Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଆନ୍ଦୋଳନ ଧାରଣା,...

ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଆନ୍ଦୋଳନ ଧାରଣା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

8

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀ, ସର୍ବୋଦୟ ମଣ୍ଡଳର କର୍ମକର୍ତା ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜନସାଧାରଣମାନଙ୍କ ମାଧ୍ୟମରେ ୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଶିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଦିବା ୧୨ ଘଟିକାରେ ଏକ ସରକାରୀ ମେଡିକାଲ କଲେଜ ଓ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି । ସର୍ବୋଦୟ ମଣ୍ଡଳର ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ଜନସାଧାରଣ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦିବା ୧୦ ଘଟିକାରୁ ୧୨ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ ଗଣଧାରଣା ଆନ୍ଦୋଳନ ଓ ନିଜର ନ୍ୟାର୍ଯ୍ୟ ଦାବି ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ନିବେଦନ କରିଛନ୍ତି । ଭଦ୍ରକ ଜିଲ୍ଲାରେ ଜନସଂଖ୍ୟା ୧୭ ଲକ୍ଷରୁ ଅଧିକ ଓ ଏହି ଜିଲ୍ଲା ଉପରେ ଉପକୂଳବର୍ତୀ ଚାରୋଟି ଜିଲ୍ଲାର ୧୨ଲକ୍ଷରୁ ଅଧିକ ଲୋକ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି । ମାତ୍ର ଅତି ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୧୮ ବର୍ଷ ଧରି ଜନସାଧାରଣ, ମିଳିତ କ୍ରିୟାନୁଷ୍ଠାନ କମିଟି , ସର୍ବୋଦୟ ମଣ୍ଡଳ ଦାବି ଓ ଧର୍ମଘଟ କରୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ନିକଟରେ ଜୁନ ୧୧ ତାରିଖରେ ୫-ଟି ଚେୟାରମ୍ୟାନ ଭି.କେ. ପାଣ୍ଡିଆନ ମହୋଦୟ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଖୁବ ଶୀଘ୍ର ହେବ ଓ ଏହାର ଶୁଭ ଖବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କଠାରୁ ଜିଲ୍ଲାବାସୀ ଶୁଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସେ ଆମର ନ୍ୟାର୍ଯ୍ୟ ଦାବିକୁ ଭୁଲିଗଲେ । ଆଶା କରାଯାଉଥିଲା ସରକାର ଶେଷ ମୂହୁର୍ତରେ ଏଥିପାଇଁ ଘୋଷଣା କରିପାରନ୍ତି । ମାତ୍ର ସରକାର ଏଥିପ୍ରତି କର୍ଣ୍ଣପାତ କଲେ ନାହିଁ ।

ସେଥିପାଇଁ ଭଦ୍ରକ ଜିଲ୍ଲାର ସର୍ବସାଧାରଣ ଓ ସର୍ବୋଦୟ ମଣ୍ଡଳର କର୍ମକର୍ତା ଅତ୍ୟନ୍ତ ଦୁଃଖ ଓ ନୈରାଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିନମ୍ର ନିବେଦନ କରୁଛନ୍ତି ଯେ, ଯଥା ଶୀଘ୍ର ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଘୋଷଣା କରି ଏକ ଜନମାନସର ନେତା ଭାବରେ ପରିଚୟ ପ୍ରଦାନ କରନ୍ତୁ । ସରକାର ଯଦି ଏଥିପ୍ରତି ଗୁରୁତ୍ୱ ନ ଦିଅନ୍ତି ଜନସାଧାରଣ ଏଥିପାଇଁ ମିଳିତ ଭାବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିପାରନ୍ତି । ଏହି ଆନ୍ଦୋଳନରେ ସର୍ବୋଦୟ ମଣ୍ଡଳ ସଂପାଦକ ଗୟାଧର ପଣ୍ଡା, ଉପସଭାପତି ନାରାୟଣ ପାଢୀ, ସହ ସଂପାଦକ ଦେବୀକିଙ୍କର ପାଣିଗ୍ରାହୀ,ଭବାନୀ ନାୟକ, ଜଗନ୍ନାଥ ରାୟ, ନାରୀନେତ୍ରୀ ଶାନ୍ତିଲତା ବାରିକ, ରଞ୍ଜନା ମଣ୍ଡଳ, ସଂଯୁକ୍ତା ଯାଦବ, କାଶୀନାଥ ପଣ୍ଡା, ସିପିଏମ ଲିଡର ଚନ୍ଦ୍ରଶେଖର ନାୟକ, ଆଡଭୋକେଟ ମାଧବ ନନ୍ଦ ବେହେରା ଓ ଅଗଣି ଚରଣ ଜେନା କୃଷକ ମୋର୍ଚ୍ଚା ସଭାପତି ତ୍ରିଲୋଚନ ପଣ୍ଡା, ନାରାୟଣ ଚନ୍ଦ୍ର ପ୍ରଧାନ, ଶୈଳେନ୍ଦ୍ର ପାଢୀ, ଆଡଭୋକେଟ ଦିବ୍ୟସିଂହ ନାୟକ, ଆଡଭୋକେଟ ସନ୍ତୋଷ କୁମାର ଦାସ,ଆଡଭୋକେଟ ଆଦିତ୍ୟ ନାୟକ, ଅଭିମନ୍ୟୁ ନାୟକ, ନାରାୟଣ ଚନ୍ଦ୍ର ଧଳ, ରବୀନ୍ଦ୍ର କୁମାର ରାଉତ, ପ୍ରଫୁଲ୍ଲ ମଲ୍ଲିକ, ସର୍ବୋଦୟ ମଣ୍ଡଳର ରାଜ୍ୟ ସଂପାଦକ ରମାକାନ୍ତ ମଣ୍ଡଳ,ରମେଶ ଦାଶ, ଏସ ଦାସ ମହାପାତ୍ର, ବାବୁଲି ବାବୁ, ରମାକାନ୍ତ ଜେନା, ଶିକ୍ଷାବିତଥ ଗୋଲକ୍ ବିହାରୀ ସାହୁ, ଶିକ୍ଷାବିତ୍ ଭାଗବତ ତ୍ରିପାଠୀ, ମଦନ ମୋହନ ମହାକୁଡ଼ ପ୍ରମୁଖ ଆନ୍ଦୋଳନ ଓ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବା ସହ ମେଡ଼ିକାଲ୍ କଲେଜ ଓ ବିଶ୍ୱ ବିଦ୍ୟାଳୟର ଆବଶ୍ୟକତା ବିଷୟରେ ନିଜର ମତାମତ ପ୍ରଦାନ କରିଥିଲେ । ଜିଲ୍ଲାପାଳ ମହୋଦୟ ଉପରୋକ୍ତ ଦାବିର ଯଥାର୍ଥତ ଉପଲବ୍ଧି କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ । ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ କେନ୍ଦ୍ର ସରକାର ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଯୋଜନା ମଧ୍ୟ କରିଛନ୍ତି । ମାତ୍ର ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ଅବିଳମ୍ବେ ତାହା ପୂରଣ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.