Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଭଦ୍ରକ ବିଜେପି ପକ୍ଷରୁ ସମ୍ବିଧାନ ଦିବସ ପାଳିତ

18

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସଭାପତିତ୍ୱରେ ପବିତ୍ର ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ପୂର୍ବତନ ଜିଲ୍ଲା ସଭାପତି ତଥା ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରିନାରାୟଣ ଧଳ, ଭଦ୍ରକ ବିଧାନସଭା ନେତା ଡା. ପ୍ରଦୀପ ନାୟକ, ସାଧାରଣ ସମ୍ପାଦକ ଶରତ ପଢିଆରୀ, ଶଶୀକାନ୍ତ ବିଶ୍ୱାଳ, ଯୁବନେତା ବିକାଶ ଶ୍ରେଷ୍ଠା, ମଣ୍ଡଳ ସଭାପତି ଗୋପାଳ ସାହୁ, ପ୍ରଭାକର ସାମଲ, ତପନ ମହାନ୍ତି, ବାବୁଲି ସାହୁ, ଶଶାଙ୍କ ଦାଶ ପ୍ରମୁଖ ନେତୃମଣ୍ଡଳୀ ଯୋଗ ଦେଇଥିଲେ । ଭାରତର ସମ୍ବିଧାନ ସବୁଠାରୁ ଶ୍ରେଷ୍ଠ ସମ୍ବିଧାନ ବୋଲି ସମଗ୍ର ବିଶ୍ୱରେ ବିଚେିତ ହୋଇଥାଏ । ଏହି ସମ୍ବିଧାନକୁ ସମ୍ମାନ ଦେବା ଓ ଏହାର ମୌଳିକ ନୀତିକୁ ଅବଲମ୍ବନ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ବୋଲି ମତ ପ୍ରକଟ କରିଥିଲେ । ସଭା ପ୍ରାରମ୍ଭରେ ସମସ୍ତ ନେତୃମଣ୍ଡଳୀ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସମ୍ମାନ ପ୍ରଦର୍ଶନ କରିଥିଲେ । ଅନୁରୂପ ଭାବେ ଦେବରକୁଣ୍ଡ ମଣ୍ଡଳୀର ମଣ୍ଡଳ ସଭାପତି ପ୍ରଭାକର ସାମଲଙ୍କ ସଭାପତିତ୍ୱରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.