Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ଧାମନଗରରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ :ସିଲ ହେଲା ୩ ୱାର୍ଡ

ଭଦ୍ରକ ଜିଲା ଧାମନଗରରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ :ସିଲ ହେଲା ୩ ୱାର୍ଡ

201

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳରେ ଜଣେ ହୋମିଓ ପାଥିକ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଏହା ଜିଲାର ପ୍ରଥମ କରୋନା ଜନିତ ମୃତ୍ୟୁ ବୋଲି ଜିଲାପାଳ ଡା. ଜ୍ଞାନ ଦାସ ଟୁଇଟ କରି ସୂଚନା ଦେଇଛନ୍ତି । ଏହାକୁ ଲକ୍ଷ୍ୟକରି ବିଜ୍ଞାପିତ ଅଂଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯତିନ୍ଦ୍ର କୁମାର ମିଶ୍ର ଏନଏସସିର ୮ ଓ ୧୦ ନମ୍ବର ଜୋନାକୁ କଣ୍ଟେନମେଣ୍ଟ ଓ ୯ ନମ୍ବର ୱାର୍ଡକୁ ବଫର ଜୋନା ଭାବେ ଘୋଷଣା କରିଛନ୍ତି । ଏହି କଣ୍ଟେନମେଣ୍ଟ ଜୋନାର ସମସ୍ତ ପ୍ରବେଶ ପଥକୁ ବାଉଁଶ ବାନ୍ଧି ସିଲ କରାଯାଇଛି । ତାରିଣୀ ଛକ, ମୁଲଣାସାହି, ସୁରେନ୍ଦ୍ର ଛକ, କଷାବବସ୍ତି ଗଢାନ୍ତିଆ, ହଲର ଛକ, ପଠାଣମହଲା ଛକ ଆଦି ରାସ୍ତା ସିଲ କରାଯାଇଛି । ପ୍ରକାଶ ଯେ ଧାମନଗର ଏନଏସସିର ଜଣେ ହୋମିଓ ପାଥିକ ଡାକ୍ତରଙ୍କୁ କରୋନା ଆକ୍ରାନ୍ତ ହୋଇଥିଲା । ତାଙ୍କୁ ଭୁବନେଶ୍ୱରସ୍ଥିତ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ସଂପୃକ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟ୍ରାକ ଟ୍ରେସିଂ କରାଯାଇଥିଲେ ମଧ୍ୟ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇନାହିଁ । ଫଳରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଭୟର ସଂଚାର ସୃଷ୍ଟି ହୋଇଛି । ଅପରପକ୍ଷେ ସିଲ ହୋଇଥିବା ଅଂଚଳରେ ଲୋକେ ଅବାଧରେ ସରକାରଙ୍କ କୋଭିଡ ନିୟମକୁ ଅମାନ୍ୟ କରି ଯାତାୟତ କରୁଥିବାରୁ ପାଖ ୱାର୍ଡ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଏହି ସବୁ ଅଂଚଳକୁ ସାନିଟାଇଜ କରିବା ସହିତ ପ୍ରଶାସନର କଟକଣାକୁ କଡାକଡି ଭାବେ ପାଳନ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.