Home ଜିଲ୍ଲା ପରିକ୍ରମା ଶୋଷିତ ନିଷ୍ପେଷିତ ତଥା ଜନନାୟକ କମ୍ରେଡ଼ ଶିବରାମଙ୍କ ବିୟୋଗରେ ସ୍ମୃତିସଭା

ଶୋଷିତ ନିଷ୍ପେଷିତ ତଥା ଜନନାୟକ କମ୍ରେଡ଼ ଶିବରାମଙ୍କ ବିୟୋଗରେ ସ୍ମୃତିସଭା

39

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୋଷିତ ନିଷ୍ପେଷିତ , ଖଟିଖିଆ ମେହନତି ସର୍ବହରା ମଣିଷଙ୍କର ସାଥି ବିଶିଷ୍ଟ କମ୍ୟୁନିଷ୍ଟ ନେତା କମ୍ରେଡ଼ ଶିବରାମଙ୍କ ବିୟୋଗରେ ଭଦ୍ରକର ବାମପନ୍ଥି ଏକତା ମଂଚ ପକ୍ଷରୁ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । କରୋନା ମହାମାରୀ ସମୟରେ ସରକାରଙ୍କ କୋଭିଡ଼ ନିୟମକୁ ଅନୁପାଳନ କରାଯାଇ ସାମାଜିକ ଦୂରତା ରକ୍ଷା କରିବା ସହିତ ସମସ୍ତ ସାଥୀ ମାସ୍କ ପରିଧାନ କରି କମ୍ରେଡ଼ ଶିବରାମଙ୍କର ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଇନ୍ କିଲାବ୍ ଜିନ୍ଦାବାଦ୍‌, ସାଥୀ ଶିବରାମ ଅମର ରହେ ଓଡ଼ିଶା ଶୋଷିତ ଜନଗଣ ତୁମକୁ ଭୁଲି ନାହାନ୍ତି କି ଭୁଲିବେ ନାହିଁ ଶ୍ଳୋଗାନମାନ ଦେଇ ତାଙ୍କୁ ସମ୍ମାନ ଜଣାଇଥିଲେ । ସମାଜର ଗରିବ, ନିଷ୍ପେସିତ, ଅବହେଳିତ, ଖଟିଖିଆ, ଦଳିତ ଲୋକମାନଙ୍କ ପାଇଁ ଆଜୀବନ ତମାମ ସଂଗ୍ରାମ କରିଆସିଥିବା ସଂଗ୍ରାମୀ ନେତା ଶିବରାମଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିବା ସହିତ କମ୍ୟୁନିଷ୍ଟ ଆନ୍ଦୋଳନର ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କମ୍ୟୁନିଷ୍ଟ ନେତାମାନେ ମତପ୍ରକାଶ କରିଥିଲେ । ଭଦ୍ରକରେ ସାଳନ୍ଦି ସଂସ୍କାର ସମୟରେ ନଦୀ ପାଶ୍ୱର୍ବର୍ତ୍ତୀ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କର ଅଧିକାର ଓ ଜୀବନଜୀବିକାକୁ ନେଇ ଲଢେଇ କରିବା ସହିତ ଓଡ଼ିଶାର ପୋସ୍କେବିରୋଧି ଆନ୍ଦୋଳନରେ କର୍ଣ୍ଣଧାର ସାଜିଥିଲେ । ସେହିପରି ଭୁବନେଶ୍ୱରରେ ବସ୍ତି ଆନ୍ଦୋଳନର ସମନ୍ୱୟସମିତର ଆବାହକ ଥିଲେ ।

