Home ଜିଲ୍ଲା ପରିକ୍ରମା ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୁକୁନ୍ଦପୁର ଜଗନ୍ନାଥ ଫେଡେରେସନ କାର୍ଯ୍ୟାଳୟ ତାଲା ଭଙ୍ଗାଗଲା

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୁକୁନ୍ଦପୁର ଜଗନ୍ନାଥ ଫେଡେରେସନ କାର୍ଯ୍ୟାଳୟ ତାଲା ଭଙ୍ଗାଗଲା

10

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧିନ ମୁୁକୁନ୍ଦପୁର ପଞ୍ଚାୟତ ଜଗନ୍ନାଥ ଫେଡେରେସନର ପୁନର୍ଗଠନକୁ ନେଇ ବିବାଦ ଉପୁଜିଥିଲା । ଯାହାକୁ ନେଇ ଗୋଟିଏ ମହିଳା ଗୋଷ୍ଠୀ କକାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ମଙ୍ଗଳବାର ମାଜିଷ୍ଟ୍ରେଟ୍ ଓ ପୁଲିସ ଉପସ୍ଥିତିରେ କାର୍ଯ୍ୟାଳୟର ତାଲା ଭଙ୍ଗାଯାଇ ରେକର୍ଡ଼ ପତ୍ର ଜବତ କରାଯାଇଛି । ପରବର୍ତ୍ତି ବୈଠକରେ କାର୍ଯ୍ୟାଳୟର ସମସ୍ତ କାଗଜପତ୍ର ନୂତନ କର୍ମକର୍ତ୍ତାଙ୍କୁ ହାସ୍ତାନନ୍ତର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମଳିଛି । ପ୍ରକାଶ ଯେ, ପଞ୍ଚାୟତର ଜଗନ୍ନାଥ ଫେଡେରେସନ ପୁନର୍ଗଠନ ବେଳେ ପ୍ରଥମେ ସଭାନେତ୍ରୀ, ସମ୍ପାଦିକାଙ୍କ ମନୋନୟନ ପରେ ଅନ୍ୟ ପଦବୀ ମନୋନୟନ ସମୟରେ ଗଣ୍ଡଗୋଳ ଉପୁଜିଥିଲା । ଯାହାଫଳରେ ସଂପୂର୍ଣ୍ଣ ପୁନର୍ଗଠନ ହୋଇପାରି ନଥିଲା । ଫେଡେରେସନର ନୂତନ ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ନେଇ ବିବାଦ ଦେଖା ଦେଇଥିଲା । ଯେଉଁଥି ପାଇଁ ଗୋଟିଏ ମହିଳା ଗୋଷ୍ଠୀ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ପରେ ଏହି ପ୍ରସଂଗ ହାଇକୋର୍ଟରେ ପହଞ୍ôଚଥିଲା ।

ହାଇକୋର୍ଟ ଜିଲାପାଳଙ୍କୁ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳ ଅବେଦନର ବିଚାର କରି ବାକିଥିବା ପଦବୀ ଗୁଡ଼ିକର ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ପରିସର ମଧ୍ୟରେ ବାକିଥିବା ପଦବୀ ଗୁଡ଼ିକର ନିର୍ବାଚନ ହୋଇଥିଲା । ମାତ୍ର କାର୍ଯ୍ୟାଳୟରେ ତାଲା ପଡ଼ି ରହିଥିବାରୁ ନିର୍ବାଚିତ କର୍ମକର୍ତ୍ତା ଓ ସଦସ୍ୟାମାନେ କାର୍ଯ୍ୟାଳୟକୁ ପଶି ପାରୁନଥିବା ବେଳେ ମହିଳାମାନେ କୌଣସି ସରକାରୀ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଥିଲେ । ଏ ନେଇ ବିଡିଓ ଜ୍ୟୋତିର୍ମୟ କର ତାଲା ଭାଙ୍ଗି କାର୍ଯ୍ୟାଳୟ ଖୋଲିବାକୁ ଉପଜିଲାପାଳଙ୍କୁ ଚିଠି ଲେଖିଥିଲେ । ଉପଜିଲାପାଳ ମନୋଜ କୁମାର ପାତ୍ରଙ୍କ ନିର୍ଦ୍ଦେଶ ପରେ ମାଜିଷ୍ଟ୍ରେଟ ଅତିରିକ୍ତ ତାସିଲଦାର ଅଙ୍କିତା ମହାନ୍ତି, ପୁଲିସ ଏସଆଇ ଅରୁନ୍ଧତୀ ବେହେରା, ଏଏସଆଇ ଦିଲୀପ ଦେହୁରୀ, ଜୀବିକା ମିଶନ ପ୍ରକଳ୍ପ ପରିଚାଳକ ଷ୍ଟାଲିନ ନାୟକ, ବିଏଲସି ସ୍ନିଗ୍ଧାରାଣୀ ନାୟକ, ନନ୍ଦିନୀ ନାୟକ ଓ ସସ୍ମିତା ଖୁଣ୍ଟିଆ, ଏମବିକେ ସନ୍ଧ୍ୟାରାଣୀ ବାରିକ, ଏଲଏସପି ସୁଜିତ୍ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ କାର୍ଯ୍ୟାଳୟର ତାଲା ଭଙ୍ଗା ଯାଇ କାଗଜପତ୍ର ଜବତ କରାଯାଇଛି । ତୁରନ୍ତ ବ୍ୟାଙ୍କର ଜମାଖାତାରେ ନୂତନ ସଭାନେତ୍ରୀ ଉର୍ମିଳା ସେଠୀ, ସମ୍ପାଦିକା ରେବତୀ ମହଲାଙ୍କ ଦସ୍ତଖତ ପରିବର୍ତ୍ତନ କରାଇବାକୁ ଏମବିକେଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.