶତାଧିକ ବ୍ୟକ୍ତି ବିଜେଡି ଓ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ । ବରିଷ୍ଠ ବିଜେଡି ନେତା ମତଳୁବ ଅଲ୍ଲୀ ଖାନଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଓ ବିଜେପି ନେତା ତନୱାର ଖାନଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଦଳ ପରିତ୍ୟାଗ କରି କଂଗ୍ରେସରେ ଯୋଗଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀମତୀ ପରିଡ଼ା, ୟାସିର ନୱାଜଙ୍କ ସମେତ ଜିଲ୍ଲା ସଭାପତି ଶ୍ରୀ ଦାସ, ଶ୍ରୀ ମହାନ୍ତି ପ୍ରମୁଖ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ଦଳକୁ ସ୍ୱାଗତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ପରିଡ଼ା ନିଜ ବକ୍ତବ୍ୟରେ କଂଗ୍ରେସ ଦେଶର ସର୍ବ ପୁରାତନ ଦଳ । ବର୍ତ୍ତମାନର ଶାସକ ଦଳ ରାଜ୍ୟ ଅର୍ଥନିତୀକୁ ତଳି ତଳାନ୍ତ କରି ଯୋଜନା କରି ଚାଲିଛନ୍ତି । ଏହାର ବିଷମୟ ପରିଣତି ଆମ ସମସ୍ତଙ୍କୁ ଭବିଷ୍ୟତରେ ଭୋଗିବାକୁ ପଡ଼ିବ ବୋଲି ସେ କହିଥିଲେ । ସେହିପରି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଥିଲେଯେ, ଯୁବବର୍ଗ ହେଉଛନ୍ତି ଦେଶର ମେରୁଦଣ୍ଡ । ଆଗାମୀ ଦିନରେ ସମସ୍ତ ଛାତ୍ର ଓ ଯୁବବର୍ଗ ଏକ ହୋଇ ଏବେରେ କୁଶାସନ ବିରୋଧରେ ସଂଗ୍ରାମକୁ ଜୋରଦାର କରିବା ସହ ଦଳକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଥିଲେ । ଉକ୍ତ ସଭା ପୂର୍ବରୁ ସ୍ଥାନୀୟ ନେତୃମଣ୍ଡଳୀ ଜିକୁ ସେଖ, ଇଲିୟାସ ଅଲ୍ଲୀ ଖାନ, ହେମନ୍ତ ମହାପାତ୍ରପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଏମାନଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ପିତବାସ ଧଳ, ଅଶ୍ରଫ ଅଲ୍ଲୀ ଖାନ, ଦେବେନ୍ଦ୍ର ମହାନ୍ତି, ବିଜୟ ଭଞ୍ଜ, ସ୍ପନ୍ଦନ ମଲ୍‌ିକ, ଛାତ୍ର କଂଗ୍ରେସ ସଭାପତି ସୌମ୍ୟରଂଜନ ବାରିକ, ବିଜୟ ବାରିକ, ଏନାମକୁଲ ହକ୍‌, ମିର୍ଜା ଏକ୍ରାମ ବେଗ୍‌, ରଂଜନ ଜେନା, ନଫିସ ଖାଁ, ଟୋନି ଅଲ୍ଲୀଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.