Home ଅପରାଧ ବଞ୍ଚାଇବା ଉଦ୍ୟମ କରିଥିଲେ ଅପରାଜିତା; ବଞ୍ଚି ଥାଉଥାଉ ମାରିଦେଲା ଅଜିତା ..

ବଞ୍ଚାଇବା ଉଦ୍ୟମ କରିଥିଲେ ଅପରାଜିତା; ବଞ୍ଚି ଥାଉଥାଉ ମାରିଦେଲା ଅଜିତା ..

489

ଭୁବନେଶ୍ୱର: ହୃଦ୍‌ଘାତର ଶିକାର ହୋଇ ମେ ୨୫ ତାରିଖରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିବା ଓଡ଼ିଶାର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ଭୁବନେଶ୍ୱର ଫେରାଇ ଆଣିବାର ସମସ୍ତ ଦାୟିତ୍ୱ ନେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ତାଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ହାଇଦ୍ରାବାଦରୁ ଅଣାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହାଇଦ୍ରାବାଦରୁ ଅଣାଯାଇ ଭୁବନେଶ୍ୱରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହେଲା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ବହନ କରିଥିଲେ ଅପରାଜିତା ଷଡ଼ଙ୍ଗୀ। ବିଜୟ ମହାନ୍ତିଙ୍କ ପରିବାର, କଳାକାର ମାନଙ୍କ ଅନୁଗ୍ରହ ଏବଂ ଓଡ଼ିଶା ଫେରି ଆସିବାକୁ ବିଜୟ ମହାନ୍ତିଙ୍କ ଆଗ୍ରହ କ୍ରମେ ଅପରାଜିତା ଏହି ସହଯୋଗ କରିଥିଲେ। ଏହାକୁ ନେଇ ଅପରାଜିତା ଷଡ଼ଙ୍ଗୀଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା।

ତେବେ ଗତକାଲି (ସୋମବାର) ଦିନ ହଠାତ ପ୍ରଚାର ହେଲା ବିଜୟ ମହାନ୍ତିଙ୍କ ଦେହାନ୍ତ ହୋଇଯାଇଛି। କୌଣସି ଏକ ନ୍ୟୁଜ୍ ପ୍ଲାଟଫର୍ମ୍ ଦ୍ୱାରା ପ୍ରକାଶିତ ଏହି ଫେକ୍ ନ୍ୟୁଜ୍ ଚାହୁଁଚାହୁଁ ସୋସିଆଲ୍ ମିଡିଆ ସାରା ଭର୍ତ୍ତି ହୋଇଗଲା। ଅନେକ ଲୋକ ଅନେକ ନେତାନେତ୍ରୀ ମଧ୍ୟ ବିଜୟଙ୍କୁ ନେଇ ଏହି ଭୁଲ୍ ଖବରକୁ ଠିକ୍ ଭାବରେ ନପରଖି ସେୟାର କରି ଚାଲିଲେ। ତେବେ ବିଜୟ ମହାନ୍ତିଙ୍କ ବାବଦରେ କିଛି ଲୋକ ଗୁଜବ କରିବା ପରେ ତାଙ୍କ ନିକଟତମ ସୂତ୍ରରୁ ତାଙ୍କ ସୁସ୍ଥତା ବାବଦରେ ସୂଚନା ମିଳିଲା। ଏ’ ନେଇ ଅଭିନେତା ସବ୍ୟସାଚୀ ଏକ ସୋଶାଲ ମିଡିଆ ପୋଷ୍ଟ କରି ଗୁଜବରୁ ବିରତ ରହିବାକୁ ଅନୁରୋଧ କରିଥିଲେ। ସେହିଭଳି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି, ନିର୍ଦ୍ଦେଶକ ଶିବ ପ୍ରସାଦ ମହାନ୍ତି ଏବଂ ସିନେମା ଜଗତର ବେଶ କିଛି କଳାକାର ମଧ୍ୟ ଏହି ଖବରକୁ ଖଣ୍ଡନ କରିଥିଲେ। ସବ୍ୟସାଚୀ ଗୁଜବକାରୀଙ୍କୁ ପୋଷ୍ଟ ଡିଲିଟ୍ କରିବାକୁ ଅନୁରୋଧ କରି କହିଥିଲେ, ବିଜୟ ମହାନ୍ତିଙ୍କ ବାବଦରେ ଏକ ମିଛ ଖବର ଭାଇରାଲ ହେଉଛି। ସେ ଭଲ ଅଛନ୍ତି। ତାଙ୍କ ବାବଦରେ ଏପରି ଭୁଲ୍ ପୋଷ୍ଟ କରନ୍ତୁ ନାହିଁ। ଯେକେହି ବି ଏଭଳି ପୋଷ୍ଟ କରିଛନ୍ତି, କ୍ଷମା ମାଗନ୍ତୁ ଏବଂ ପୋଷ୍ଟଗୁଡ଼ିକୁ ଡିଲିଟ୍‌ କରନ୍ତୁ। ଏହାସହ ସେ ବିଜୟ ମହାନ୍ତିଙ୍କ ଦୀର୍ଘାୟୁ କାମନା କରିଥିଲେ। ସେହିଭଳି ସ୍ନିଗ୍ଧା ଲେଖିଥିଲେ, ଏପରି ପୋଷ୍ଟ କରନ୍ତୁ ନାହିଁ। ମାନବିକତା ଟିକେ ତ’ ଦେଖାନ୍ତୁ। ନିଜ ପ୍ରଚାର ପାଇଁ ଏମିତି କିଏ କରିପାରେ ବୋଲି ସେ ପ୍ରଶ୍ନ କରିଥିଲେ।

