Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ନିକଟ ଏକ ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ କଲେଜ ନିକଟ ଏକ ମେସ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

79

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ କଲେଜ ରୋଡ୍ ନିକଟରେ ଥିବା ଏକ ଘରୋଇ ମେସ୍‌ରୁ ଆଜି ଜଣେ ଛାତ୍ରୀର ଝୁଲନ୍ତା ମୃତଦେହକୁ ପୁଲିସ୍ ଜବତ କରିଛି । ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ଏଥିନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଆଗରପଡା ଥାନା ଅଣିଜୋ ଗ୍ରାମର ପୁଷ୍ପାଞ୍ଜଳି ଦାସ ଆଗରପଡା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ କରେ । ନିଜ ଭଉଣୀ ରହୁଥିବା ଭଦ୍ରକ କଲେଜ ରୋଡ୍‌ସ୍ଥିତ ଏକ ଘରୋଇ ମେସ୍‌କୁ ଆସି ରହୁଥିଲା ପୁଷ୍ପାଞ୍ଜଳି । ଗତକାଲି କୌଣସି କାରଣରୁ ବିଳମ୍ବିତ ରାତିରେ ସେ ଭଉଣୀର ମେସ୍‌ର ରୁମ୍‌ରେ ଏକୁଟିଆ ଥିବାବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ଆଜି ସକାଳୁ ପୁଷ୍ପାଞ୍ଜଳିର ଝୁଲନ୍ତା ମୃତଦେହ ଫ୍ୟାନ୍‌ରୁ ଉଦ୍ଧାର କରାଯାଇଛି । ଖବର ପାଇବା ପରେ ସହରାଞ୍ଚଳ ଥାନାଧିକାରୀ ଉମାକାନ୍ତ ନାୟକ ଘଟଣାସ୍ଥଳରେ ପହଞ୍ôଚ ଛାତ୍ରୀର ଶବ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ତେବେ ଏଭଳି ଘଟଣା ପଛରେ ପ୍ରେମ ଜନିତ ରହସ୍ୟ ରହିଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଥିବାବେଳେ ମୃତ୍ୟୁର ଅନ୍ୟ ଦିଗ ପ୍ରତି ମଧ୍ୟ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.