Home Top News ଉତ୍ତରାଧିକାରୀ ଗୁଜବ!

ଉତ୍ତରାଧିକାରୀ ଗୁଜବ!

169

ସାରା ରାଜ୍ୟରେ ହକିର ମାହୋଲ ଚାଲିଛି। ୨୦୧୮ ମସିହାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଶ୍ୱ କପ ହକିର ଆୟୋଜନ ହୋଇଥିଲା। ଏହା ପରେ ଏଇ ବର୍ଷ ଏ ରାଜ୍ୟ ଦ୍ୱିତୀୟ ଥର ପାଇଁ ବିଶ୍ୱ ହକିର ଆୟୋଜନ କରୁଛି। ଏତେ ବଡ଼ ଆୟୋଜନ ଅନୁଷ୍ଠିତ ହେଲେ ରାଜନୈତିକ କାଦୁଅ ଫିଙ୍ଗା ନିଶ୍ଚିତ ଭାବରେ ରହିବ। ଆର ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ତେଣୁ ବିରୋଧୀ କହୁଛନ୍ତି ବିଶ୍ୱ କପ ହକି ହେଉଛି ବିଜେଡ଼ିର ନିର୍ବାଚନୀ ପ୍ରଚାର ଓ ପ୍ରସାର। ୨୦୧୮ ମସିହାରେ ସତୁରି କୋଟି ଖର୍ଟ୍ଟ ହୋଇଥିଲା। ଏଇ ବର୍ଷ ଏଗାର ଶହ ପଞ୍ଚସ୍ତରୀ କୋଟି ଖର୍ଟ୍ଟ ହେଉଛି। ଶାସକ ବିଜେଡ଼ି ପ୍ରଚାର କରୁଛି ବିଶ୍ୱ କପ ହକି ଆୟୋଜନ ଦ୍ୱାରା ଓଡ଼ିଶାକୁ ବିଶ୍ୱ ଦରବାର ଜାଣିଲା। ଆଗରୁ ଓଡ଼ିଶାକୁ କେହି ଜାଣି ନ ଥିଲେ। ସେ ଯାହା ହଉ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଶାକୁ ବିଶ୍ୱ ଜାଣିଲା।

ମାତ୍ର ବିରୋଧୀ ଏହାକୁ ସହଜରେ ହଜମ କରିବା ଅବସ୍ଥାରେ ନାହାନ୍ତି। ଯେତେ ପ୍ରଚାର ଓ ପ୍ରସାର ହେଲେ ମଧ୍ୟ ଓଡ଼ିଶାର ପ୍ରକୃତ ପରିଚୟ କେବଳ ଓଡ଼ିଶାବାସୀ କହି ପାରିବେ।

ବିଜୁ ଜନତା ଦଳ ଦୀର୍ଘ ତେଇଶି ବର୍ଷ ଓଡ଼ିଶାରେ ଶାସନ କରୁଛି। ଦଳର ପ୍ରତିଷ୍ଠାତା ସଭାପତି ନବୀନ ପଟନାୟକ ମଧ୍ୟ ତେଇଶି ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେଇ ଭାରତ ବର୍ଷରେ ରେକର୍ଡ କରିସାରିଛନ୍ତି। ଏବେ ନବୀନ ବାବୁ ପରିଣତ ବୟସରେ ଉପନୀତ ହୋଇ ସାରିଲେଣି। ତାଙ୍କ ଉତ୍ତରାଧିକାରୀ ଅବା ବିଜୁ ଜନତା ଦଳର ପରବର୍ତ୍ତୀ ମୁଖିଆ କିଏ ହେବ ତାହା ଗତ କିଛି ବର୍ଷ ଧରି ରାଜ୍ୟରେ ଜୋର ଚର୍ଚ୍ଚା ଚାଲିଛି। ନିଶ୍ଚିତ ଭାବରେ ଓଡ଼ିଶାବାସୀଙ୍କର ଏହା ଜାଣିବାର ଅଧିକାର ଅଛି। କାରଣ ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଅବିବାହିତ। ଭାରତବର୍ଷରେ ଯେତେ ଆଞ୍ଚଳିକ ଦଳ ଅଛି ସବୁଥିରେ ବଂଶୀୟ ପରମ୍ପରା ଅନୁସାରେ ଦଳ ଚାଲୁଛି। ପରିବାର ସଦସ୍ୟଙ୍କ ବିନା ଆଞ୍ଚଳିକ ଦଳ ତିଷ୍ଠିବା ମୁସ୍କିଲ।

