Home ଜିଲ୍ଲା ପରିକ୍ରମା ଅଗ୍ନିକାଣ୍ଡରେ ଜଳିଗଲା ଦୁଇବଖରା ଘର, ୧ ଗାଈ ମୃତ

ଅଗ୍ନିକାଣ୍ଡରେ ଜଳିଗଲା ଦୁଇବଖରା ଘର, ୧ ଗାଈ ମୃତ

35

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ଅନ୍ତର୍ଗତ ଚତୁର୍ଭୁଜପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟି ବିଜୟ କୁମାର ମହାନ୍ତିଙ୍କ ଦୁଇବଖରା ଘର ସଂପୂର୍ଣ୍ଣ ଜଳିଯିବା ସହ ଗୋଟିଏ ଗାଈ ର ମୃତ୍ୟୁ ହୋଇଛି । ଏହି ଅଗ୍ନିକାଣ୍ଡରେ ଅନ୍ୟ ଚାରିଗୋଟି ଗାଈ ଆହତ ହୋଇଛନ୍ତି । ପରିବାର ଲୋକେ ଶୋଇଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିଲା । ଖବରପାଇ ଭଣ୍ଡାରିପୋଖରୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚ ଅଗ୍ନିକୁ ଆୟତ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.