Home ଜିଲ୍ଲା ପରିକ୍ରମା ଧାମନଗରରେ କ୍ରୀଡ଼ାର ବିକାଶ ପାଇଁ ଇଣ୍ଡୋର ଷ୍ଟାଡ଼ିୟମର ଆବଶ୍ୟକତା ଥିଲା: ସଂଜୀବ ମଲ୍ଳିକ

ଧାମନଗରରେ କ୍ରୀଡ଼ାର ବିକାଶ ପାଇଁ ଇଣ୍ଡୋର ଷ୍ଟାଡ଼ିୟମର ଆବଶ୍ୟକତା ଥିଲା: ସଂଜୀବ ମଲ୍ଳିକ

23

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳର କ୍ରୀଡ଼ାର ବିକାଶ ଓ ଭିତ୍ତିଭୂମି ପାଇଁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାଙ୍କର ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ସ୍ୱପ୍ନକୁ ଶାକାର କରିଛନ୍ତି । ଗାଁରୁ ଯେଉଁ କ୍ରୀଡ଼ାବିତ୍ ଓ ଛାତ୍ରଛାତ୍ରୀ ମାନେ ସେପରି ଉନ୍ନତ ମାନର ଶିକ୍ଷା ପାଉନଥିଲେ ଆଜି କିନ୍ତୁ ତାହା ସଫଳ ହୋଇଛି । ପ୍ରତ୍ୟେକ ଏନ୍‌ଏସି ଓ ପୌରାଞ୍ଚଳରେ ଇଣ୍ଡୋରଷ୍ଟାଡ଼ିୟମ କରାଯାଇ କ୍ରୀଡ଼ାର ବିକାଶପାଇଁ ଆବଶ୍ୟକତା ଥିଲା ବୋଲି ବିଧାୟକ ସଂଜୀବ କୁମାର ମଲ୍ଳିକ କହିଛନ୍ତି । ଧାମନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଜୁ ପଟ୍ଟନାୟକ ଇଣ୍ଡୋରଷ୍ଟାଡ଼ିୟମ ନିର୍ମାଣ ପାଇଁ ପ୍ରସ୍ତାବର ସ୍ୱାଗତ ପାଇଁ ଏକ ସଭାରେ ଧାମନଗର ନଗରସଭାପତି ସୁଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବିଜେଡ଼ି ଜିଲ୍ଳା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମଲ୍ଲିକ, ହରେକୃଷ୍ଣ ପାଢୀ, ପୂର୍ବତନ ବିବିସିସି ସଭାପତି ରଘୁନାଥ ଲେଙ୍କା, ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ଶରତଚନ୍ଦ୍ର ମହାନ୍ତି, ବିଜେଡ଼ି ବ୍ଲକ ସଭାପତି ଉମେଶ ମହାନ୍ତି, ଯୁବ ବ୍ଲକ ସଭାପତି ଭାରତ ବିଜୟ ଦଳାଇ, ସଂଖ୍ୟାଲଘୁସେଲ୍‌ର ନେତା ଏମ୍‌ଡ଼ି୍ ହବିବୁର ରହେମାନ, ପୂର୍ବତନ ସମିତିସଭ୍ୟ ବିଦ୍ୟାଧର ରାଉତ, ଯୁବନେତା ସେକ୍ ଜାଫର ଅଲ୍ଳୀ, ପ୍ରତାପ କୁମାର ସାମଲ, ସୁଶାନ୍ତ କୁମାର ପଣ୍ଡା, ନାରିନେତ୍ରୀ ସ୍ୱପ୍ନାରାଣୀ ପଣ୍ଡା, ନିବେଦିତା ଜେନା, କ୍ରୀଡ଼ାବିତ୍ ଦିବ୍ୟଜ୍ୟୋତି ଦାସ, ବିଷ୍ଣୁପ୍ରିୟା ମିଶ୍ର, ସନ୍ତୋଷି ପୁହାଣ ପ୍ରମୁଖ ଯୋଗଦେଇ ଧାମନଗର ପରି ଜାଗାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଇଣ୍ଡୋରଷ୍ଟାଡ଼ିୟମ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ ଆଜି ତାହା କାର୍ଯ୍ୟକାରୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା କରାଯାଇଥିଲା । ଏହି ଅବସରରେ କେତେକ କ୍ରୀଡ଼ାବିତ୍ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ସାର୍ଟିଫିକେଟ ଓ କ୍ରୀଡ଼ା ସାମଗ୍ରୀ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି ଧାମନଗର ହାଇସ୍କୁଲ ସନ୍ନିକଟ ପଡ଼ିଆରେ ଏହି ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ପ୍ରାୟ ୭କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯିବା ସହ ୧୮ମାସ ମଧ୍ୟରେ କାର୍ଯ୍ୟ ସମ୍ପୁର୍ଣ୍ଣ ହେବବୋଲି ଭଦ୍ରକ ବିଧାୟକ ଶ୍ରୀ ମଲ୍ଳିକ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଧାମନଗର ଏନ୍‌ଏସି ସମେତ ବ୍ଲକର ବିଭିନ୍ନ ପଂଚାୟତରୁ କ୍ରୀଡ଼ାବିତ୍ ମାନେ ଉପସ୍ଥିତ ଥିଲେ । ବ୍ଲକ ଛାତ୍ର ସଭାପତି ତୁସାରକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.