ଆମେ ଏହି ସମସ୍ତ ତଥ୍ୟ ଏଇ ବିଶ୍ୱ ମହାକୁମ୍ଭ ସମୟରେ କାହିଁକି ଉପସ୍ଥାପନା କରୁଛୁ। କାରଣ ଏଇ ବିଶ୍ୱ କପ ମହାକୁମ୍ଭ ସମୟରେ ଅନେକ ତଥ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟ୍ୟମରେ ପ୍ରକାଶ ପାଉଛି। ଏଇ ମହାଆୟୋଜନ ମାଧ୍ୟ୍ୟମରେ ଓ ହଜାର କୋଟି ଖର୍ଟ୍ଟ ମାଧ୍ୟ୍ୟମରେ ନବୀନ ବାବୁଙ୍କ ଉତ୍ତରାଧିକାରୀକୁ ସାମନାକୁ ଅଣାଯାଉଛି। ତେବେ କିଏ ଏଇ ବ୍ୟକ୍ତି ? ସିଏ ରାଜନୈତିକ ବ୍ୟକ୍ତିବିଶେଷ ନା ଆଉ କିଏ ? କାରଣ ନବୀନ ବାବୁଙ୍କ ପରିବାରରୁ କେହି ଏ ପର୍ଯ୍ୟନ୍ତ ରାଜନୀତିକୁ ଆସିବାର ସବୁଜ ସଂକେତ ରାଜ୍ୟବାସୀ ପାଇ ନାହାନ୍ତି। ତେବେ କିଏ ଏଇ ବ୍ୟକ୍ତି ଯାହା ବାବଦରେ ଛାୟା ପ୍ରଚାର ଉଭୟ ସାମାଜିକ ଗଣମାଧ୍ୟ୍ୟମ ଓ ବିରୋଧୀ କରୁଛନ୍ତି।

