Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ହେଲେ ସତ୍ୟପ୍ରକାଶ ବିଶ୍ୱାଳ, ଜିଲାର...

ଭଦ୍ରକ ଜିଲା ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ହେଲେ ସତ୍ୟପ୍ରକାଶ ବିଶ୍ୱାଳ, ଜିଲାର ସମସ୍ତ ବିଧାୟକ ଓ ଯୁବନେତାକୁ କୃତଜ୍ଞତା

20

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ଭାବେ ସତ୍ୟପ୍ରକାଶ ବିଶ୍ୱାଳଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଚରମ୍ପା ମହାବିଦ୍ୟାଳୟରୁ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୭ ମସିହାରେ ବିଜୁ ଛାତ୍ର ଜନତା ଦଳର ନଗର ସଭାପତି ଭାବେ ସେ ମନୋନୀତ ହୋଇ ସଂଗଠନକୁ ସୁଦୃଢ କରିଥିଲେ । ପୁନର୍ବାର ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଯୁବ ସଂଗଠନକୁ ଶକ୍ତିଶାଳୀ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂତନ କମିଟିରେ ସତ୍ୟପ୍ରକାଶ ବିଶ୍ୱାଳଙ୍କୁ ଜିଲା ଯୁବ ବିଜେଡିର ସାଧାରଣ ସଂପାଦକ ଭାବେ ମନୋନୀତ କରାଯାଇଥିବାରୁ ସେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ଯୁବ ବିଜେଡିର ସଭାପତି ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ମଂଜୁଲତା ମଣ୍ଡଳ, ରାଜ୍ୟ ବିଜୁ ଜନତା ଦଳର ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଭଦ୍ରକ ବିଜୁ ଯୁବ ଜନତା ଦଳର ସଭାପତି ମୁକୁନ୍ଦଦେବ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ବିଶ୍ୱାଳଙ୍କ ଏହି ନିଯୁକ୍ତି ପରେ ଭଦ୍ରକ ଜିଲାର ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.