Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାକୁ ୫-ଟି ସଚିବଙ୍କ ଦୁଇ ଦିନିଆ ଗସ୍ତ, ପ୍ରଥମ ଦିନ ଅପରାହ୍‌ଣ ରେ ପହଞ୍ôଚ...

ଭଦ୍ରକ ଜିଲ୍ଲାକୁ ୫-ଟି ସଚିବଙ୍କ ଦୁଇ ଦିନିଆ ଗସ୍ତ, ପ୍ରଥମ ଦିନ ଅପରାହ୍‌ଣ ରେ ପହଞ୍ôଚ ୬ଟି କାର୍ଯ୍ୟକ୍ରମରେ ଯୋଗଦେଲେ

37

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭଦ୍ରକ ଗସ୍ତରେ ଆସି ରବିବାର ଅପରହଣ୍‌ରେ ନିର୍ଦ୍ଧାରିତ ସମୟ ଠାରୁ ଅଧଘଣ୍ଟା ଆଗରୁ ପହଞ୍ôଚଥିଲେ । ପ୍ରଥମ ଦିନ ଭଦ୍ରକ ବ୍ଲକ ଓ ଭଦ୍ରକ ମ୍ୟୁନିସ୍‌ପାଲିଟ୍ ଅଞ୍ଚଳର ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ନେହେରୁ ଷ୍ଟାଡ଼ିୟମ୍‌ର ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଯିବା ନେଇ ସମୀକ୍ଷା କରିଥିଲେ । ଷ୍ଟାଡ଼ିୟମ୍‌ର ଉନ୍ନତିକରଣ ପାଇଁ ଥିବା ପ୍ଲାନ ବିଷୟରେ ଜିଲ୍ଲାପାଳ ବୁଝାଇଥିଲେ । ଭଲ କ୍ରିକେଟ୍ ଗ୍ରାଉଣ୍ଡ ପାଇଁ ଫ୍ଲଡ଼୍ ଲାଇଟ୍ ସୁବିଧା ପ୍ରଦାନ କରିବାକୁ ଶ୍ରୀଯୁକ୍ତ ପାଣ୍ଡିଆନ୍ ଘୋଷଣା କରିଥିଲେ । ବ୍ୟାଡ଼୍‌ମିଣ୍ଟନ, ଭଲିବଲ୍‌, ବାସ୍କେଟବଲ ଖେଳ ପାଇଁ ଲୋକେ ଦାବୀ କରିବାରୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସବୁ ସୁବିଧା କରାଯିବ ବୋଲି ପ୍ରକାଶ କରିଥିଲେ । ଅଧଘଣ୍ଟା ପୂର୍ବରୁ ପହଞ୍ôଚ ଥିବାରୁ କ୍ଷମା ମାଗିଥିଲେ । ଏତେ ଖରାରେ ଏତେ ସଂଖ୍ୟକ ଖେଳାଳୀ, ପିଲା ଉପସ୍ଥିତ ଥିବାରୁ ଏବଂ ୧୯ ବର୍ଷରୁ କମ ବର୍ଗର ପିଲା ଜିଲ୍ଲାପାଇ କୃତିତ୍ୱ ହାସଲ କରିଥିବାରୁ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ । ଖେଳାଳୀମାନଙ୍କର କୋଚ୍ ଓ ବାପା ମା’ଙ୍କୁ ଧନ୍ୟବାଦ ଜଣାଇଥିଲେ । ନିଜେ ସ୍ପୋର୍ଟ ସ୍କୁଲରେ ପଢ଼ିଥିବା କଥା ମଧ୍ୟ ପ୍ରକାଶ କରିଥିଲେ । ଅଗ୍ରେସନ୍ ଭବନ, ଚରମ୍ପାରେ ଆୟୋଜିତ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀଯୁକ୍ତ ପାଣ୍ଡିଆନ୍ ବହୁ ସଂଖ୍ୟାରେ ମାଆ ମାନଙ୍କୁ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ ।

