Home ଜିଲ୍ଲା ପରିକ୍ରମା ଦୁବୃର୍ତ୍ତଙ୍କ ବର୍ବର କାଣ୍ଡ : ବିଳମ୍ବିତ ରାତ୍ରୀରେ ଘରେ କିରୋସିନି ଢାଳି ନିଆଁ ଲଗେଇଦେଲେ ଦୃବୁର୍ତ୍ତ

ଦୁବୃର୍ତ୍ତଙ୍କ ବର୍ବର କାଣ୍ଡ : ବିଳମ୍ବିତ ରାତ୍ରୀରେ ଘରେ କିରୋସିନି ଢାଳି ନିଆଁ ଲଗେଇଦେଲେ ଦୃବୁର୍ତ୍ତ

419

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଟପଡା ପଂଚାୟତ ସହଦେବ ପାଟଣା ଗାଁରେ ସତ୍ୟଭାମା ଦାସଙ୍କ ଘରକୁ ବିଳମ୍ବିତ ରାତିରେ ଦୃବୁର୍ତ୍ତମାନେ କିରୋସିନି ଢାଳି ନିଆଁ ଲଗେଇ ଦେଇଥିବା ନେଇ ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । ସତ୍ୟଭାମାଙ୍କ ପରିବାର ଲୋକେ ରାତିରେ ଶୋଇଥିବା ସମୟରେ ଦୃବୁର୍ତ୍ତମାନେ ଘରର ଆଗ କବାଟ ଓ ଚାଳରେ କିରୋସିନି ଢାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ଘରେ ନିଆଁ ଲାଗି ଜଳିବାରୁ ଅଗ୍ନି ଉତ୍ତାପରେ ପରିବାର ଲୋକ ଡାକ ଛାଡିବାରୁ ଗାଁ ଲୋକେ ନିଆଁକୁ ଆୟତ୍ତ କରିବାରେ ଲାଗିପଡିଥିଲେ । ପରେ ଅଗ୍ନିଶମ ଗାଡି ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ତେବେ ସତ୍ୟଭାମାଙ୍କ ପରିବାରଙ୍କ ସହିତ କାହା ସହ ଶତ୍ରୁତା ନଥିବାବେଳେ କେଉଁ କାରଣରୁ ଦୃବୁର୍ତ୍ତମାନେ ତାଙ୍କ ଘର ଉପରେ ଏଭଳି କାଣ୍ଡ ତାହା ପୁଲିସ୍ ପାଇଁ ଚିନ୍ତା ବଢାଇଛି । ଏହି ଅଗ୍ନିକାଣ୍ଡରେ ସତ୍ୟଭାମାଙ୍କ ଘରେ ଅଧିକାଂଶ ଆସବାବ ପତ୍ର ପୋଡିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.