Home କେନ୍ଦୁଝର ଅବସରପ୍ରାପ୍ତ ଭିଜିଲାନସ ଅତିରିକ୍ତ ଏସପିଙ୍କ ପରଲୋକ

ଅବସରପ୍ରାପ୍ତ ଭିଜିଲାନସ ଅତିରିକ୍ତ ଏସପିଙ୍କ ପରଲୋକ

46

ହାଟଡ଼ିହି-୨୨/୪, (ଓଡିଆପୁଅ / ବିକାଶ ବିଶ୍ୱାଳ)କଟକ ଦୁର୍ନୀତି ନିବାରଣ ବିଭାଗର ପୁର୍ବତନ ଅତିରିକ୍ତ ଏସ.ପି ବସନ୍ତ ପଟ୍ଟନାୟକଙ୍କ ପରଲୋକ ହୋଇିଯାଇଛି । ସେ ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ଏମ୍‌ସ ଓ ପରେ ବିବେକାନନ୍ଦ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନ ୪ଟା ୩୦ବେଳେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ପରଲୋକରେ ତାଙ୍କ ନିଜ ଗ୍ରାମ ହାଟଡିହି ବ୍ଲକ ବଡରମ୍ପାସରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପୀ, ପରୋପକାରୀ ଓ ସଂଗଠକ ଭାବେ ଜଣାଶୁଣା ଥିଲେ । ଖବରପାଇ ପୁଅ ବିକାଶ ପଟ୍ଟନାୟକ, ଭାଇ ହେମନ୍ତ ପଟ୍ଟନାୟକ, ପୁତୁରା ଜ୍ଞାନରଞ୍ଜନ ପଟ୍ଟନାୟକ, ମନୋରଞ୍ଜନ ପଟ୍ଟନାୟକଙ୍କ ସମେତ ସମସ୍ତ ପରିବାର ଲୋକମାନେ ବିବେକାନନ୍ଦ ହସପିଟାକୁ ଯାଇଛନ୍ତି । ଡାକ୍ତରଖାନା କର୍ତ୍ତୁପକ୍ଷ ତାଙ୍କ ମରଶରୀରକୁ ସତ୍ୟନଗର ସ୍ମଶାନକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିବା ପରିବାର ଲୋକେ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.