Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ପୁଲିସ ଶାସକ ଦଳର ବଚସ୍କର – ବିଜେପି

ଭଦ୍ରକ ଜିଲ୍ଲାରେ ପୁଲିସ ଶାସକ ଦଳର ବଚସ୍କର – ବିଜେପି

120

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଳାରେ ପୁଲିସ ଶାସକ ଦଳର ବଚସ୍କର ସାଜିଛି । ଶାସକ ଦଳର ନେତାଙ୍କ ଇଙ୍ଗିତରେ ବିଜେପି ଦଳର ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଉଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ଦୃଷ୍ଟିରୁ ବିଜେପି ଦଳର ସାଂଗଠନିକ ଉତ୍‌୍‌ଥାନରେ ଭୟଭୀତ ହୋଇ ବିଜେଡି ନେତାମାନେ ପୁଲିସକୁ ହାତବାରିସୀ କରି ବିଜେପି ସମର୍ଥକମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନ ଦେଉଛନ୍ତି ବୋଲି ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନମନ୍ତ୍ରୀ ମନମୋହନ ସାମଲ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗଭୀର ଉଦ୍‌ବେଗ ପ୍ରକଶ କରିଛନ୍ତି । ପ୍ରକାଶ ଥାଉକି ଗତକାଲି ଜିଲ୍ଲାର ବିଜେପି ଦଳର ସମସ୍ତ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ ଓ ଜିଲ୍ଲାସଭାପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ପୁଲିସର ମାତ୍ରାଧିକ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଇଥିଲେ । ଆଜି ପୂର୍ବତନ ଜିଲ୍ଲା ସଭାପତି ବଦ୍ରୀନାରାୟଣ ଧଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଚାନ୍ଦବାଲି ଥାନା ଅଧିକାରିଣୀଙ୍କ ମାତ୍ରାଧିକ କାର୍ଯ୍ୟକଳାପ, ସ୍ୱେଚ୍ଛାଚାରିତା ଓ ପକ୍ଷପାତିତା ନୀତି ବିରୁଦ୍ଧରେ ଜିଲ୍ଲାର ଶୀର୍ଷ ନେତୃବୃନ୍ଦ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ବରିଷ୍ଠ ଯୁବନେତା ଶଶୀକାନ୍ତ ବିଶ୍ୱାଳ, ଉଦୟ ନାରାୟଣ ମଲ୍ଲିକ, ବୁଦ୍ଧଦେବ ଜେନା ପ୍ରମୁଖ କ୍ଷୋଭ ପ୍ରକାଶ କରିବା ସହ ପୁଲିସର ଏଭଳି ଉଦ୍ଦେଶ୍ୟ ପ୍ରଣୋଦିତ ଦମନ ଲୀଳା ପ୍ରତିବାଦରେ ଦଳ ଜିଲ୍ଲାବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

 

 

ସୂଚନାଯୋଗ୍ୟ ଚାନ୍ଦବାଲି ଥାନା ଅନ୍ତର୍ଗତ ଓ ମତୋ ଫାଣ୍ଡି ଅଧିନସ୍ଥ ବୋରିଝାଲ ଗ୍ରାମର ରାଜନୈତିକ ଶତୃତା କାରଣରୁ ୨୦୧୮ ମସିହା ନଭେମ୍ବର ମାସରେ ଚାନ୍ଦବାଲି ଠାରେ ଅନୁଷ୍ଠିତ ଦଳର ବ୍ଲକ ଘେରାଓ କାର୍ଯ୍ୟକ୍ରମରୁ ସମର୍ଥକମାନେ ଗ୍ରାମକୁ ଫେରୁଥିବା ବେଳେ ବିଜେଡି ଦଳର ସମର୍ଥକମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଶିକାର ହୋଇ ସରୋଜ ବେହେରାଙ୍କ ହାତ ଭାଙ୍ଗିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ, ଘଟଣା ସ୍ଥଳରେ ଅନୁପସ୍ଥିତ ଥିବା ସରୋଜଙ୍କ ବାପା ତଥା ପୂର୍ବତନ ମଣ୍ଡଳ ସଭାପତି ଓ ସରପଞ୍ଚ କାହ୍ନୁ ବେହେରାଙ୍କୁ ମିଥ୍ୟା ମାମଲାରେ ସମ୍ପୃକ୍ତ କରି ତାଙ୍କୁ ଗିରଫ କରି ଜେଲ ପଠାଇଥିଲା । ସେହିପରି ୨୦୨୦ ଜାନୁଆରୀରେ କାହ୍ନୁ ବେହେରାଙ୍କ ପତ୍ନୀ ପଦ୍ମାବତୀ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ଅଭିଯୋଗ ପାଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା । ପୁଣି ଗତ ଜୁନ ମାସରେ ସରକାରୀ ଦଳ ସମର୍ôଥତ କିଛି ଅସାମାଜିକ ବ୍ୟକ୍ତି ବିଜେପି ସମର୍ôଥତ ପରିବାରର କବିତା ରାଉଳ ନାମ୍ନୀ ଜନୈକା ମହିଳାଙ୍କୁ ଅସଦାଚରଣ କରିଥିବା ଘଟଣାରେ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହପରି ଅନ୍ୟ ଏକ ଘଟଣା ଗତକାଲି ୪ ତାରିଖ ଶାସକ ଦଳର ଗୁଣ୍ଡା ଜୋର ଜବରଦସ୍ତ ମଦ ପିଇବା ପାଇଁ ଘଣ୍ଟେଶ୍ୱର ବଜାରର ଉଠା ଦୋକାନୀଙ୍କ ଠାରୁ ଚାନ୍ଦା ମାଗି ଦୋକାନ ଭଙ୍ଗାରୁଜା ଜିନିଷପତ୍ର ଫୋପଡାଫୋପଡି କରିଥିବା ଘଟଣାକୁ ପ୍ରତିବାଦ କରିଥିବା ବିଜେପି ଘଣ୍ଟେଶ୍ୱର ମଣ୍ଡଳ ସଭାପତି ମିତ୍ରଭାନୁ ଦାସଙ୍କ ନାମରେ ମିଥ୍ୟା ମକଦ୍ଦମା ରୁଜୁ କରାଯାଇ ତାଙ୍କୁ ଗିରଫ କରିବାକୁ ଶାସକ ଦଳ ଚାପ ପ୍ରୟୋଗ କରୁଥିବା ବିଜେଡି ଦଳର ବିଜେପି ପ୍ରତି ରାଜନୈତିକ ହୀନମନ୍ୟତାର ପ୍ରମାଣ ଦେଉଛି । ବାରମ୍ବାର ଶାସକ ଦଳର ଚାପର ବଶବର୍ତ୍ତୀ ହୋଇ ଚାନ୍ଦବାଲି ଥାନା ଅଧିକାରିଣୀ ବିଜେପିର ଅଭିଯୋଗକୁ ଏଡେଇ ଦେଇ ସ୍ୱେଚ୍ଛାଚାରୀ ଭାବେ ପଦକ୍ଷେପ ନେଉଥିବାରୁ ଜିଲ୍ଲା ବିଜେପି ତାହାକୁ ଦୃଢ ନିନ୍ଦା କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ପରିସ୍ଥିତିର ପରିବତ୍ତନ ନ ଘଟିଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ଓ ସମସ୍ତ ଅଘଟଣ ପାଇଁ ଥାନା ଅଧିକାରିଣୀ ଦାୟୀ ରହିବେ ବୋଲି ବିଜେପି ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.