ଏହାପରେ ଏପରି ଭୁଲ୍ ପୋଷ୍ଟ କରିଥିବା ଅନେକ ଲୋକ, ବିଭିନ୍ନ ଦଳର ନେତାନେତ୍ରୀ ସେମାନଙ୍କ ପୋଷ୍ଟ ଡିଲିଟ୍ କରିଦେଲେ। ଡିଲିଟ୍ କରିସାରି କିଛି ନଜାଣିଲା ପରି ସେମାନଙ୍କ ମଧ୍ୟରୁ କେତେଜଣ ଝାଡ଼ିଝୁଡ଼ି ହୋଇ ଓଲଟି ବିଜୟ ମହାନ୍ତି ସୁସ୍ଥ ଅଛନ୍ତି ଏବଂ ଏପରି ଭୁଲ୍ ପୋଷ୍ଟ କରନ୍ତୁ ନାହିଁ ବୋଲି ଅନ୍ୟକୁ ପରାମର୍ଶ ଦେଇ ପୋଷ୍ଟ କରିବା ଆରମ୍ଭ କରି ଦେଇଥିଲେ। ଏମାନଙ୍କ ଭିତରେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥିବା କେତେଜଣ ନେତାନେତ୍ରୀ ଅଛନ୍ତି। ଏହାସହ ବିଜୟ ମହାନ୍ତିଙ୍କୁ ଓଡ଼ିଶା ଆଣିବାରେ ଯେଉଁ ଅପରାଜିତା ସାହାଯ୍ୟ କରିଥିଲେ, ସେହି ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ୱାରା ସ୍ଥାପିତ ମହିଳା ସଙ୍ଗଠନ “ଅଜିତା”ର ସଦସ୍ୟା ତଥା ମୁଖ୍ୟ ଦାୟିତ୍ୱ ନିର୍ବାହୀ ମଧ୍ୟ ବଞ୍ଚି ଥାଉଥାଉ ବିଜୟ ମହାନ୍ତିଙ୍କୁ ମାରି ଦେଇଥିଲେ। ଲେଖିଥିଲେ,-ଅମର ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ୱରଙ୍କ ପାଖେ ପ୍ରାର୍ଥନା, କହିବାକୁ ଭାଷା ନାହିଁ। / -ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.