Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

4

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକଙ୍କ ପକ୍ଷରୁ ପୁରୁଣାବଜାର, ଭଦ୍ରକ ଅନ୍ତର୍ଗତ ବୁଧବାର ହାଟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ବିଶେଷକରି ତଫସିଲ ଜାତି । ଉପଜାତି ବ୍ୟକ୍ତି ବିଶେଷ ମାନଙ୍କ ଉପସ୍ଥିତି ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯର୍୍ୟକ୍ରମକୁ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଭଦ୍ରକ, ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ତଫସିଲ ଜାତି / ଉପଜାତି ମହିଳା, ପୁରୁଷ, ଶିଶୁମାନଙ୍କୁ କିପରି ମାଗଣା ଆଇନ ସେବା ସହାୟତା ମିଳି ପାରିବ, ସେମାନଙ୍କ ପାଇଁ ବିଶେଷକରି ତଫସିଲଜାତି / ଉପଜାତି (ଅତ୍ୟାଚାର ବିରୋଧ) ଆକ୍ଟ, ୧୯୮୯ରେ ଥିବା ବ୍ୟବସ୍ଥାମାନ ବିଷୟରେ ବିଶେଷ ଭାବରେ ଆଲୋଚନା ଓ ଅବଗତ କରାଯାଇଥିଲା । ଉକ୍ତ ଆଲୋଚନାରେ କୁନି ବାସ୍ରା, ପୁରୁଣାବଜାର ଥାନା ଇନିସ୍ପେକ୍ଟର, କାହ୍ନୁ ବାରିକ ପ୍ୟାନେଲ ଓକିଲ, ରଶ୍ମି ଦିକ୍ଷିତ ରିଟେନର ଓକିଲ, ଜୟନ୍ତ କୁମାର ଭୋଇ, ଓକିଲ ଓ ଡ. ତାପସ କୁମାର ମହାନ୍ତି, ପ୍ୟାନେଲ ଓକିଲ ତଥା ଡ଼ିଫେନସ୍ କାଉନସିଲ ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବିସ୍ତୃତ ଆଲୋଚନା କରିଥିଲେ ଓ କିପରି ତଫସିଲ ଜାତି/ ଉପଜାତି ମାନଙ୍କ ଉପରେ ଅତ୍ୟାଚାର ହେଲେ ପୋଲିସର ଭୂମିକା ତଥା ଆଇନର ସହାୟତା ବିଷୟରେ ଆଲୋକପାତ ଓ ଅବଗତ କରାଇଥିଲେ । ଶେଷରେ ଡ. ତାପସ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.