ମହିଳା ସଶକ୍ତିକରଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଓ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ସୁବିଧା ବିଷୟରେ ମାଆମାନେ ଜାଣିଛନ୍ତି କି ନାହିଁ ପଚାରିଥିଲେ । ଋଣ ପ୍ରଦାନରେ ରାଜ୍ୟର ଏଭେରେଜ୍ ଠାରୁ ଭଦ୍ରକ ହାର ଅଧିକ ଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ । ଜିଲ୍ଲା ସଦର ମହକୁମାରେ ଏକ କୋଟି ଟଙ୍କାର, ବ୍ଲକରେ ୫୦ ଲକ୍ଷ ଟଙ୍କାର ମିଶନଶକ୍ତି ଭବନ ତିଆରି, ଫେଡ଼େରେସନ୍ ପାଇଁ ଗାଡ଼ି ବ୍ୟବସ୍ଥା, ପଞ୍ଚାୟତରେ ଥିବା ଯେକୌଣସି ଅବ୍ୟବହୃତ କୋଠା ଓ ଆସବାବ ମିଶନ ଶକ୍ତିକୁ ହସ୍ତାନ୍ତର, କମ୍ୟୁନିଟ୍ ଷ୍ଟାପ୍‌ଙ୍କୁ ଫେଡ଼େରେସନ୍‌ରୁ ନୁହଁ, ସରକାରଙ୍କ ଦ୍ୱାରା ଶତପ୍ରତିଶତ ଦରମା ପ୍ରଦାନ, ସମସ୍ତଙ୍କୁ ସ୍ମାର୍ଟ କାର୍ଡ଼, ବାକି ଥିବା ମାଆ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟରେ ସାମିଲ ଆଦି ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ମିଶନ ଶକ୍ତି ପଛରେ ନିଜେ ମୁଖ୍ୟମନ୍ତ୍ରୀ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୦୦ରୁ ଉର୍ଦ୍ଧ ଜିଲ୍ଲାର ୬୮ଟି କଲେରୁ ଆସିଥିବା ପିଲାଙ୍କ ସମାବେଶରେ ଯୋଗ ଦେଇ ଶ୍ରୀଯୁକ୍ତ ପାଣ୍ଡିଆନ୍ ପିଲାମାନଙ୍କୁ ପ୍ରଶ୍ନ ପଚାରିଥିଲେ ଏବଂ ପିଲାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଜିଲ୍ଲାର ସମସ୍ତ କଲେଜକୁ ସ୍କୁଲ ରୂପାନ୍ତରଣ ପରି ସ୍ମାର୍ଟ କ୍ଲାସ, ଇଳାଇବ୍ରେରୀ, ଶୌଚାଳୟ ଆଦି ରୂପାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବା ଘୋଷଣା କରିଥିଲେ । ୬ ମାସ ମଧ୍ୟରେ ଏହି କାର୍ଯ୍ୟ ହୋଇ ନୂଆ ବର୍ଷରୁ ନୂଆ ପ୍ଲାଟଫର୍ମରେ ପାଠପଢ଼ିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ । ଶରୀର ପାଇଁ ୩୦ ମିନିଟ୍ ବ୍ୟାୟାମ୍ ଓ ଉନ୍ନତ ମସ୍ତିଷ୍କ ପାଇଁ ୧୫ ମିନିଟ୍‌ର ଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଦିନ ରାତି କଠିନ ପରିଶ୍ରମ କରି ନିଜର ବଡ଼ ବଡ଼ ସ୍ୱପ୍ନ ସାକାର କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବ ବୋଲି କହିଥିଲେ । ସେଠାରୁ ଯାଇ ଗେଲପୁର ନିକଟରେ ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ସମ୍ପୂର୍ଣ୍ଣ ହୋଇଆସୁଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହିତ ମାତୃ ଶିଶୁଯତ୍ନ ହସ୍‌ପିଟାଲ୍େ‌ର ଆରମ୍ଭ ହୋଇଥିବା ଚିକିତ୍ସା ବ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ ।

