Home ଜିଲ୍ଲା ପରିକ୍ରମା ଜନ୍ମଦିନ ପାଳନ କରି ବନ୍ଧୁ ମିଳନ କଲେ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ

ଜନ୍ମଦିନ ପାଳନ କରି ବନ୍ଧୁ ମିଳନ କଲେ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ

13

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ ତାଙ୍କର ଜନ୍ମଦିନ ପାଳନ କରିବା ଅବସରରେ ଏକ ବନ୍ଧୁମିଳନର ଆୟୋଜନ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ ସ୍ତରର ବିଜେପି ନେତାଙ୍କ ସମେତ ର୍ପୂବତନ ମନ୍ତ୍ରୀ, ବିଧାୟକ, ସରପଞ୍ଚ, ସମିତି ସଦସ୍ୟସଦସ୍ୟା ଯୋଗ ଦେଇ ଶ୍ରୀଯୁକ୍ତ ପାଢୀଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଗୀତ ସଂଗୀତର ମୂର୍ଚ୍ଛନାରେ ଭରପୁର ଜମାଣିଆ ପରିବେଶରେ ବନ୍ଧୁ ମିଳନରେ ମିଷ୍ଟାନ୍ନ ଓ ଭୋଜନରେ ଆପ୍ୟାୟିତ କରାଯାଇଥିଲା। ହଜାର ହଜାର ସଂଖ୍ୟାର ବିଜେପି ସମର୍ଥକ ଆସି ଶ୍ରୀଯୁକ୍ତ ପାଢୀଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇବା ତାଙ୍କ ଭଲ ପାଇବାର ପ୍ରମାଣ ଦେଇଥିଲା। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ କାର୍ଯ୍ୟକାରିଣୀ ପଞ୍ଚାନନ ରାଉତ, ସଂସଦୀୟ ନେତା ଅଭିମନ୍ୟୁ ସେଠୀ, ଅଶୋକ ପରିଜା, ବରିଷ୍ଠ ନେତା ଡାକ୍ତର ପ୍ରଦୀପ ନାୟକ, ଶଶିକାନ୍ତ ବିଶ୍ୱାଳ, ମହମ୍ମଦ ଅଲୀ ସବର, ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ନାରୀ ନେତ୍ରୀ ଚୈତାଳୀ ଖିଲାର, ତପସ୍ୱିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ପାଢୀଙ୍କ ଜନ୍ମଦିନକୁ ପାଳନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ବହୁ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.