Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ : ୧୨ ସୁସ୍ଥଙ୍କ ପରେ ଆକ୍ଟିଭ କେଶ ୩୧

ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ : ୧୨ ସୁସ୍ଥଙ୍କ ପରେ ଆକ୍ଟିଭ କେଶ ୩୧

215

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ ଆଜି ଜଣେ କରୋନା ପଜିଟିଭ ବାହାରିଛନ୍ତି ଏବଂ ଜଣେ ମୃତ୍ୟୁ ବରଣ କରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଅନ୍ୟପକ୍ଷରେ ୧୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ ଘଟିଛି । ଆଜି ଏହି ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୫ ହୋଇଛି । ୧୨ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୪୩ । ଆଜି ଚିହ୍ନଟ ଆକ୍ରାନ୍ତ ଲୋକାଲ କଣ୍ଟାକ୍ଟ କେଶ ବୋଲି ଜଣା ପଡିଛି । ସେ ତିହିଡିି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ନଛିବିନ୍ଧା ଗ୍ରାମର । ଜିଲ୍ଲାପାଳ ଡ. ଜ୍ଞାନ ଦାସ ନଛିବିନ୍ଧା ଗ୍ରାମକୁ କଣ୍ଟେନମେଣ୍ଟଜୋନ ଏବଂ ନରେନ୍ଦ୍ରପୁର ପଞ୍ଚାୟତକୁ ବଫରଜୋନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.