Home ଜିଲ୍ଲା ପରିକ୍ରମା ଧାମନଗର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଧାମନଗର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

45

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଏହି ଜିଲାର ଧାମନଗର ବ୍ଳକରେ ଚଳଚଂଚଳ ଥିବାବେଳେ ଜାହାଙ୍ଗିରିରେ ରାଜନୈତିକ ହିଂସାର ଜଣେ ଯୁବକର ମୃତ୍ୟୁ ପାଇଁ ସମଗ୍ର ରାଜ୍ୟ ଏବେ ହୁଲୁସ୍ତୁଲୁ ହେଉଛି । ତାହା ସହିତ ଧୂଷୁରୀ ଓ ସାହସପୁରରେ ବିଜେଡ଼ି, ବିଜେପି କର୍ମୀଙ୍କ ମଧ୍ୟରେ ମାରପିଟ ଲାଗିବା ଦ୍ୱାରା ଦୁଇଜଣ ମଧ୍ୟ ଗୁରୁତର ହୋଇଛନ୍ତି । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ଛାନ୍‌ଭିନ୍ ଆରମ୍ଭ ହୋଇଛି । ଗୁରୁବାର ଏହି ତ୍ରିସ୍ତରୀୟ ନିର୍ବାଚନ ଧାମନଗର ବ୍ଳକରେ ଅନୁଷ୍ଠିତ ହେବାକୁ ଥିବାବେଳେ ମୋଟ ଭୋଟର ୧୫୫୬୫୦ । ସେଥିମଧ୍ୟରୁ ପୁରୁଷ ୮୦୩୫୬ ଓ ମହିଳା ୭୫୨୭୩ ଏବଂ ତୃତୀୟ ଲିଙ୍ଗ ୨୧ଜଣ ଭୋଟର ସେମାନେ ଗୁରୁବାର ଦିନ ମତଦାନ କରିବେ । ବ୍ଲକର ୩୧ପଂଚାୟତର ୪୦୫ବୁଥରେ ସରପଂଚ ପ୍ରାର୍ଥୀ ୧୧୪ ଓ ସମିତିସଭ୍ୟ ପ୍ରାର୍ଥୀ ୮୯ଜଣ ଓ ଜିଲ୍ଳାପରିଷଦ ପ୍ରାର୍ଥୀ ୪ଟି ଜୋନ୍‌ପାଇଁ ୧୯ଜଣ ଏବଂ ୭୨୭ ଜଣ ୱାର୍ଡ଼ମେମ୍ବର ପ୍ରାର୍ଥୀ ଏହି ନିର୍ବାଚନରେ ରଣାଙ୍ଗନ ହୋଇଛନ୍ତି । ଏହି ନିର୍ବାଚନ ଶାନ୍ତିଶୃଙ୍ଖଳା ଅବାଧ ଓ ନିରପେକ୍ଷ ହେବାପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଜିସନ୍ଧ୍ୟାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମେତ ଜିଲ୍ଳାର ବଛାବଛା ପୋଲିସ ଇନିସ୍ପେକ୍ଟର ମାନେ ଧାମନଗର, ଧୂଷୁରୀ, ଅସୁରାଳି ଓ ଦୋବଲ ଜୋନ୍ ପରିଦର୍ଶନ କରିଛନ୍ତି । ଧାମନଗର ବ୍ଲକରେ ଆନନ୍ଦପୁର, ଖଡ଼ିପଦା, ପଧାନୀ, ସାହାସପୁର, ଭଟସାହି, କଟ୍ଟସାହି ଓ ନଦୀଗାଁ ପଂଚାୟତ ସମେତ ୬୧ଟି ବୁଥ୍‌ରେ ଉତ୍ତେଜନା ପୂର୍ଣ୍ଣ ବୁଥ୍ ଥିବାରୁ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ଆସନ୍ତାକାଲି ଏହି ଭୋଟ ପାଇଁ ଧାମନଗର ଓ ଧୂଷୁରୀ ଅଂଚଳ ପାଇଁ ୨୦ଟି ପୋଲିସ ମୋବାଇଲ ଟିମ୍ ଗଠନ ହୋଇଥିବାବେଳେ ଏହାକୁ ସୁପରଭାଇଜିଂ କରିବାପାଇଁ ୮ଜଣ ଡ଼ିଏସ୍‌ପି ଓ ଇନିସ୍ପେକ୍ଟର ନିୟୋଜିତ କରାଯାଇଛି । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.