ନବୀନ ବାବୁ ଅନେକ ଥର କହିଛନ୍ତି ମୋର ଉତ୍ତରାଧିକାରୀ ରାଜ୍ୟବାସୀ ବାଛିବେ। ଏତେ ବର୍ଷର ରାଜନୈତିକ ଅଭିଜ୍ଞତା ତାଙ୍କର। ତା ଛଡ଼ା ବିଜୁ ଜନତା ଦଳ ଭାରତବର୍ଷର ବୃହତ୍ତମ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରୁ ଅନ୍ୟତମ। ତେଣୁ ସେପରି କିଛି ଭୁଲଭାଲ ନିଷ୍ପତି ନବୀନ ବାବୁ ନେବେ ନାହିଁ ବୋଲି କିଛି ବରିଷ୍ଟ୍ ରାଜନେତା ମତପ୍ରକାଶ କରିଛନ୍ତି। ରାଜନୈତିକ ଦଳକୁ ରାଜନୈତିକ ବ୍ୟକ୍ତି ବିଶେଷ ହିଁ ଚଳାଇ ପାରିବେ। ତେଣୁ ବିଜୁ ଜନତା ଦଳର ଭବିଷ୍ୟତ ଦଳର ଜଣେ ଦକ୍ଷତା ସମ୍ପନ୍ନ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହାତରେ ସୁରକ୍ଷିତ। ଆଉ ଗୋଟିଏ କଥା ମଧ୍ୟ ଜାଣିବା ଦରକାର ଯେ ଓଡ଼ିଶାବାସୀ ନବୀନ ବାବୁଙ୍କ ପରି ଦକ୍ଷତା ସମ୍ପନ୍ନ ନେତାକୁ ଦଳର ସଭାପତି ଭାବରେ ଦେଖିବାକୁ ଚାହିଁବେ। ନବୀନ ବାବୁ ସଦାବେଳେ କହନ୍ତି ‘ ଆପଣମାନେ ଖୁସି ତ ‘ ” ମୁଁ ଭି ବହୁତ ଖୁସି “। ତେଣୁ ପାରିବାରିକ ବ୍ୟକ୍ତିତ୍ୱ ଅବା ଦଳର ଅଭିଜ୍ଞ ନେତା ଛଡା ଦଳର ଭବିଷ୍ୟତ ଅନ୍ଧକାର। ଇତିହାସ ଏହାର ସାକ୍ଷୀ ମଧ୍ୟ। ସାଢେ ଚାରି କୋଟି ଓଡ଼ିଆ ଏତେ ମୂର୍ଖ ନୁହଁନ୍ତି। ସେମାନଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ବହୁତ ଭଲ ପାଆନ୍ତି। ଏହାର ଅର୍ଥ ନୁହେଁ ଯେ ନବୀନ ବାବୁ ଯାହାକୁ ଇଛା ତାହାକୁ ଆଣି ଦଳର ସଭାପତି ଅବା ତାଙ୍କ ଉତ୍ତରାଧିକାରୀ ମନୋନୀତ କରିଦେବେ ଆଉ ଓଡ଼ିଶାବାସୀ ତାକୁ ଗ୍ରହଣ କରିଦେବେ। ଯଦି ଦଳକୁ ହଡ଼ପ କରିବା ପାଇଁ କିଛି ଚକ୍ରାନ୍ତ କରାଯାଉଥିବା ତା ହେଲେ ସିଏ ଅଲଗା କଥା। ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ମତାମତ ଦେଇଛନ୍ତି – ଏକଦା ନବୀନ ଦଳ ଚଳାଇବା ପାଇଁ ପ୍ୟାରୀ ମହାପାତ୍ରକ୍ନୁ ଦାୟିତ୍ୱ ଦେଇଥିଲେ। ଆମେ ତାଙ୍କୁ ମାନୁଥିଲୁ। ଏବେ ଆଉ ଜଣଙ୍କୁ ଦାୟିତ୍ୱ ଦେଇଛନ୍ତି ତେଣୁ ଆମେ ମାନୁଛୁ। ତେଣୁ ବାସ୍ତବତାକୁ ନ ପରଖି ବିଭିନ୍ନ ଆକଳନ ଗ୍ରହଣୀୟ ହବନି। ଏତେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ଚାଲିଛି। କିଏ ନା କିଏ ଜଣେ ଦାୟିତ୍ୱ ନେଇ ଆଗକୁ ଆସିବ। ତା’ ଅର୍ଥ ନୁହଁ ଯେ ସେ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ପ୍ୟାରୀ ମହାପାତ୍ରଙ୍କର ସାମାନ୍ୟ ଭୁଲ ତାଙ୍କୁ କିପରି କିପରି ତଳି ତଳନ୍ତା କରି ଥିଲା ତାହା ସମସ୍ତଙ୍କୁ ଜଣା। ତେଣୁ ବିଜୁ ଜନତା ଦଳରେ ପୁନର୍ବାର ସେପରି ବିଭ୍ରାନ୍ତୀକର ନିଷ୍ପତି କିଏ ନେବାକୁ ସାହସ କରିବେ ନାହିଁ। ଏ କଥା ସତ୍ୟ ରାଜ୍ୟବାସୀ ନବୀନ ପ୍ରେମୀ। ତାହା ଅର୍ଥ ନୁହଁ ଯେ ସିଏ କୌଣସି ଭୁଲ ନିଷ୍ପତି ନେଲେ ତାକୁ ରାଜ୍ୟବାସୀ ଗ୍ରହଣ କରିବେ। ତେଣୁ ଉତ୍ତରାଧିକାରୀ କିଏ ଏହା ଏକ ଅବାସ୍ତବ ପାଠ। ତେଣୁ ରାଜ୍ୟବାସୀଙ୍କୁ ନବୀନ ଭଲ ଉତ୍ତରାଧିକାରୀ ଦେବେ ଏହା ନିଃସନ୍ଦେହ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.