Home ଜିଲ୍ଲା ପରିକ୍ରମା ଡଙ୍ଗା ଭସାଇବା ନିଷିଦ୍ଧ କରି ଜିଲ୍ଳାର ୪୪ଟି ସ୍ଥାନରେ ଜାରି ହେଲା ୧୪୪ ଧାରା

ଡଙ୍ଗା ଭସାଇବା ନିଷିଦ୍ଧ କରି ଜିଲ୍ଳାର ୪୪ଟି ସ୍ଥାନରେ ଜାରି ହେଲା ୧୪୪ ଧାରା

41

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋବିଡ଼ ୧୯ ମସୟରେ ଚାଲିଥିବା ପଞ୍ଚକ ବ୍ରତରେ ଭିଡକୁ ଲକ୍ଷ୍ୟ କରି ପୂର୍ବରୁ ଆରଡି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠଓ ଶିବଗଙ୍ଗା ପୁଷ୍କରିଣୀରେ ନଭେମ୍ବର ୩୦ ପର୍ଯ୍ୟନ୍ତ ୧୪୪ଧାରା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିଲା । ତେବେ ଏହି ପୀଠ ଓ ପୁଷ୍କରିଣୀ ସହିତ ଜିଲ୍ଲାର ଆହୁରି ବହୁ ସ୍ଥାନରେ ନଦୀ, ସମୁଦ୍ର, ପୁଷ୍କରିଣୀ ଆଦିରେ ପଞ୍ଚକ ବ୍ରତୀମାନେ ଡଙ୍ଗା ଭସାଇ ଥାଆନ୍ତି । ସେହିସବୁ ଅଞ୍ଚଳରେ ୩୦ ତାରିଖ ରାହାସ ପୂର୍ଣ୍ଣମୀ ବା କାର୍ତ୍ତିକ ପୂର୍ଣ୍ଣମୀ ତଥା ବଡଓଷାରେ ବହୁ ବ୍ରତୀ ଡଙ୍ଗା ଭସାଇବା ଓ ଭିଡ ହେବା ଆଶଙ୍କା କରି ଆଜି ଉପଜିଲ୍ଲପାଳ ପୀତାମ୍ବର ସାମଲ ସେହିସବୁ ଅଞ୍ଚଳ ପାଇଁ ୧୪୪ଧାରା ଜାରି କରିଛନ୍ତି । ଏହି କଟକଣା ଜିଲ୍ଲାର ମୋଟ ୪୪ଟି ସ୍ଥାନରେ କରାଯାଇଛି ଏବଂ ଏହା ନଭେମ୍ବର ୨୯ ଓ ୩୦ ତାରିଖ ଦୁଇଦିନ ବଳବତ୍ତର ରହିବ । ୧୪୪ ଧାରା ଜାରି ହୋଇଥିବା ସ୍ଥାନ, ପୀଠ, ଘାଟ ଓ ପୁଷ୍କରିଣୀ ଗୁଡିକ ହେଲା ଧାମରାଈ ମନ୍ଦିର ଘାଟ, ଧାମରା ଫିଶରୀ ହାର୍ବର, ଚାନ୍ଦିନିପାଳ କାଳିନାଳି ଘାଟ, ଚାନ୍ଦବାଲି ବଡବଜାର ଠାରୁ ଶାସ୍ତ୍ରୀଘାଟ ପର୍ଯ୍ୟନ୍ତ, ମନ୍ତେଇ ନଦୀର ବାଂଶଡା ଘାଟ ଓ ପଞ୍ଚୁଟିକିରି ଘାଟ, ବୈତରଣୀ ନଦୀର ତିନିତର ଘାଟ, ମନ୍ତେଇ ନଦୀର ଚାରବାଟିଆ ଘାଟ, ମାଟିଆସାହି