Home ଓଡ଼ିଶା ହାଟଡିହିରେ ପୁଣି ଜଣେ ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଲା

ହାଟଡିହିରେ ପୁଣି ଜଣେ ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଲା

139

ହାଟଡ଼ିହି, ୫ । ୭ : ହାଟଡିହିରେ ଦିନକୁ ଦିନ କରୋନା ପଜେଟିଭଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଗତକାଲି ଶାସଙ୍ଗ ଓ ସୁଲଣ ପଞ୍ଚାୟତରେ ୪ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଆଜି ହାବଳେଶ୍ୱର ପଞ୍ଚାୟତରେ ପୁଣି ଜଣେ ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୬ରେ ପହଞ୍ଚିଛି । ଆଜି ଆକ୍ରାନ୍ତ ଜଣକ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଟିଏମସି ସେଣ୍ଟରରଜଣେ ୪୩ବର୍ଷୀୟ ବ୍ୟକ୍ତି । ସେ ଗତ ୨୪ତାରିଖ ଦିନ ତଳେ ଗୁଜୁରାଟର ଅହମଦାବାଦରୁ ଫେରି ଜମ୍ଭରା କ୍ୱାରେଣ୍ଟାଇନ ସେଣ୍ଟରେ ଥିଲା । ତିନିଦିନ ତଳେ ତାଙ୍କର ସ୍ୱା ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ପଜେଟିଭ ରିପୋର୍ଟ ମିଳିବାପରେ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଡାକ୍ତର ସଂଗ୍ର୍ରାମ କେଶରୀ ବ୍ରହ୍ମ, ବିପିଏମ ଚନ୍ଦନ ସାହୁ ପ୍ରମୁଖ ପହଞ୍ଚି ତାଙ୍କୁ କୋଭିଡ- ୧୯ ହସପିଟାଲକୁ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.