Home ଜିଲ୍ଲା ପରିକ୍ରମା ରଣପୁର ପ୍ରେସକ୍ଲବ ନୂତନ ଗୃହ ଶିଳାନ୍ୟାସ ଓ ଭୂମିପୁଜା ଅନୁଷ୍ଠିତ

ରଣପୁର ପ୍ରେସକ୍ଲବ ନୂତନ ଗୃହ ଶିଳାନ୍ୟାସ ଓ ଭୂମିପୁଜା ଅନୁଷ୍ଠିତ

62

ନୟାଗଡ଼ ୧୦/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ରଣପୁର ପ୍ରେସକ୍ଲବ ଦୀର୍ଘଦିନର ଏକ ପଞ୍ଜୀକୃତ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଏକ ଗୃହର ଅଭାବ ରହିଥିଲା। ଯାହାଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ନୂତନ ତାଲିମ ପାଇବା ପାଇଁ ଅସୁବିଧା ପରିଲକ୍ଷିତ ହେଉଥିଲା। ରଣପୁର ବିଧାୟକ ଗତ ପୈାର ନିର୍ବାଚନ ପୁର୍ବରୁ ପ୍ରେସକ୍ଲବ ନୂତନ ଗୃହ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ। ଯାହା କି ଜୁନ୍ ୧୦ ତାରିଖ ଅପରାହ୍ନରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ମଧ୍ୟରେ ପ୍ରେସକ୍ଲବର ଏକ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜା ଓ ଶିଳାନ୍ୟାସ କରି ପ୍ରତିଶୃତି ରକ୍ଷା କରିଛନ୍ତି। ଯାହାଫଳରେ ରଣପୁର ପ୍ରେସକ୍ଲବର ସମସ୍ତ ସାମ୍ବାଦିକ ମାନଙ୍କର ବୈାଦ୍ଧିକ ବିକାଶ ଘଟିବ।

ଏହି ଶିଳାନ୍ୟାସ ପର୍ବରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତି, ଉପାଧ୍ୟକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ ପୂର୍ବତନ ବିଜୁ ଜନତା ଦଳ ନଗର ଅଧ୍ୟକ୍ଷ ସ୍ୱରାଜ ମହାନ୍ତି ଯୋଗ ଦେଇଥିଲେ। ପ୍ରେସକ୍ଲବର କାର୍ଯ୍ୟକାରୀ ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ସଭାପତି ସୁକାନ୍ତ ପଟ୍ଟନାୟକ ଓ ସମ୍ପାଦକ ବ୍ରଜ ରଣସିଂ ଶିଳାନ୍ୟାସ ଉତ୍ସବ ପରିଚାଳନା କରିଥିଲେ। ସମସ୍ତ ଉପଦେଷ୍ଟା, କର୍ମକର୍ତ୍ତା ଓ ସଭ୍ୟ ମାନେ ଯୋଗଦେଇ ବିଧାୟକ କଥାଦେଇ କଥା ରଖିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.