Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଟେନିକଏଟ ଆସୋସିଏସନର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

ଭଦ୍ରକ ଜିଲ୍ଲା ଟେନିକଏଟ ଆସୋସିଏସନର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

22

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଚେରୀ ବଜାରସ୍ଥିତ ଯଶୋଦା ହୋଟେଲ ସଭାଗୃହରେ ଭଦ୍ରକ ଜିଲ୍ଲା ଟେନିକଏଟ ଆସୋସିଏସନର ପ୍ରଥମ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ଟେନିକଏଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀକାନ୍ତ କୁମାର ସିଂହଙ୍କ ଉପସ୍ଥିତିରେ ଚୟନ ହୋଇଥିବା କର୍ମକର୍ତ୍ତା ଙ୍କ ଉପରେ ମୋହର ଲାଗିଛି । ବୈଠକର ଆରମ୍ଭରେ ଏହି ସଂଘର ସୃଷ୍ଟି କର୍ତ୍ତା ସ୍ୱର୍ଗତ ମହେନ୍ଦ୍ର ନାଥ ମହାରଣାଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ୨୦୦୦ମସିହାରୁ ଓଡିଶା ସରକାରଙ୍କ ଦ୍ୱାରା ସ୍ୱୀକୃତି ପାଇଥିବା ଏ ସଂଘ ଦୀର୍ଘ ଦିନ ହେଲା କୌଣସି କାର୍ଯ୍ୟକ୍ରମ କରୁନଥିଲା । ପୁରାତନ ଖେଳାଳି ଓ ପୁରାତନ କର୍ମକର୍ତ୍ତା ମାନଙ୍କୁ ନେଇ ଆଉଥରେ ଏହାର ନବୀକରଣ କରାଯାଇଥିଲା ।ଏଥିରେ ସର୍ବସମ୍ମତି କ୍ରମେ ଗୋଲକ ନାୟକ ସଭାପତି ଭାବେ ମନୋନୀତ ହୋଇଥିଲେ । ମନୋଜ କୁମାର ସାହୁ ସାଧାରଣ ସମ୍ପାଦକ,ଚନ୍ଦନ କୁମାର ଦେ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ଜ୍ଞାନ ରଞ୍ଜନ ମହାନ୍ତି କାର୍ଯ୍ୟକାରୀ ସଭାପତି ଓ ମନୋରଞ୍ଜନ ଦାସ ଉପସଭାପତି ଭାବେ ମନୋନୀତ ହୋଇଥିଲେ । ସୁବାସ ଦୀକ୍ଷିତ, ଭବେଶ ଦାସ ଓ ସୁମନ କୁମାର ପଣ୍ଡା ମଧ୍ୟ ଉପସଭାପତି ଭାବେ ମନୋନୀତ ହୋଇଥିଲେ । ରାଜ ତିଳକ ସ୍ୱାଇଁ ସଂଗଠନ ସମ୍ପାଦକ ଭାବେ ମନୋନୀତ ହୋଇଥିବା ବେଳେ ସାନ୍ଧ୍ୟରାଣୀ ପାଣିଗ୍ରାହୀ,ଅମର୍ରିତା ବିଶ୍ୱାଳ, ସୁନିତା ଧଳ ଓ ମୋନାଲିସା ରାଉତ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ଆଗାମୀ ନଭେମ୍ବର ମାସରେ ଭଦ୍ରକରେ ରାଜ୍ୟ ଟେନିକଏଟ ଚାମ୍ପିଅନସିପ ପାଇଁ ଓ ଓଡିଶା ଦଳ ଚୟନ ପାଇଁ ଭଦ୍ରକ ଜିଲ୍ଲା ତରଫରୁ ସଭାପତି ଶ୍ରୀ ନାୟକ ରାଜ୍ୟ ସମ୍ପାଦକ ଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.