Home ଜିଲ୍ଲା ପରିକ୍ରମା ଦରଦାମ୍ ବୃଦ୍ଧି, ପାଶ୍ୱର୍ ଦୋକାନୀଙ୍କୁ ଉଚ୍ଛେଦ ଓ ବେକାରୀ ବିରୁଦ୍ଧରେ ବାମପନ୍ଥୀଙ୍କ ବିକ୍ଷୋଭ

ଦରଦାମ୍ ବୃଦ୍ଧି, ପାଶ୍ୱର୍ ଦୋକାନୀଙ୍କୁ ଉଚ୍ଛେଦ ଓ ବେକାରୀ ବିରୁଦ୍ଧରେ ବାମପନ୍ଥୀଙ୍କ ବିକ୍ଷୋଭ

33

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶରେ ମୋଦି ସରକାର ଆଚ୍ଛାଦିନ୍ ଓ ବିକାଶ ନାମରେ ଡିଜେଲ, ପେଟ୍ରୋଲ, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବା ସହ ଗରିବ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବା ପ୍ରତିବାଦରେ ଆଜି ସିପିଆଇଏମ୍ ଭଳି ବାମପନ୍ଥୀ ଦଳ ପକ୍ଷରୁ ବନ୍ତଛକରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ବିଶେଷକରି କରୋନାରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କୁ ୪ ଲକ୍ଷ ଲେଖାଏଁ ଟଙ୍କା ଦେବା, କଳାକୃଷି ଆଇନ୍ ୩ଟି ବାତିଲ କରିବା, ପ୍ରବାସୀ ଶ୍ରମିକମାନଙ୍କୁ କାମ ଦେବା, ସମସ୍ତ ଗରିବଙ୍କୁ ମାସକୁ ୭ ହଜାର ୫ ଶହ ଟଙ୍କା ଲେଖାଏଁ ଦେବା, ମାସକୁ ୧୦ କିଲୋ ଚାଉଳ କିମ୍ବା ଗହମ ଦେବା, ବନ୍ତଛକରେ ଉଠାଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଉଚ୍ଛେଦ ଗରିବ ଦୋକାନୀକୁ ଥଇଥାନ କରିବା ଭଳି ଦାବିନେଇ ଆଜି ଶ୍ରମିକ କୃଷକ ଓ ରାସ୍ତାପାଶ୍ୱର୍ ଦୋକାନୀମାନେ ମିଳିତ ଭାବେ ସିପିଆଇଏମ୍‌, ରାଜ୍ୟନେତା ସନ୍ତୋଷ ଦାସ, ନିର୍ମଳ ନାୟକ, ଦିବ୍ୟସିଂହ ନାୟକ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ଚନ୍ଦ୍ରଶେଖର ନାୟକ, ରାଧା ଦାସ, ବିକାଶ ନାଥ, ଗିରିଧାରୀ ନାଥ, କାଳନ୍ଦୀ ପାତ୍ର, ନିରଂଜନ ପାଣି, ଜଏନୁଲ ଆବେଦିନ, ସତ୍ୟମୂର୍ତ୍ତି ବେହେରା, ମଳୟ ଭୋଇଙ୍କ ନେତୃତ୍ୱରେ ବିଷ୍ଣୁ ଦାଶ, ଦିଲ୍ଲୀପ ସାହୁ, ସେକ୍ ଅନୁ, ସେକ୍ ଗୋଲାମ, ସେକ୍ ଆସୁ, ମଣ୍ଟୁ ମୁଣ୍ଡା, ସେକ୍ କାଲୁ, ସେକ୍ କମର ଓ ସେକ୍ କୁଟି ପ୍ରମୁଖ ଶତାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭାରେ ଯୋଗ ଦେଇଥିଲେ । ଏହି ପ୍ରତିବାଦ ସଭାରେ ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଏକ ହୋଇ ଲଢେଇ କରିବାକୁ ଆହ୍ୱାନ ଦେବା ସହ ଦୋକାନୀମାନଙ୍କୁ ଉଚ୍ଛେଦ କରାଗଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଆହ୍ୱାନ ଦେଇଥିଲେ । ବିଶେଷକରି କରୋନା ପାଇଁ ଲକଡାଉନ୍‌, ସଟଡାଉନ୍ ମାଧ୍ୟମରେ ଭୋକିଲା ଲୋକଙ୍କୁ ମାରିବା ପାଇଁ ସରକାର ଓ ପ୍ରଶାସନର ନିଷ୍ପତ୍ତି ନବଦଳାଇଲେ ପରିସ୍ଥିତି ଭୟାବହ ହେବ ବୋଲି ଦିବ୍ୟସିଂହ ନାୟକ, ରାଧା ଦାସ ଓ ଚନ୍ଦ୍ରଶେଖର ନାୟକ ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.