Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ବିଜେଡି କାର୍ଯ୍ୟାଳୟରେ ବିଜଶ୍ରୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ ଜିଲା ବିଜେଡି କାର୍ଯ୍ୟାଳୟରେ ବିଜଶ୍ରୀଙ୍କ ଶ୍ରଦ୍ଧାଞ୍ଜଳି ସଭା

31

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ବିଜୟଶ୍ରୀ ରାଉତରାୟ ବିଜେଡି ଦଳ ଗଠନରେ କେବଳ ପ୍ରମୁଖ ଭୂମିକା ଗ୍ରହଣ କରିନଥିଲେ । ଅଧିକନ୍ତୁ ଏହି ଦଳର ଜଣେ ସମ୍ମୁଖ ଯୋଦ୍ଧା ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ରାଜ୍ୟବାସୀଙ୍କର ବହୁ ସେବା କରିଥିଲେ । ତାଙ୍କ ଆବର୍ତ୍ତମାନରେ ଦଳ ଜଣେ ଆଗଧାଡିର ବୟୋଜ୍ୟେଷ୍ଠ ରାଜନେତାଙ୍କୁ ହରାଇଲା ବୋଲି ଆଜି ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଦଳୀୟ ନେତାମାନେ ମତବ୍ୟକ୍ତ କରିଛନ୍ତି । ଜିଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ଭଦ୍ରକ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ଜିଲା ଛାତ୍ର ବିଜେଡି ସଭାପତି ଦୀପ୍ତିରଂଜନ ବିଶ୍ୱାଳ, ଟାଉନ୍ ବିଜେଡି ସଭାପତି ଅଧିବକ୍ତା ତାହେର ମହମ୍ମଦ, କ୍ଷୀରୋଦ ରାଉତ, ରାଜ୍ୟ ଛାତ୍ର ବିଜେଡି ସଂପାଦକ ତଥାଗତ ସାମଲ, ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକ, ସମାଜସେବୀ ଲକ୍ଷ୍ମୀ ମହାପାତ୍ର, ଧାମନଗର ବ୍ଲକ୍ ସଭାପତି ଉମେଶ ମହାନ୍ତି, ଜିଲା ବିଜେଡି ସଂପାଦକ ଅମିତାବାଳା ଆଚାର୍ଯ୍ୟ, ଇଂ ପ୍ରିୟବ୍ରତ ନାୟକଙ୍କ ସମେତ ଛାତ୍ର ଓ ଯୁବ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ତାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.