Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାକୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବି, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଲେ...

ଭଦ୍ରକ ଜିଲ୍ଲାକୁ ମରୁଡ଼ି ଅଞ୍ଚଳ ଘୋଷଣା ଦାବି, ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦେଲେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

76

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଏବେ ମରୁଡ଼ିର ପଦଧ୍ୱନୀ ଶୁଭିଲାଣି । ଏଥିରୁ ବାଦ ପଡ଼ିନି ଭଦ୍ରକ ଜିଲ୍ଲା । ଭଦ୍ରକ ଜିଲ୍ଲାରେ ବର୍ଷାଭାବ ପାଇଁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଅବଗତ ହୋଇ ଆଜି ଭଦ୍ରକ ଜିଲ୍ଲା ଗସ୍ତ କରିଥିଲେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପ୍ରାକ୍ତନ ବିଧାୟକ ପ୍ରଦୀପ ପୁରୋହିତ । ଶ୍ରୀ ପୁରୋହିତଙ୍କ ସହିତ ମୋର୍ଚ୍ଚାର ରାଜ୍ୟ ଉପସଭାପତି ହୃଶିକେଶ ଜେନା, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, କେନ୍ଦ୍ରୀୟ କୃଷକ ମୋର୍ଚ୍ଚାର ସଂପାଦକ ମହେଶ୍ୱର ସାହୁ, ପ୍ରାକ୍ତନ ରାଜ୍ୟ ଉପସଭାପତି ଶଙ୍କର୍ଷଣ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ । ଚାନ୍ଦବାଲି ବ୍ଲକର ଆରଡ଼ି, ଉତ୍ତରବାହିନୀ, ରଘୁପତିବିନ୍ଧା, ଅନ୍ନପାଳ, ଭଦ୍ରକାଳୀକୁ ଯିବା ରାସ୍ତା ପାଶ୍ୱର୍ରେ ବିଭିନ୍ନ ଚାଷ କ୍ଷେତ ବୁଲି ଦେଖିଥିଲେ । ସ୍ଥିତି ପରଖିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନିତୀକୁ ତୀବ୍ର ସମାଲୋଚନା କରିଥିଲେ । ସାରର କଳାବଜାରୀ ଚାଲିଥିବାବେଳେ, ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କହିଥିଲେ । ଜିଲ୍ଲାର ଅର୍ଦ୍ଧାଧିକ ଉଠା ଜଳସେଚନ ପଏଣ୍ଟଅଚଳ ପଡ଼ିଛି । ସାଳନ୍ଦୀ ଜଳର ଉପଯୁକ୍ତ ପରିଚାଳନା ହେଉ ନଥିବାରୁ କେନାଲ ଶୁଖିବାକୁ ବସିଛି । ତେଣୁ ଆସନ୍ନ ମରୁଡ଼ିକୁ ନେଇ ଚିନ୍ତାରେ ଏବେ ଚାଷୀକୂଳ । ତେଣୁ ଚାଷୀଙ୍କୁ ଏହି ସମୟରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଶ୍ରୀ ପୁରୋହିତ ଦାବି କରିଛନ୍ତି । ଏଥିସହ ଭଦ୍ରକ ଜିଲ୍ଲାକୁ ମରୁଡ଼ି ଅଞ୍ଚଳ ଘୋଷଣା କରିବା, କୃଷକଙ୍କୁ ଋଣ ଦେବାକୁ ସେ ଦାବି କରିଛନ୍ତି । ଯଦି ରାଜ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ବିଜେପି କୃଷକ ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ଚାଷୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନ ଆରମ୍ଭ କରିବ ବୋଲି ସେ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ଅଶୋକ କୁମାର ରାଉଳ, ସନ୍ତୋଷ କୁମାର ସାହୁ, ଶରତ ପଢ଼ିଆରୀ, ସପନ ଦାସ, କାହ୍ନୁ ବେହେରା, ଦଇତାରୀ ଦାସ, ଶିବଦାସ ରାୟ, ଜ୍ଞାନେନ୍ଦ୍ର ବଳ, ଜଗନ୍ନାଥ ଦାସ, ପ୍ରତାପ ବେହେରା, ସୁମିତ୍ରା ପାଣୀ, ମମତା ବେହେରା, ଅନିଲ କୁମାର ବେହେରା, ବିକାଶ ପାଢ଼ୀ, ସ୍ୱଦେଶ ପଣ୍ଡା, ରବିନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.