Home Coronavirus Outbreak ଭଦ୍ରକ ଜିଲ୍ଲାର ୫ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା

ଭଦ୍ରକ ଜିଲ୍ଲାର ୫ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା

388

ଭୁବନେଶ୍ୱର୨୦ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ରାଜ୍ୟର ଭଦ୍ରକ ଓ ଭାଲେଶ୍ୱର ଜିଲ୍ଲାରୁ ପୁଣି ୭ଜଣ କରୋନା ପଜେଟିଭ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ୭ ପଜିଟିଭଙ୍କ ମଧ୍ୟରେ ୫ ଜଣ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ୩ଜଣ ଓ ଭଣ୍ଡାରୀପୋଖରୀ ବ୍ଲକରତେସିଙ୍ଗା ପଞ୍ଚାୟତ କୁଶଗଢିଆ ଓ ରହଣିଆ ପଞ୍ଚାୟତ ଭୁସୁକାର ୨ ଜଣ। ଟୁଇଟ୍ ଯୋଗେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲାର ୫ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ଏହାଛଡ଼ା ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ଜଣାଯାଇଛି।ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ୨ଟି କରୋନା ପଜିଟିଭ ଆସିବା ପରେ ତେସିଙ୍ଗା ଓ ରହଣିଆ ନାମକ ଦୁଇଟି ପଞ୍ଚାୟତକୁ ପ୍ରଶାସନ ସିଲ କରିଥିବା ଜଣାଯାଇଛି। ତେଣେ ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର, ବିନାୟକପୁର ଏବଂ ପଦ୍ମପୁର ନାମକ ତିନିଟି ପଞ୍ଚାୟତକୁ ପ୍ରଶାସନ ସିଲ କରିଥିବା ଜଣାଯାଇଛି।ସମସ୍ତଙ୍କୁ ଅଶ୍ବିନୀ କୋଭିଡ୍ ୧୯ ହସ୍ପିଟାଲ ଅଣାଯାଉଛି। ଏହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରୁ ବୃଦ୍ଧି ପାଇ ୬୮ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପରୀକ୍ଷା କରାଯାଇଥିବା ୧୦ ହଜାର ୬୪୧ଟି ନମୁନା ମଧ୍ୟରୁ ୧୦ ହଜାର ୫୭୩ଟି ନେଗେଟିଭ୍ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ୍ ବାହାରିଛି।

ସୂଚନାଯୋଗ୍ୟ, ଏବେ ସୁଦ୍ଧା ରାଜ୍ୟରେ ୨୪ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ମାସର ୨, ୮, ୧୨, ୧୫, ୧୬ ଓ ୧୭ତାରିଖରେ ଜଣେ ହେଲେ କରୋନା ସଂକ୍ରମିତ ଚିହ୍ନଟ ହୋଇ ନଥିଲେ। ୨ତାରିଖରେ ୨୧୩ ନମୁନା ପରୀକ୍ଷା ହୋଇଥିବା ବେଳେ ୮ତାରିଖରେ ୪୦୦, ୧୨ତାରିଖରେ ୩୦୮, ୧୫ତାରିଖରେ ୧୧୯୭, ୧୬ତାରିଖରେ ୮୪୩ ଓ ୧୭ ତାରିଖରେ ୧୦୪୨ ନମୁନା ପରୀକ୍ଷା ହୋଇଥିଲା। ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୧୭ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୨୯ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। କଟକ ଓ ପୁରୀରେ ଜଣେ ଲେଖାଏ ସୁସ୍ଥ ହୋଇଥିବା ବେଳେ ଯାଜପୁରରେ ଦୁଇ ଜଣରୁ ଜ‌ଣେ, ଭଦ୍ରକରେ ୩ଜଣରୁ ୨ଜଣ, ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଦୁଇ ଜଣରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ, ବାଲେଶ୍ବରର ଜଣେ‌ଲେଖାଏ ଓ କେନ୍ଦ୍ରାପଡ଼ାର ୨ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.