Home ଜିଲ୍ଲା ପରିକ୍ରମା ଆଜି ନୂତନ ଆକ୍ରାନ୍ତ ଚିହ୍ନଟ ହେଲେ ୧୬ଜଣ, ଆକ୍ଟିଭ ସଂଖ୍ୟା ୩୪କୁ ବୃଦ୍ଧି

ଆଜି ନୂତନ ଆକ୍ରାନ୍ତ ଚିହ୍ନଟ ହେଲେ ୧୬ଜଣ, ଆକ୍ଟିଭ ସଂଖ୍ୟା ୩୪କୁ ବୃଦ୍ଧି

159

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ ଆଜି ନୂତନ କରୋନା ଆକ୍ରାନ୍ତ ୧୬ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୨ରେ ପହଞ୍ଚିଛି । ତେବେ ସେମାନଙ୍କ ମଧ୍ୟରୁ ୨୨୮ଜଣ ସୁସ୍ଥ ହୋଇଥିବା ବେଳେ ଏବେ ଆକ୍ଟିଭ କେଶ ଭାବେ ୩୪ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଇତି ମଧ୍ୟରେ ମୋଟ ୧୦ ହଜାର ୩୫୭ ନମୁନା ପରୀକ୍ଷା ସରିଛି । ଆଜି ଚିହ୍ନଟ ହୋଇଥିବା ୧୬ଜଣ ଯାକ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟରର । ଚିହ୍ନଟ ଆକ୍ରାନ୍ତ ୮ଜଣ ତିହିଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସି, ଜଣେ ଭଦ୍ରକ ବ୍ଲକ ବ୍ରହ୍ମପୁର ହାଇସ୍କୁଲ ଟିଏମ୍‌ସି, ଜଣେ ଧାମନଗର ବ୍ଳକ ବିରୁଆଁ ଗ୍ରାମ ସ୍ଥିତ ଜନତା ସରକାରୀ ହାଇସ୍କୁଲ ଟିଏମ୍‌ସି, ୩ଜଣ ଭଦ୍ରକ ବ୍ଲକ ଚଣ୍ଡିଗାଁ ହାଇସ୍କୁଲ ଟିଏମ୍‌ସି, ୩ଜଣ ବାସୁଦେବପୁର ଇରମ ବାତ୍ୟା ଆଶ୍ରୟସ୍ଥଳୀ ଟିଏମ୍‌ସିର ବୋଲି ଜଣା ଯାଇଛି । ଏମାନେ କର୍ଣ୍ଟାଟକ, କେରଳ,ତେଲେଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ, ନୂଆଦିଲ୍ଲୀରୁ ଆସିଥିଲେ । ଜିଲ୍ଳାପାଳ ଡ. ଜ୍ଞାନ ଦାସ ଏଥି ନିମନ୍ତେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । କଣ୍ଟେନମେଣ୍ଟ ହୋଇଥିବା ସ୍ଥାନ ଗୁଡିକ ହେଲା ଭଦ୍ରକ ବ୍ଲକର ବ୍ରହ୍ମପୁର ହାଇ ସ୍କୁଲ, ଚଣ୍ଡିଗାଁ ହାଇ ସ୍କୁଲ, ଧାମନଗର ବ୍ଳକର ଜନତା ସରକାରୀ ହାଇ ସ୍କୁଲ, ବାସୁଦେବପୁର ବ୍ଲକର ଇରମ ବାତ୍ୟା ଆଶ୍ରୟସ୍ଥଳ । ସେହିପରି ବଫରଜୋନ ହୋଇଥିବା ଅଞ୍ଚଳ ଗୁଡିକ ହେଲା ଭଦ୍ରକ ବ୍ଲକର ବ୍ରହ୍ମପୁର ପଞ୍ଚାୟତ, ଚଣ୍ଡିଗାଁ ପଞ୍ଚାୟତ, ଧାମନଗର ବ୍ଳକର ଦଳାଙ୍ଗ ପଞ୍ଚାୟତ ଏବଂ ବାସୁଦେବପୁର ବ୍ଲକର ଇରମ ପଞ୍ଚାୟତ । ଏଥି ସହିତ ପୂର୍ବରୁ କଣ୍ଟେନମେଣ୍ଟଜୋନ ଥିବା ତିହିଡି ସରକାରୀ ବାଳିକା ହାଇ ସ୍କୁଲ ଓ ବଫରଜୋନ ଥିବା ଭାଟପଡା ପଞ୍ଚାୟତର କଟକଣାକୁ ଆଉ ୧୪ ଦିନ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ୩ଟି ପଞ୍ଚାୟତ କଟକଣାମୁକ୍ତ ହୋଇଛି । ସେଗୁଡିକ ହେଲା ବନ୍ତ ବ୍ଳକର ଗୋବିନ୍ଦପୁର ପଞ୍ଚାୟତ ଓ ଏରେଣ୍ଡେଇ ହାଇସ୍କୁଲ, ବାସୁଦେବପୁର ପଞ୍ଚାୟତର ଗୁଆଗଡିଆ ଓ ଆରୁହା ପଞ୍ଚାୟତ ଏବଂ କମାରଗାଁ ଗ୍ରାମ ଓ ତୁଳମତୁଳା ହାଇସ୍କୁଲ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.