Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ବୃହତ୍ତର ସ୍ୱାର୍ଥସାଧନ...

ଭଦ୍ରକ ଜିଲାରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ବୃହତ୍ତର ସ୍ୱାର୍ଥସାଧନ ପାଇଁ ଜିଲାବାସୀ ଏକ ହେବାକୁ ଆହ୍ୱାନ- ନରେନ ପଲେଇ

21

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ସୂଚନା ଅନୁଯାୟୀ ଭଦ୍ରକ ଜିଲାରେ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଶତାଧିକ ଜିଲାବାସୀଙ୍କ ପକ୍ଷରୁ ଜିଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିକୁ ଭଦ୍ରକର ବୁଦ୍ଧିଜୀବୀ, ଆଇନ୍‌ଜୀବୀ, ଡାକ୍ତର, ସମାଜସେବୀ ଦୃଢ ସମର୍ଥନ କରିଥିବାବେଳେ ପୂର୍ବତନ ବିଧାୟକ ଶ୍ରୀ ପଲେଇ ଭଦ୍ରକର ପଡୋଶୀ ଜିଲାମାନଙ୍କୁ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ମିଳିଥିବାବେଳେ ଆମ ଜିଲା ପ୍ରତି ଏକ ବୈମାତୃକ ମନୋଭାବ ପୋଷଣ କରାଯାଇଛି। ଏବଂ ଦଳ ନିର୍ବିଶେଷରେ ଉକ୍ତ ଦାବିକୁ ମାସ ପରେ ମାସ ଲମ୍ବା ଦାବିପତ୍ର ପ୍ରଦାନର ସହଯୋଗ ଆଶାପୋଷଣ କରିଥିଲେ। ଏହି ଦାବିପତ୍ର ପ୍ରଦାନ କାଳରେ ଶ୍ରୀ ପଲେଇଙ୍କ ସମେତ ପୂର୍ବତନ ଚେୟାରମେନ୍ ଭାସ୍କର ସାହୁ, ଡ. ହରେକୃଷ୍ଣ ନାୟକ, ଶାନ୍ତନୁ ରାଉତ, ବୈଲୋଚନ ବେହୁରିଆ, କୈଳାସ ମହାପାତ୍ର, ବିଶ୍ୱନାଥ ଅଗ୍ରୱାଲା, ନର ନାରାୟଣ ଜେନା, ବିଷ୍ଣୁବ୍ରତ ମହାପାତ୍ର, କଲୋଲ ଲେଙ୍କା, ସେକ୍ ସହିଦ, ସ୍କେ ପପୁ, ସେକ୍ ତୋବାରକ୍‌, ଜ୍ୟୋତିପ୍ରକାଶ ମହାନ୍ତି, ଗିରିଶ ପଣ୍ଡା, ତପନ ନାୟକ, ଧବଳା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଗୌତମ ମୈତ୍ର, ଦେବଦତ୍ତ ରାଉତରାଏ, ମନୋଜ ଜତି, ଅନନ୍ତ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ରାଉତ, ଲିପୁନ ରାଉତ, ନୁର ମହମ୍ମଦ ଖାଁ, ଅନୁପ ମହାନ୍ତି, ପିଣ୍ଟୁ ଘୋଷ, ସୁଧାଂଶୁ ଧଳ, ସଂଜୟ ତ୍ରିପାଠୀ, ଗୁଡୁ ତିୱାରୀ, ଟୁକୁ ପଲେଇ, ଲଲାଟ ନନ୍ଦ, ଯୁଧିଷ୍ଠିର ମହାରଣା, ସୁଶାନ୍ତ ସାମଲ, ସୁଶାନ୍ତ ପଲେଇ, ବାବୁ ବାରିକ, ମନୋଜ ପଣ୍ଡା, ପ୍ରଭା ମଲ୍ଲିକ, ଶୋନୁ କେଶୀ ପ୍ରମୁଖ ଉକ୍ତ ଦାବିକୁ ସମର୍ଥନ ଜଣାଇ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.