Home ଜିଲ୍ଲା ପରିକ୍ରମା ଭଦ୍ରକ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଭଦ୍ରକ ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

8

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନ ଶିକ୍ଷଣ ସଂସ୍ଥାନ, ଭଦ୍ରକ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭଦ୍ରକ ଜିଲ୍ଳା କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି । ଏହି ଅବସରରେ ସଂସ୍ଥାନର ନିର୍ଦ୍ଦେଶିକା ଆରତୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଓ ସଚେତନତା କାର୍ଯ୍ୟକ୍ରମ ଶ୍ରମିକଙ୍କ ଅଧିକାର ନିୟମ ବିଷୟରେ ଆଲୋଚନା କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା କର୍ମ ନିୟୋଜନ ଅଧିକାରୀ ଅଜୟ କୁମାର ଦାସ ଏବଂ ସମ୍ମାନନୀୟ ଅତିଥି ଭାବେ ଆଇନଜୀବୀ ପବନ ଶର୍ମା, ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରେ ସଂସ୍ଥାର ପ୍ରୋଗ୍ରାମ ଅଫିସର ମିଲୁ କୁମାର ମହାନ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ସରକାରଙ୍କ ଦ୍ୱାରା ପ୍ରଣୟ କରାଯାଉଥିବା ଓ ଉପଲବ୍ଧ ହେଉଥିବା ଶ୍ରମିକ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ନେଉଥିବା ଛାତ୍ରୀମାନଙ୍କ ମଧ୍ୟରେ ଏକ ମେହେନ୍ଦି ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮୨ରୁ ଉର୍ଦ୍ଧ୍ୱ ପ୍ରଶିକ୍ଷାର୍ଥୀ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନର କମ୍ପ୍ୟୁଟର ଅପରେଟର ରଶ୍ମି ରଂଜନ ସାହୁ, ଆକାଉଣ୍ଟ ଅଫିସର ବିଶ୍ୱଜିତ୍ ବେହେରା, ସବିତା ଯେନା ପରିଚାଳନା କରିଥିଲେ । ଶେଷରେ ସଂସ୍ଥାନର ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର ଗଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.