Home ଅପରାଧ ଜଙ୍ଗଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି

ଜଙ୍ଗଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି

415

କେନ୍ଦୁଝର,ତା ୨୦ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ତୀର୍ଥ ପାତ୍ରଙ୍କ ରିପୋର୍ଟ, କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜାମିର୍ତ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ସଂନ୍ଧ୍ୟା ସମୟରେ ଜାମିର୍ତ୍ତା ଗ୍ରାମର ରଘୁ ମୁଣ୍ଡାଙ୍କ ଶିଶୁ କନ୍ୟା ଘର ପାଖରେ ଖେଳୁଥିଲା ପରେ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେବି ଶିଶୁ କନ୍ୟାର ପତା ପାଇନଥିଲେ । ଆଜି ସକାଳ ସମୟରେ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ଶିଶୁ କନ୍ୟାର ମୃତଦେହ ପଡିଥିବା ଗ୍ରାମର କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଉକ୍ତ ମୃତଦେହଟି ରଘୁ ମୁଣ୍ଡାଙ୍କ ଝିଅର ବୋଲି ସ୍ପଷ୍ଟ ହୋଇଥିଲା । କେହି ଦୁର୍ବୁତ୍ତ ଉକ୍ତ ଶିଶୁକନ୍ୟାକୁ ଏକା ଜଙ୍ଗଲକୁ ଡାକି ହତ୍ୟା କରି ସେଠାରେ ଫୋପାଡି ଦେଇ ପଳାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଖବର ପାଇ ବଡବିଲ ଏସଡିପିଓ ଏବଂ ଯୋଡ଼ା ଆଇଆଇସି ସମେତ ବାମେବାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛନ୍ତି । ତେବେ ଶିଶୁକନ୍ୟାକୁ କିଏ ହତ୍ୟା କରିଛି ତାର ସବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.