Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ନିରାପଦ ଓ ଖୁସିରେ ଫେରିଲେ ସମସ୍ତ ଯାତ୍ରୀ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା, ନିରାପଦ ଓ ଖୁସିରେ ଫେରିଲେ ସମସ୍ତ ଯାତ୍ରୀ

3

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭଦ୍ରକ ଜିଲାରୁ ଆଗ୍ରା, ମଥୁରାକୁ ୫ ଦିନିଆ ତୀର୍ଥଯାତ୍ରାରେ ଯାଇଥିବା ୧୪୬ ଜଣ ବରିଷ୍ଠ ନାଗରିକ ତୀର୍ଥସ୍ଥଳୀ ଭ୍ରମଣ ପରେ ଖୁବ ଖୁସି ଓ ନିରାପଦରେ ଆଜି ସକାଳେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେମାନଙ୍କର ଏହି ସଫଳ ତୀର୍ଥଯାତ୍ରା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଖୁସିବ୍ୟକ୍ତ କରିବା ସହ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ କରାଯାଇଥିବା ଜିଲା କାର୍ଯ୍ୟାଳୟ ପରିସରକୁ ପ୍ରତ୍ୟାବର୍ତ୍ତନ ପରେ ନିଜ ନିଜ ଘରକୁ ଫେରିବା ନେଇ ବ୍ୟବସ୍ଥା କରାଯାଇଥିଲା । ଜିଲା ପର୍ଯ୍ୟଟନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଉପସ୍ଥିତ ରହି ସମସ୍ତ ତୀର୍ଥଯାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସଂପୃକ୍ତ ବ୍ଲକ୍ ପ୍ରଶାସନ ଜରିଆରେ ସେମାନଙ୍କ ଘରକୁ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥାର ତଦାରଖ କରୁଥିଲେ । ସୂଚନାଯୋଗ୍ୟ ଗତ ୧ ତାରିଖରୁ ଯାତ୍ରୀମାନେ ଏହି ଯାତ୍ରାରେ ଭଦ୍ରକରୁ ବସ୍ ଯୋଗେ ବାହାରି ବାଲେଶ୍ୱରରେ ରାତ୍ରୀ ରହଣି ପରେ ୨ ତାରିଖରେ ରେଳ ଦ୍ୱାରା ଆଗ୍ରା ଅଭିମୁଖେ ଗମନ କରିଥିଲେ । ସରକାରଙ୍କ ଦ୍ୱାରା ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ସେମାନେ ଆଗ୍ରାର ତାଜମହଲ, ତୀର୍ଥସ୍ଥଳୀ ମଥୁରା ପରିଭ୍ରମଣ କରି ଆଜି ସକାଳେ ବାଲେଶ୍ୱରରେ ପହଞ୍ôଚ ସେଠାରେ ବସ୍‌ଦ୍ୱାରା ଭଦ୍ରକ ଆସିଥିଲେ । ସେମାନଙ୍କ ସହିତ ଯାଇଥିବା ୫ ଜଣ ଏସକୋର୍ଟ ଅଫିସରଙ୍କ ମଧ୍ୟରେ ପ୍ଲାନିଂ କାର୍ଯ୍ୟାଳୟର ଫାଇନାନ୍ସ ଏକ୍ସପର୍ଟ ଭଗବାନ ବାରିକ ଏହି ତୀର୍ଥଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ରହଣି, ଖାଦ୍ୟ ଗ୍ରହଣ ,ରେଳ ଓ ବସ୍ ଯାତ୍ରା ପ୍ରତ୍ୟାବର୍ତ୍ତନ ଭଳି ସମସ୍ତ ତଥ୍ୟ ଆବଶ୍ୟକ ଅନୁଯାୟୀ ପ୍ରତିଦିନ ଜିଲା ପ୍ରଶାସନକୁ ଅବଗତ କରୁଥିଲେ । ଜିଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ମଣ୍ଡଳ ଓ ସଂପୃକ୍ତ ବିଭାଗର କର୍ମଚାରୀ ଲକ୍ଷ୍ମୀଧର ତ୍ରିପାଠୀ ମଧ୍ୟ ସମସ୍ତଙ୍କ ସଫଳ ଯାତ୍ରା ପାଇଁ ଆବଶ୍ୟକ ମତେ ପରାମର୍ଶ ପ୍ରଦାନ କରୁଥିଲେ । ବିଭାଗୀୟ କର୍ମଚାରୀ ହେମନ୍ତ କୁମାର ପ୍ରଧାନ ଓ ମିନତୀ ସିଂ ବାଲେଶ୍ୱର ରେଳ ଷ୍ଟେସନରେ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ବସ୍ ଜରିଆରେ ଭଦ୍ରକକୁ ପ୍ରତ୍ୟାବର୍ତ୍ତନ ପାଇଁ ଏସକର୍ଟ ଅଫିସରମାନଙ୍କୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.