Home ଜିଲ୍ଲା ପରିକ୍ରମା ବେତାର ନାଟ୍ୟକାର ଓ ଗୀତିକାର ସ୍ୱର୍ଗତ ନରସିଂହ ମହାପାତ୍ରଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଓ ପ୍ରତିଭା...

ବେତାର ନାଟ୍ୟକାର ଓ ଗୀତିକାର ସ୍ୱର୍ଗତ ନରସିଂହ ମହାପାତ୍ରଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଓ ପ୍ରତିଭା ସମ୍ବର୍ଦ୍ଧନା

53

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକସ୍ଥ ଭାଗବତ କଲ୍ୟାଣ ମଣ୍ଡପରେ ନାଟ୍ୟକାର ଓ ଗୀତିକାର ସ୍ୱର୍ଗତ ନରସିଂହ ମହାପାତ୍ରଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ତ୍ୟାଗଭୂମିର ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଡଃ ରାଧାରାଣୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ଡଃ କ୍ଷୀରୋଦ ସାମଲ, ସମ୍ମାନନୀୟ ଅତିଥି ଭାବେ ଶିବାନୀ ସାହିତ୍ୟ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବହଳୀ, ଅଧ୍ୟାପିକା ରୀତାରାଣୀ ମହାନ୍ତି, ରାନ୍ଦିଆ ସରପଞ୍ଚ ପ୍ରତିନିଧି ଅମିତ ମହାପାତ୍ର, ପୂର୍ବତନ ଓଲଙ୍ଗ ସରପଞ୍ଚ ଦେବୀଦତ୍ତା ମହାନ୍ତି ଯୋଗ ଦେଇ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ସହିତ ଓଡ଼ିଆ ସାହିତ୍ୟ ପ୍ରତି ନରସିଂହ ମହାପାତ୍ରଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିମଳା ନାଟ୍ୟ ସଂସଦ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ବାରିକ ବିବରଣୀ ପାଠ କରିଥିଲେ। ଦୁଃଶାସନ ଗାହାଣ ମଞ୍ଚ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ଦିବଂଗତ ସାହିତ୍ୟିକ ବିଷ୍ଣୁ ସେଠୀ, ଚିତ୍ରଶିଳ୍ପୀ ଅଶୋକ ମହାନ୍ତି, ବରିଷ୍ଠ ଅଧିବକ୍ତା ତୁଷାରକାନ୍ତି ମହାନ୍ତି, ପ୍ରହଲ୍ଳାଦ ବାରିକଙ୍କ ବିୟୋଗ ଜନିତ ନୀରବ ପ୍ରାର୍ଥନା କରାଯାଇ ଶୋକବ୍ୟକ୍ତ କରାଯାଇଥିଲା। ପଣ୍ଡିତ ରତ୍ନାକର ମିଶ୍ର ବେଦପାଠ କରିଥିଲେ। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ବିଜୟ ଦାସଙ୍କୁ ‘ନରସିଂହ ମହାପାତ୍ର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ବାବୁ ନିରନଙ୍କୁ ‘ଚିତ୍ରଶିଳ୍ପୀ ଅଶୋକ ମହାନ୍ତି ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା।

ମାନପତ୍ର ପାଠ କରିଥିଲେ କାଳନ୍ଦୀ ମଲ୍ଳିକ ଓ ମନୋଜ ପଣ୍ଡା। ଏହି ଅବସରରେ ମୋହିନୀ ମୋହନ ମହାପାତ୍ର, ନାଟ୍ୟଶ୍ରୀ ନିର୍ମଳ ରାଉତ, ଦୁଃଶାସନ ଗାହାଣ, ଅମିୟ ମହାପାତ୍ର, ରମାକାନ୍ତ ଗାହାଣ, ଶର୍ମିଷ୍ଠା ପଣ୍ଡା, ଅଧିବକ୍ତା ଗିରିଧାରୀ ନାଥ, ଅଗଣୀ ଜେନା, ଲୋକକଳା ଉପସଭାପତି ସୁବାସ ମଲ୍ଳିକ, ସମାଜସେବୀ ପିଣ୍ଟୁ ମିଶ୍ର, ଗଂଗାଧର ରାଉଳ, ତ୍ୟାଗଭୂମିର ସଭ୍ୟ, ବଂଶୀବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦର ସଭ୍ୟସଭ୍ୟା ସ୍ୱର୍ଗତ ନରସିଂହ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ। ନରସିଂହ ମହାପାତ୍ରଙ୍କ ରଚିତ ଗୀତକୁ ସୁମତୀ ପଣ୍ଡା, ମିନତୀ ବାରିକ, କ୍ଷୀରାବ୍ଧ ତନୟା ପଣ୍ଡା, ସୁରେନ୍ଦ୍ର ଗାହାଣ, ମନୋଜ ବାରିକ ଗାଇଥିବା ବେଳେ ବାଦ୍ୟାଂଶରେ ରାମ, ସତ୍ୟବ୍ରତ, ମନୋଜ ଭାଗ ନେଇଥିଲେ। ଗୀତିକାରଙ୍କ ରଚିତ ଫୁଲରସିଆ ଗୀତରେ ବନ୍ଦନା ପ୍ରିୟଦର୍ଶିନୀ ଜେନା ଅଭିନୟ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସନ୍ଧ୍ୟାରାଣୀ ବେହେରା, ଆଶିଷ ସେଠୀ, ଧନଞ୍ଜୟ ସେଠୀ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡଃ କିରଣ କୁମାର ଗୁଇଁ, ଡଃ ଅବନୀ ପ୍ରଧାନ, ଲକ୍ଷ୍ମଣ ମହାନ୍ତି, ଡଃ ଗୋଲକ ସାହୁ, ବସୁମିତ୍ରା ସାହୁ, ମାଳତୀ ପାଢୀ, ରମେଶ ଚନ୍ଦ୍ର ଦାସ, ସରୋଜିନୀ ବରାଳ, ଅଧ୍ୟାପିକା ଉଷାରାଣୀ ଜେନା, ବାବୁଲାଲ ଦାସ, କୈଳାସ ମହାପାତ୍ର, ଗୀତିକାର ଅରୂପାନନ୍ଦ, ନରେନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇଥିବା ବେଳେ ମୋହିନୀ ମୋହନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.