ଘାଟ, ଚୌଧୁରୀ ଘାଟ, ହାବେଳୀ ଘାଟ, ସାଳନ୍ଦୀ ନଦୀର ବାରୋ/ବିଲଣା ସ୍ଥିତ କୁମ୍ଭବୁଡା ଘାଟ, ନାଳିଆ ନଦୀର ଗଳଗଣ୍ଡପୁର/ବିଲଣା ନାଳିଆ ଘାଟ, ରେବ ନଦୀର ବୋଡକ ସ୍ଥିତ ରେବ ଘାଟ, କାଂଶବାଂଶ ନଦୀର ଚୁଡାମଣି ଘାଟ, ନାଇକାଣିଡିହି ବାଲିଆପାଳର ଗାନ୍ଧୀ ଘାଟ, ସାଳନ୍ଦୀ ନଦୀର ବାଉଦପୁର ଘାଟ, ବୈତରଣୀ ନଦୀର ମୁଆଁ ଘାଟ, ସାଳନ୍ଦୀ ନଦୀର ମଠସାହି ସ୍ଥିତ ପଞ୍ଚମୁଖୀ ହନୁମାନ ଘାଟ, କେନ୍ଦୁଆପଦା ବଜାର, ସାହାଡା/ସାବରଙ୍ଗ ରାହାସ ପଡିଆ, ରାମପୁର ରାହାସ ପଡିଆ, ସାଳନ୍ଦୀ ନଦୀର ରାଜଘାଟ, ବାଗୁରାଇ ଘାଟ, କୁଆଁସ ଅର୍ଜୁନ ସେତୁ ଘାଟ, ସନ୍ଥିଆ ଘାଟ, ଗରଦପୁର ଘାଟ, ବନ୍ତ ରାହାସ ପଡିଆ, ବସନ୍ତିଆ ରାହାସ ଉତ୍ସବ ସ୍ଥଳ, ନିଳୋକ ରାହାସ ଉତ୍ସବ ସ୍ଥଳ, ଟିଲୋ ରାହାସ ଉତ୍ସବ ସ୍ଥାନ, ବୈତରଣୀ ନଦୀର ଷେଣ୍ଢପୁର ଘାଟ, ଆନନ୍ଦପୁର ଘାଟ, ପାଞ୍ଚପଡା କାଳୀମନ୍ଦିର ପୁଷ୍କରିଣୀ, ପଢୁଁଆ ରାହାସ ଉତ୍ସବ ସ୍ଥଳ, ଚୁଡାମଣି ଜେଟି, ଗୋପବନ୍ଧୁ ନଗର ଗଦି ରାହାସ ପଡିଆ ପୋଖରୀ, ବିଦେଇପୁର ରାୟସୀ ପୋଖରୀ, ସାନକୃଷ୍ଣପୁର ନଟିଆପାଳ ବଡଗଡିଆ, ସାନକୃଷ୍ଣପୁର ପାରାପୋଖରୀ ନୂଆଗଡିଆ, ସିନ୍ଦୋଳ ଲକ୍ଷ୍ମୀନାରାୟଣ ଗଡିଆ, ପୀରାହାଟ ହରସିଂହପୁର ରାହାସ ଉତ୍ସବ ସ୍ଥଳ, କାଁପଡା ରାହାସ ଉତ୍ସବ ସ୍ଥଳ ଏବଂ ବାରାପୁର ରାହାସ ଉତ୍ସବ ସ୍ଥଳ । ଏହି ଆଇନ ବଳରେ ଉପରୋକ୍ତ ସ୍ଥାନମାନଙ୍କରେ କୌଣସି ପ୍ରକାର ଜନ ସମାବେଶ କରାଯାଇ ପାରିବ ନାହିଁ । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଏହାର ଉଲଂଘନ ହେଲେ କୋବିଡ଼ ଆଇନ ଅନୁଯାଇ ଦଣ୍ଡ ବିଧାନ ହେବ ବୋଲି ସୂଚନା ଦିଆ ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.