Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ତ୍ୟାଗଭୂମି ମହୋତ୍ସବ ୨ୟ ସନ୍ଧ୍ୟା, ଦକ୍ଷତା ହିଁ ମାନବ ସମ୍ବଳ ବିନିଯୋଗର ନିୟାମକ

ଭଦ୍ରକ ଜିଲା ତ୍ୟାଗଭୂମି ମହୋତ୍ସବ ୨ୟ ସନ୍ଧ୍ୟା, ଦକ୍ଷତା ହିଁ ମାନବ ସମ୍ବଳ ବିନିଯୋଗର ନିୟାମକ

20

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଭଦ୍ରକ ଜିଲା ତ୍ୟାଗଭୂମି ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ମହୋତ୍ସବ ଆସନ୍ତା ୯ ତାରିଖ ଯାଏ ଭଦ୍ରକ ସହର ଉପକଣ୍ଠ ନେହେରୁ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହେବ। ଉଦ୍‌ଘାଯନ ଦିବସ ପରିପ୍ରେକ୍ଷୀରେ ଜିଲାରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ମହୋତ୍ସବ ପୂର୍ବରୁ ଦେବଦର୍ଶନ ଦାଶଙ୍କ ତତ୍ତ୍ୱାବଧାନରେ ରକ୍ତତୀର୍ଥ ଇରମ ଓ ରଂଜିତ ଲେଙ୍କାଙ୍କ ନେତୃତ୍ୱରେ ଶହୀଦପୀଠ ଲୁଣିଆରୁ ଦୁଇଟି ବିରାଟ ମଶାଲ ଶୋଭାଯାତ୍ରା ଓ ମୋଟର ସାଇକେଲ୍ ରାଲି ସହର ପରିକ୍ରମା ପୂର୍ବକ ମହୋତ୍ସବସ୍ଥଳୀରେ ପହଞ୍ôଚଥିଲା। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ, ବରେଣ୍ୟ ଅତିଥି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ ପ୍ରମୁଖ ଯୋଗଦେଇ ଭଦ୍ରକର ତ୍ୟାଗ, ସଂଗ୍ରାମ ଓ ସାରସ୍ୱତ ସାଧନାଙ୍କୁ ସ୍ମରଣ କରି ଭୂମିର ବିକାଶ ଲାଗି ସମସ୍ତଙ୍କ ଅକୁଣ୍ଠ ପ୍ରୟାସ ଲୋଡା ବୋଲି ମତବ୍ୟକ୍ତ କରିଥିଲେ। ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନା ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ଏହି ଅବସରରେ ତ୍ୟାଗଭୂମି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମାନବ ସମ୍ବଳର ଉପଯୁକ୍ତ ପରିଚାଳନା ଯେକୌଣସି ଉନ୍ନତ ରାଷ୍ଟ୍ରର ସର୍ବଶ୍ରେଷ୍ଠ କୌଶଳ। ମାନବ ପୁଞ୍ଜି ବିନିଯୋଗ ପଦକ୍ଷେପ ଗୁଡିକର ବିକାଶ ଓ ପରିଚାଳନା ପାଇଁ କର୍ମସଂସ୍ଥା ଓ ପ୍ରଶାସନ ତତ୍ପର ରହିବା ଆବଶ୍ୟକ। କର୍ମକ୍ଷେତ୍ର ପ୍ରତି ଆଗ୍ରହ, କାର୍ଯ୍ୟ ଦକ୍ଷତା, ଉତ୍ତମ ନିଯୁକ୍ତି ଦାତା, କର୍ମଜୀବୀ ବିକାଶ ରଣନୀତି, ପ୍ରଶିକ୍ଷଣ, ଆଭ୍ୟନ୍ତରୀଣ ଉନ୍ନତି ପାଇଁ ସୁଯୋଗ ସୃଷ୍ଟି ପ୍ରଭୃତି ଜରିଆରେ ମାନବର ସମ୍ବଳର ସୁବିନିଯୋଗ ସମ୍ଭବ ହେବ ବୋଲି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ତ୍ୟାଗଭୂମିର ଶୁଭେଚ୍ଛୁ ଡାକ୍ତର ଦୁର୍ଯ୍ୟୋଧନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାନ୍ତକବି ମଂଚରେ ‘ଦକ୍ଷତା ବିକାଶ ଓ ମାନବ ସମ୍ବଳ ପରିଚାଳନା’ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ନିର୍ଦ୍ଦେଶକ ଡକ୍ଟର ଦେବେନ୍ଦ୍ର କୁମାର ମାଝୀ ଯୋଗଦେଇ ଆମ ରାଜ୍ୟ ତଥା ଦେଶରେ ଯୁବ ଦକ୍ଷତା ବୃଦ୍ଧି ଉପରେ ଏବେ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଗାଳ୍ପିକ ଡକ୍ଟର ଶୈଳେନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ସାମୂହିକ ଜ୍ଞାନ କୌଶଳ ଉଭୟ ବ୍ୟକ୍ତିବିଶେଷ ଓ ରାଷ୍ଟ୍ରର ସଂପତ୍ତି ବୋଲି ମତବ୍ୟକ୍ତ କରିଥିଲେ। ବରେଣ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ କାର୍ତ୍ତିକ ମଣ୍ଡଳ ଯୋଗଦେଇ କର୍ମଶାଳାର ବିକାଶ ଓ ମାନବ ସମ୍ବଳର ସଦ୍ ବିନିଯୋଗ ଉପରେ ରାଷ୍ଟ୍ରର ଭବିଷ୍ୟତ ନିର୍ଭରଶୀଳ ବୋଲି କହିଥିଲେ। ତ୍ୟାଗଭୂମିର ସଦସ୍ୟ ସମାଜସେବୀ ଅଶୋକ ମହାନ୍ତି ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବାବେଳେ ଅଧ୍ୟାପକ ଅଭୟ କୁମାର ଦାସ ସ୍ୱାଗତ ଅଭିଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଦସ୍ୟ ସୁଧାକର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ। ଭଦ୍ରକ ମନ୍ଦିରା ଡ୍ୟାନ୍ସ ଗ୍ରୁପ୍ ଓ ଭଦ୍ରକାଳୀ କୃଷି ନାଟ୍ୟସଂସ୍ଥା ପକ୍ଷରୁ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା। ତ୍ୟାଗଭୂମି ସଭାପତି ଅଜୟ ନାୟକ, ସଂପାଦକ ଅଧିବକ୍ତା ଗଦାଧର ବଳ, ସାଂସ୍କୃତିକ ସଂପାଦକ ବସନ୍ତ ମହାନ୍ତି, ସଂଗଠନ ସଂପାଦକ ସୁଧାକର ରାଉତ, ସହ ସଂପାଦକ ଗୌରାଙ୍ଗ ବାରିକ, ପତ୍ରିକା ସଂପାଦକ ଅଧ୍ୟାପକ ବିଶ୍ୱରଂଜନ ଦାସ, ଡକ୍ଟର ଅଭୟ କୁମାର ଦାସ, ଅମରେନ୍ଦ୍ର ବିଶ୍ୱାଳ, ଅମ୍ବିକାବଲ୍ଲଭ ସ୍ୱାଇଁ, ବ୍ୟୋମକେଶ ସେନାପତି, ରୂପକ ବିହାରୀ ରାୟ, ଅଶୋକ ଦ୍ୱିବେଦୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.