କଳିଙ୍ଗ ନଗର ଠାରୁ ଆରମ୍ଭ କରି ନାରାୟଣପାଟଣା ଜମିଆନ୍ଦୋଳନର କମ୍ରେଡ଼ କଣନାଥ ପାତ୍ରଙ୍କ ଡ଼ାକରାରେ ଓଡ଼ିଶା ସମସ୍ତ ଜନଆନ୍ଦୋଳନର ସେ ନେତୃତ୍ୱ ନେଇ ଲୋକମାନଙ୍କର ହକ୍ ଅଧକାର ସାବ୍ୟସ୍ତ ଉପରେ ଲଢେଇ କରିଆସୁଥିଲେ । କମ୍ରେଡ଼ ଶିବରାମ ଲାଲ ମାଟି ଗଞ୍ଜାମ ଜିଲ୍ଲାରେ ଆସିକା ନିକଟସ୍ଥ ଚିନିଶିଳ୍ପ ନୂଆଗାଁରେ ଏକ ଶ୍ରମିକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୭୩ମସିହା ମଇମାସ ୨୧ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଆର୍ଥିକ ଅଭାବ ଓ ଦାରିଦ୍ରର ବହୁ ଘାତ ପ୍ରତିଘାତରେ ଜୀବନ ଆରମ୍ଭ କରିଥିଲେ । ସ୍କୁଲ ସମୟରୁ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଶତଚେଷ୍ଟିତ ଥିଲେ । ଶୋଷିତ ନିଷ୍ପେସିତ ଭବିଷ୍ୟତ ନିର୍ମାଣ କରିବା ପାଇଁ ଏକ ଚିନ୍ତା କରୁଥିବା ଏହି ଜନନାୟକ ମାତ୍ର ୨୦ବର୍ଷ ବୟସରେ ସର୍ବଭାରତୀୟ ସାଧାରଣ ସଂପାଦକ କେ ଏନ୍ ରାମଚନ୍ଦ୍ରଙ୍କ ନେତୃତ୍ୱରେ ସିପିଆଇ(ଏମ୍‌-ଏଲ୍ )ରେଡ଼ଷ୍ଟାର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ପଛକୁ ହଟିନାହାନ୍ତି । ଗତ ୨୮ ମଇ ମାସରେ ମାତ୍ର ୪୮ବର୍ଷ ବୟସରେ ୨୫ଦିନ ମୃତ୍ୟୁ ସହିତ ସଂଗ୍ରାମ କରି ସ୍ତବ୍ଧ ହୋଇଯାଇଥିଲେ ବୋଲି ବାମପନ୍ଥି ନେତାମାନେ ତାଙ୍କ ଶୋକ ବାର୍ତ୍ତାରେ ମତପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରମିକ ନେତା ଦିବ୍ୟସିଂ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇ(ଏମ୍ -ଏଲ୍‌) ଲିବରେସନ ନେତା ସମର ବଳ, ଜୟନ୍ତି ବିଶ୍ୱାଳ, ଗାୟତ୍ରୀ ବେହେରା, ଜଗନ୍ନାଥ ବେହେରା, ବରିଷ୍ଠ ସିପିଏମ୍ ନେତା ପ୍ରଫୁଲ୍ଲ ପାଢୀ, ରାଧା ଦାସ, ,ଗିରିଧାରି ନାଥ,ଜଗତଜ୍ୟୋତି ପାଢୀ,ଏସ୍‌ୟୁୁସିଆଇ ରାମଚନ୍ଦ୍ର ଶଙ୍ଖୁଆ, ପ୍ରଶାନ୍ତ ଶଙ୍ଖୁଆ, ଶାନ୍ତିଲତା ରାଉତ, ସିିପିଆଇ ନେତା ସୁଭେନ୍ଦ୍ର ପ୍ରତାପ ମହାନ୍ତି, ରମେଶ ଜେନା, ପରମେଶ୍ୱର ବାରିକ ପ୍ରମୁଖ ବହୁ କର୍ମୀ ଓ ନେତା ଯୋଗଦେଇ କମ୍ରେଡ଼ ଶିବରାମଙ୍କ ଅମର ଆତ୍ମାର ସଦ୍‌ଗତି ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.