Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାର ୬ ବୁଥରେ ପୁନଃ ମତଦାନ, ମତଦାତା ସାବ୍ୟସ୍ତ କଲେ ନିଜର ଅଧିକାର

ଭଦ୍ରକ ଜିଲାର ୬ ବୁଥରେ ପୁନଃ ମତଦାନ, ମତଦାତା ସାବ୍ୟସ୍ତ କଲେ ନିଜର ଅଧିକାର

53

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବ୍ଲକର ୪ଟି ବୁଥ ସମେତ ଜିଲ୍ଲାର ମୋଟ ୬ଟି ବୁଥରେ ପୁନଃ ମତଦାନ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି । ଭଦ୍ରକର ୪ଟି ବୁଥରେ ମୋଟ ୭୭.୯୭ ପ୍ରତିଶତ ମତଦାନ ହୋଇଥିବାବେଳେ, ବନ୍ତ ବ୍ଲକର ଗୋଟିଏ ବୁଥରେ ୭୯.୪୫ ଓ ଚାନ୍ଦବାଲି ବ୍ଲକର ଗୋଟିଏ ବୁଥରେ ୮୧ ପ୍ରତିଶତ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ବିଭାଗୀୟ ସୂଚନା ଅନୁଯାୟୀ ଭଦ୍ରକ ବ୍ଳକ ଚଣ୍ଡିଗାଁ ପଞ୍ଚାୟତର ୪ଟି ବୁଥରେ ପୁନ ମତଦାନ ହୋଇଥିଲା । ଏହି ୪ଟି ବୁଥଜୋର ୨୪୪ ମତଦାତା ଥବବାବେଳେ,ସେମାନଙ୍କ ମଧ୍ୟରୁ ୯୭୦ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ତଥ୍ୟ ଅନୁଯାୟୀ ଏହି ପଞ୍ଚାୟତର ୧ନମ୍ବର ବୁଥରେ ୨୯୦, ୨ ନମ୍ବର ବୁଥରେ ୨୧୯, ୩ ନମ୍ବର ବୁଥରେ ୨୨୫ ଓ ୪ ନମ୍ବର ବୁଥରେ ୨୩୩ଜଣ ଭୋଟ ଦେଇଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ଏହି ପୁନଃ ମତଦାନ ପ୍ରକ୍ରିୟା ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ଏଠାରେ ସୂଚନାଯୋଗ୍ୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟୟରେ ଚଳିତ ମାସ ୧୬ ତାରିଖ ଭଦ୍ରକ ବ୍ଳକରେ ଭୋଟ ଗ୍ରହଣ ହୋଇଥିଲା । କିନ୍ତୁ ଚଣ୍ଡିଗାଁ ପଞ୍ଚାୟତରେ ବ୍ୟାପକ ରିଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏଥି ନେଇ ବିଜେପି ଶାସକ ଦଳକୁ ଟାର୍ଗେଟ କରିବା ସହ କିପରି ବିଭିନ୍ନ ବୁଥ ଜବରଦଖଲ ହୋଇଛି, ତାହାର ଭିଡିଓ ଫୁଟେଜ ସାର୍ବଜନୀନ କରିବା ସହ ଏସମସ୍ତ ବୁଥରେ ପୁନଃ ମତଦାନ ପାଇଁ ଦାବି କରିଥିଲା । ତେବେ ଉକ୍ତ ପଞ୍ଚାୟତର ଉପରୋକ୍ତ ବୁଥର ପ୍ରିଜାଇଡିଂ ଅଧିକାରୀ ବୁଥ ଜବରଦଖଲ ସମ୍ପର୍କୀତ ରିପୋର୍ଟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ । ପ୍ରିଜାଇଡିଂ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଭଦ୍ରକ ଜିଲ୍ଳାପାଳ ଉକ୍ତ ୪ଟି ବୁଥରେ ପୁନଃ ମତଦାନ ପାଇଁ ରାଜ୍ୟ ନିର୍ବାଚନ କମଶନଙ୍କୁ ପ୍ରସ୍ତାବ ଦେଇଥିଲେ । ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନ ଉକ୍ତ ୪ଟି ବୁଥ ସମେତ ବନ୍ତ ବ୍ଲକର କେନ୍ଦୁଆପଦା ପଞ୍ଚାୟତର ୧୫ ନଂ ବୁଥ୍ ଓ ଚାନ୍ଦବାଲି ବ୍ଳକରେ ନାଲଗୁଣ୍ଡା ପଞ୍ଚାୟତର ୧୨ନଂ ୱାର୍ଡରେ ବୁଥରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜିର ନିର୍ବାଚନ ପାଇଁ ଉକ୍ତ ୪ଟି ବୁଥରେ ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମତଦାନ ସମୟରେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା । ମତଦାତାମାନେ ବିନା ଭୟରେ ଲମ୍ବା ଲାଇନରେ ଛିଡ଼ା ହୋଇ ନିଜର ଗଣତାନ୍ତ୍ରୀକ ଅଧିକାର ସାବ୍ୟସ୍ତ କରିଥିଲେ । ତେବେ ଆଜି ବୁଥ ପରିସରର ପରିବେଶ ବହୁତ ଭଲ ଲାଗୁଛି । ୧୬ ତାରିଖ ଆମେ ଭୋଟ ଗ୍ରହଣ କେନ୍ଦ୍ରକୁ ଆସିବା ବେଳକୁ ଆମର ଭୋଟ ଅନ୍ୟମାନେ ଦେଇ ସାରିଥିଲେ । ପ୍ରଶାସନିକ ହସ୍ତକ୍ଷେପ ପାଇଁ ଆଜି ଆମେମାନେ ପୁଣିଥରେ ମତଦାନ ସାବ୍ୟସ୍ତ କରିବାରେ ସକ୍ଷମ ହେଲୁ ବୋଲି ବହୁ ମତଦାତା ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.