Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ଯୁବ ରେଡ୍‌କ୍ରସ୍ ତରଫରୁ ରକ୍ତଦାନ ଶିବିର

ଭଦ୍ରକ କଲେଜ ଯୁବ ରେଡ୍‌କ୍ରସ୍ ତରଫରୁ ରକ୍ତଦାନ ଶିବିର

60

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ଡକ୍ଟର ଉମାକାନ୍ତ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିର ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଚିକିତ୍ସାଳୟର ଡା. ସନ୍ତୋଷ କୁମାର ପୃଷ୍ଟି (ଏ.ଡି.ଏମ୍‌.ଓ., ପିଏଚ୍‌ଓ) ଓ ଡା. ଦେବଦ୍ରତ ମହାପାତ୍ର (ଡି.ପି.ଏମ୍‌.) ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । କଲେଜର ଯୁବ ରେଡ୍‌କ୍ରସ୍ ପରାମର୍ଶଦାତା ତଥା ଜିଲ୍ଲା କନ୍‌ଭେନର ସେକ୍ରେଟାରୀ ପ୍ରଫେସର କମଳାକାନ୍ତ ଜେନାଙ୍କ ଉପସ୍ଥିତିରେ ଦିନ ୧୦ଟାରୁ ୨.୩୦ ପର୍ଯ୍ୟନ୍ତ ବାଣିଜ୍ୟ ବିଭାଗ ପରିସରରେ ଆୟୋଜିତ ଏହି ଶିବିରରେ କଲେଜର ଛାତ୍ରଛାତ୍ରୀମାନେ ରକ୍ତ ଦାନ କରିଥିଲେ ।

ବ୍ଲଡବ୍ୟାଙ୍କ ଅଫିସର ଡାକ୍ତର ବିମଳା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୯୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କଲେଜର ୩ଟି ଛାତ୍ରନିବାସ, ୪ଟି ଛାତ୍ରୀନିବାସ ଓ ୨୨ଟି ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ରକ୍ତଦାନ କରୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପାନୀୟ, ମିଠା, କେକ୍ ଓ ଫଳ ଦିଆଯାଇଥିଲା । ସମସ୍ତଙ୍କୁ ମାଗଣାରେ ସେମାନଙ୍କର ବ୍ଲଡ୍ ଗ୍ରୁପ୍ ଜଣାଇ ଦିଆଯାଇ ମାନପତ୍ର ଓ ଆଇ-କାର୍ଡ ପ୍ରଦାନ କରାଯାଇଥିଲା । ସ୍ୱେଚ୍ଛାସେବୀ ନବୀନ, ରଜତ, ଦିପ୍ତୀମୟ, ପ୍ରଭୁଦତ, ସ୍ମିତ୍‌, ଜ୍ଞାନ, ସୌରଭ, ଉଷାରାଣୀ, ସୋନମ୍‌, ଲିପ୍ସିତା, ଅନନ୍ୟା, ସୋନାଲୀ ଓ ସସ୍ମିତା ପ୍ରମୁଖ ଶିବିରରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ ସମୟରେ ସହାୟତା କରିଥିଲେ । ମୁଖ୍ୟ ଚିକିତ୍ସାଳୟର ରତିକାନ୍ତ ବଳ, ଚିତରଂଜନ ରାଉତ, ରବୀନ୍ଦ୍ର ଜେନା, ଜଗନ୍ନାଥ ଲେଙ୍କା, ରୂପକ ସେନାପତି, ବିଜୟ ଖଟୁଆ, ପ୍ରକାଶ ବେହେରା, ରଘୁନାଥ ପଣ୍ଡା, ସୁମିତ୍ରା ଦାସ, ଜ୍ୟୋତିର୍ମୟୀ ମଲିକ ଓ ବିଶ୍ୱରଂଜନ ବଳଙ୍କର ବୈଷୟିକ ସହାୟତା ଶିବିରକୁ ସଫଳ କରିଥିଲା । ସନ୍ତୋଷ କୁମାର ସେଠୀ, ଦୁର୍ଗାଶଙ୍କର ଦାସ, ମନୋରଂଜନ ସେଠୀ, ସାର୍ଥକ କୁମାର ଜେନା ଓ ସ୍ଥିରା ଦାସ ପ୍ରମୁଖ ଅଧ୍ୟାପକଅଧ୍ୟାପିକା ଉପସ୍ଥିତ ଥିଲେ । ଶିବିରର ସଫଳତା ସକାଶେ କାଉନସେଲର ଶ୍ରୀଯୁକ୍ତ ଜେନା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ଓ ରକ୍ତଦାନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.