Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ସହକାରୀ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ ଜିଲ୍ଲା ସହକାରୀ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

42

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଭଦ୍ରକ ଜିଲ୍ଲା ସହକାରୀ ଶିକ୍ଷକ ( ଲେଭେଲ – ଭି, ଏକ୍ସ କ୍ୟାଡର) ସଂଘର ସଭାପତି ଅନ୍ତର୍ଯ୍ୟାମୀ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହ ସମ୍ପାଦକ ମାୟାଧର ଦାସ ସଭାର ମୁଖ୍ୟ ଅତିଥି ରାଜ୍ୟ ସଂଘର ସଭାପତି ଶରତ ନାୟକ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସମ୍ପାଦକ ନିତ୍ୟାନନ୍ଦ ରାଉଳ ସଭାର ପ୍ରମୁଖ ଏଜେଣ୍ଡା ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାୟକ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଯଥା ଏନପିଏସ କାର୍ଯ୍ୟକାରୀ, ଏରିଅର ବକେୟା, ଟ୍ରେଜେରୀ ପେମେଂଟ, ଓଟିଇଟି ରଦ୍ଦ, ନିୟମିତ ହେବାକୁ ଥିବା ଗଣ ଶିକ୍ଷକ ଙ୍କ ସମସ୍ୟା ର ସମାଧାନ, ନିୟମିତ ଇଂକ୍ରିମେଣ୍ଟ ସମସ୍ୟା ଓ ସମାଧାନ ବାବଦରେ ଅବଗତ ହୋଇ ଏହାର ସ୍ଥାୟୀ ସମାଧାନ ବିଷୟରେ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ ସଂଘ ଏକ ନିର୍ଣ୍ଣାୟକ ଭୂମିକା ନେବାର ରୂପରେଖ ବାବଦରେ ସୂଚନା ଦେଇଥିଲେ । ଏହି ବୈଠକରେ ସମସ୍ତ ବ୍ଲକ ର କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତ୍ତା ଯଥା କୋଷାଧ୍ୟକ୍ଷ ରାଜେନ୍ଦ୍ର ବାରିକ, ଶ୍ରୀଧର ପଣ୍ଡା, ଶିବବ୍ରତ ରାଉତ, ସୁଧାଂଶୁ ମିଶ୍ର, ମନୋରଞ୍ଜନ ଦୀକ୍ଷିତ, ସୁଦର୍ଶନ ମିଶ୍ର, ସତ୍ୟବ୍ରତ ଭୂୟାଁ, ଅମୁଲ୍ୟ ବେହେରା, ବନମାଳୀ ପତି, ଜଗବନ୍ଧୁ ପତି, ଅକ୍ଷୟ ସାହୁ, ଧନେଶ୍ୱର ଖୁଣ୍ଟିଆ, ପୂର୍ଣ୍ଣ ପାତ୍ର, କାର୍ତ୍ତିକ ଜେନା, କାର୍ତ୍ତିକ ବେହେରା ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ । ଶେଷରେ ଶିକ୍ଷକ ନେତା ବସନ୍ତ କୁମାର ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.