ରୋଗୀ, ଡ଼ାକ୍ତରମାନଙ୍କ ସହ ମତ ବିନିମୟ କରିଥିଲେ । ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜନସମାବେଶରେ ଯୋଗ ଦେଇ ବିଭିନ୍ନ ସଂଗଠନ ଓ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ । ଭଦ୍ରକ ବାସୀଙ୍କ ଦୁଃଖ, ସୁଖ, ସମସ୍ୟା ବୁଝିବାପାଇଁ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ବୋଲି ପ୍ରକାଶ କରିବା ସହିତ ଚାଷୀଙ୍କ ସମସ୍ୟା ଓ ଧର୍ମାନୁଷ୍ଠାନର ଉନ୍ନତିକରଣ ନେଇ ଯାହା ପ୍ରସ୍ତାବ ଦେଇଛନ୍ତି ଖୁବ୍ ଶୀଘ୍ର ମଞ୍ଜୁର କରାଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ଭଦ୍ରକ କଲେଜକୁ ବିଶ୍ୱ ବିଦ୍ୟାଳୟ, ଭଦ୍ରକ ମେଡ଼ିକାଲ କଲେଜ ସଠିକ୍ ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖରୁ ଶୁଣିବାକୁ ଅପେକ୍ଷା କରିବାକୁ କହିଥିଲେ । ଧାମରା ବନ୍ଦର ଭଦ୍ରକ ପାଇଁ ସବୁଠାରୁ ବଡ଼ ଅବଦାନ । ଏବେ ଧାମରାର ଯେଉଁ ଶିଳ୍ପ ପାର୍କ, ଟେକ୍ସଟାଇଲ୍ ପାର୍କ ପ୍ରକଳ୍ପ ହେବାର ଅଛି ତାହା ଦିନେ କେବଳ ଭଦ୍ରକ ପାଇଁ ନୁହେଁ ସାରା ରାଜ୍ୟର ଅର୍ଥନୀତି ପାଇଁ ଅନୁକୂଳ ହେବ ବୋଲି ପ୍ରକାଶ କରିଥିଲେ । ନାଜର ନାଳ ପାଇଁ ଅତିଶିଘ୍ର କାର୍ଯ୍ୟ ଆରମ୍ଭ ହେବା, ଆନନ୍ଦପୁର ବ୍ୟାରେଜ୍ ଯୋଗୁ ଅକ୍ଟୋବର ସୁଦ୍ଧା ସାଳନ୍ଦୀରେ ଅଧିକ ପାଣି ଆସି ଚାଷୀ ଉପକୃତ ହେବା ନେଇ ସୂଚନା ଦେଇଥିଲେ । ସରକାର ବାବା ପୀଠ ପରିଦର୍ଶନ କରି ତାହାର ଉନ୍ନତି କରଣ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । ସେମାନଙ୍କର ଦାବୀ ଅନୁଯାଇ ଇଦ୍‌ଘାର ଉନ୍ନତିକରଣ, କମ୍ୟୁନିଟ୍ ସେଣ୍ଟର ପ୍ରସ୍ତାବ ମଞ୍ଜୁର କରିବା ସହିତ ଅନ୍ୟାନ୍ୟ ଦାବୀ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବାକୁ ପ୍ରକାଶ କରିଥିଲେ । ପ୍ରଥମ ଦିନ ଗସ୍ତର ଶେଷ କାର୍ଯ୍ୟକ୍ରମ ମା’ ଭଦ୍ରକାଳୀ ମନ୍ଦିରକୁ ଗସ୍ତ କରି ମା’ଙ୍କୁ ଦର୍ଶନ କରିବା ସହିତ ପୂଜା ଅର୍ଚ୍ଚନା କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟ କରଣ ପାଇଁ ନିଆଯାଇଥିବା ଓ ନିଆଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ଦ୍ୱିତୀୟ ଦଫାରେ ଅନୁମୋଦନ ପାଇଁ ଡ଼ି.ପି.ଆର୍‌. ପ୍ରସ୍ତୁତ କରି ପ୍ରେରଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଡ଼ି.ଆଇ.ଜି ହିମାଂଶୁ ଲାଲ, ଏସ୍‌.ପି. ବରୁଣ ଗୁଣ୍ଟୁପାଲି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ସହକାରୀ ଜିଲ୍ଲାପାଳ କାର୍ତ୍ତିକନାଥ ମଣ୍ଡଳ,ଭଦ୍ରକ ବି.ଡ଼ି.ଓ. ସୀତାକାନ୍ତ ରାଉତ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ ପ୍ରମୁଖ ଏହିକାର୍ଯ୍ୟକ୍ରମ ମାନଙ୍କରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.